Advertisment

US-Bangladesh Trade deal: ଟାରିଫ ହ୍ରାସ କଲେ ଟ୍ରମ୍ପ

ବାଂଲାଦେଶ ଅର୍ଥନୀତିର ମେରୁଦଣ୍ଡ ହେଉଛି ରେଡିମେଡ ଗାର୍ମେଣ୍ଟସ କ୍ଷେତ୍ର। ରପ୍ତାନୀରୁ ଆୟ ହେଉଥିବା ମୋଟ ଅର୍ଥର ୮୦% ଏହି କ୍ଷେତ୍ରରୁ ବାଂଲାଦେଶ ଆୟ କରେ। ଏହି କ୍ଷେତ୍ରରେ ୪୦ ଲକ୍ଷରୁ ଅଧିକ କାମ କରୁଛନ୍ତି।

Trump

ଟ୍ରମ୍ପ ଓ ୟୁନୁସ

Advertisment

ବାଂଲାଦେଶ ସହ ବାଣିଜ୍ୟ ଡିଲ(US-Bangladesh Trade deal) କରିଛି ଆମେରିକା। ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପରେ ଆମେରିକା ପକ୍ଷରୁ ବାଂଲାଦେଶରୁ ରପ୍ତାନୀ ହେଉଥିବା ଦ୍ରବ୍ୟଗୁଡ଼ିକ ଉପରେ ଲାଗୁ ହେଉଥିବା ପାରସ୍ପରିକ ଟାରିଫକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ରାସ କରିଛନ୍ତି।

Advertisment

ଭାରତ ଉପରେ ଆମେରିକା ୧୮% ଟାରିଫ ଲାଗୁ କରୁଥିବାରୁ ବାଂଲାଦେଶ ଉପରେ ୧୯% ଟାରିଫ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି କିଛି ନିର୍ଦ୍ଦିଷ୍ଟ ବୟନଶିଳ୍ପ ଓ ପରିଧାନ ଜିନିଷପତ୍ର ଉପରେ ମଧ୍ୟ କୌଣସି ପ୍ରକାରର ସୀମା ଶୁଳ୍କ ଲଗାଇବ ନାହିଁ ଆମେରିକା। 

ଆମେରିକା ସହ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଡିଲ ସମ୍ପର୍କରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆମେରିକା ଜିନିଷରେ ବାଂଲାଦେଶରେ ତିଆରି ହେଉଥିବା ନିର୍ଦ୍ଦିଷ୍ଟ ପୋଷାକପତ୍ର ଉପରେ ଶୂନ ଟାରିଫ ଲାଗିବ ବୋଲି ୱାଶଂଟନ ପ୍ରତିଶ୍ରୁତି ଦେଇଛି।” 

Advertisment

ଦୀର୍ଘ ୯ ମାସ ଧରି ଟାରିଫକୁ ନେଇ ଚାଲିଥିବା ଆଲୋଚନା ପରେ ବାଂଲାଦେଶକୁ ଏଥିରୁ ଆଶ୍ୱସ୍ତି ମିଳିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକା ପକ୍ଷରୁ ବାଂଲାଦେଶ ଉପରେ ୩୭% ଟାରିଫ ଲାଗୁ କରାଯାଇଥିଲା। ଏପ୍ରିଲ ମାସରୁ ବାଂଲାଦେଶରୁ ରପ୍ତାନୀ ହେଉଥିବା ଜିନିଷଗୁଡ଼ିକ ଉପରେ ଏହି ଟାରିଫ ନିୟମ କାର୍ଯ୍ୟକାରୀ ହେଉଥିଲା। କିନ୍ତୁ ଅଗଷ୍ଟ ମାସରେ ଆମେରିକା ସରକାର ଏହାକୁ ୨୦%କୁ ହ୍ରାସ କରିଥିଲେ। ଏବେ ବାଣିଜ୍ୟ ଚୁକ୍ତି ଯୋଗୁ ଏହାକୁ ୧୯%କୁ ହ୍ରାସ କରିଛନ୍ତି।

ୟୁନୁସଙ୍କ କହିବା କଥା ଯେ ଏହି ବୁଝାମଣା ଚାକିରିକୁ ସୁରକ୍ଷିତ କରିବ ଓ ବାଂଲାଦେଶର ବୟନଶିଳ୍ପକୁ ବିଶ୍ୱ ସପ୍ଲାଏ ଚେନରେ ସଶକ୍ତ କରିବା ଦିଗରେ ଗୋଟିଏ ବଡ଼ ପଦକ୍ଷେପ। ଢାକା ପକ୍ଷରୁ ଜାରି ସରକାରୀ ବିବୃତିରେ କୁହାଯାଇଛି ଯେ ବାଂଲାଦେଶର ବାଣିଜ୍ୟ ପରାମର୍ଶଦାତା ଶେକ ବଶିର ଉଦ୍ଦିନ ଓ ଜାତୀୟ ସୁରକ୍ଷା ପରମର୍ଶଦାତା ଖାଲିଲୁର ରହମାନ ଏବଂ ଆମେରିକାର ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ ଗ୍ରୀରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। 

ଚୁକ୍ତି ସଫଳ ରୂପ ନେଇଥିବାରୁ ଗ୍ରୀର ସିଧାସଳଖ ୟୁନୁସ ଓ ବୁଝାମଣା ଟିମକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଏହି ଚୁକ୍ତି ଆମେରିକା ବାଣିଜ୍ୟ ନୀତିରେ ବାଂଲାଦେଶ ସ୍ଥିତିକୁ ଅଧିକ ସଶକ୍ତ କରିବ।” ବାଂଲାଦେଶରେ ଆମେରିକା ଦ୍ରବ୍ୟ ସମ୍ମୁଖୀନ ହେଉଥିବା ଅଣ ଟାରିଫ କଟକଣାକୁ ହଟାଇବା ପାଇଁ ଉଭୟ ପକ୍ଷ କାର୍ଯ୍ୟ କରିବେ ବୋଲି ମଧ୍ୟ ହ୍ୱାଇଟ ହାଉସ ନିଶ୍ଚିତ କରିଛି। 

ବାଂଲାଦେଶ ଅର୍ଥନୀତିର ମେରୁଦଣ୍ଡ ହେଉଛି ରେଡିମେଡ ଗାର୍ମେଣ୍ଟସ କ୍ଷେତ୍ର। ରପ୍ତାନୀରୁ ଆୟ ହେଉଥିବା ମୋଟ ଅର୍ଥର ୮୦% ଏହି କ୍ଷେତ୍ରରୁ ବାଂଲାଦେଶ ଆୟ କରେ। ଏହି କ୍ଷେତ୍ରରେ ୪୦ ଲକ୍ଷରୁ ଅଧିକ କାମ କରୁଛନ୍ତି। ବିଶେଷ କରି ଗ୍ରାମାଞ୍ଚଳର ମହିଳା ଓ ନିମ୍ନ ଆୟ ଶ୍ରେଣୀର ଲୋକ ଏହି କ୍ଷେତ୍ରରେ କାମ କରନ୍ତି।

ଦେଶର ଜିଡିପିରେ ଏହାର ଅବଦାନ ମଧ୍ୟ ୧୦%। ଆମେରିକା ବଜାରରେ କମ ଟାରିଫ ଯୋଗୁ ବାଂଲାଦେଶ ଉତ୍ପାଦନକାରୀଙ୍କୁ ଲାଭ ମିଳିବ। କାରଣ ଅଧିକାଂଶ ବାଂଲାଦେଶ ଉତ୍ପାଦନକାରୀ ଆମେରିକା ବଜାରକୁ ହିଁ ରପ୍ତାନୀ କରନ୍ତି। 

Bangladesh US
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe