Advertisment

ବ୍ରିଜ୍‌ରେ ପିଟି ହେଲା ଜାହାଜ, ପାଣିରେ ବୁଡ଼ିଗଲେ ୨୦

ବ୍ରିଜ ଭୁଶୁଡ଼ିବା ବେଳେ କିଛି ଗାଡ଼ି ମଧ୍ୟ ଏହା ଉପରେ ଯାଉଥିଲା। ସେଗୁଡ଼ିକ ବ୍ରିଜ ସହ ପାଣିରେ ବୁଡ଼ି ଯାଇଛି।

Bridge

Bridge

Advertisment

ଆମେରିକାର ବାଲଟିମୋର ସହରରେ ଥିବା ଗୋଟିଏ ଜନଗହଳୀପୂର୍ଣ୍ଣ ବ୍ରିଜ୍‌ ଆଜି ଭୁଶୁଡ଼ି ପଡ଼ିଛି। ବ୍ରିଜ୍‌ର କିଛି ଅଂଶରେ ଗୋଟିଏ ଜାହାଜ ପିଟି ହେବାରୁ ଏହା ସଂପୂର୍ଣ୍ଣରୂପେ ଭାଙ୍ଗି ଯିବା ସହ ପାଣିରେ ଖସି ପଡ଼ିଛି।

Advertisment

ବ୍ରିଜ ଭୁଶୁଡ଼ିବା ବେଳେ ଏହା ଉପରେ କିଛି ଗାଡ଼ି ଯାତାୟାତ କରୁଥିଲା। ତେଣୁ ସେଗୁଡ଼ିକ ମଧ୍ୟ ପାଣିରେ ଖସି ପଡ଼ିଛି। ଗାଡ଼ି ସହ ପ୍ରାୟ ୨୦ ଜଣ ଲୋକ ମଧ୍ୟ ପାଣିରେ ବୁଡ଼ି ଯାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ରିଜ୍‌ ଭୁଶୁଡ଼ିବା ବେଳର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ସାମ୍ନାକୁ ଆସିଥିବା ଦୃଶ୍ୟ ଅନୁଯାୟୀ, ଫ୍ରାନ୍ସିସ ସ୍କଟ ମୁଖ୍ୟ ବ୍ରିଜ୍‌କୁ ଗୋଟିଏ କଣ୍ଟେନର ଶିପ୍‌ ଧକ୍କା ଦେଇଥିଲେ। ଏହାପରେ ବ୍ରିଜ୍‌ଟି ସଂପୂର୍ଣ୍ଣ ଭାବେ ପାଲପସ୍କୋ ନଦୀରେ ଭାଙ୍ଗି ଖସି ପଡ଼ିଥିଲା। ବ୍ରିଜ ଭୁଶୁଡ଼ିବା ବେଳେ କିଛି ଗାଡ଼ି ମଧ୍ୟ ଏହା ଉପରେ ଯାଉଥିଲା। ସେଗୁଡ଼ିକ ବ୍ରିଜ ସହ ପାଣିରେ ବୁଡ଼ି ଯାଇଛି।

Advertisment

ବାଲଟିମୋର ଅଗ୍ନିଶମ ବିଭାଗ କହିଛି ଯେ ବ୍ରିଜଜ ଉପରେ କିଛି ଗାଡ଼ି ଓ ଗୋଟିଏ ଟ୍ରାକ୍ଟର ରହିଥିଲା। ସେଗୁଡ଼ିକ ପାଣି ମଧ୍ୟରେ ଖସି ପଡ଼ିଛି। ବ୍ରିଜ ଭାଙ୍ଗିବା ଯୋଗୁ ନଦୀ ଭିତରକୁ ପ୍ରାୟ ୨୦ ଜଣ ଖସି ପଡ଼ିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

୨.୬ କିମି ଲମ୍ବ ୪ ଲାଇନ ବିଶିଷ୍ଟ ବ୍ରିଜ୍‌ଟି ପାଲପସ୍କୋ ନଦୀ ଉପରେ ରହିଥିଲା। ଏହା ୧୯୭୭ରୁ କାର୍ଯ୍ୟକ୍ରମ ହୋଇଥିବା ବେଳେ ପ୍ରତିବର୍ଷ ୧୧ ମିଲିୟନ ଗାଡ଼ି ବ୍ରିଜ ଉପରେ ଚଳାଚଳ କରନ୍ତି। ବାଲିଟମୋରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍‌ ଭାବେ ଏହା ଜଣାଶୁଣା।

USA Bridge Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe