Advertisment

ଡ୍ରୋନ ହମଲାରେ ପରେ ଆମେରିକାର ଘନଘନ ଏୟାରଷ୍ଟ୍ରାକ

ଜଣେ ଆମେରିକା କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ସୁରକ୍ଷାକର୍ମୀ ଓ ଆଉ ଜଣେ କଣ୍ଟ୍ରାକ୍ଟର ଆହତ ହୋଇଥିଲେ।

author-image
Hemant Lenka
Syria

Syria

ପୁଣିଥରେ ଅଶାନ୍ତ ହୋଇ ଉଠିଛି ସିରିୟା। କିଛି ଦିନ ତଳେ ଭୂକମ୍ପ ଯୋଗୁ ଛିନଛତ୍ର ହୋଇଯାଇଥିବା ସିରିୟାରେ ଏବେ ଏୟାର ଷ୍ଟ୍ରାଇକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆମେରିକା ପକ୍ଷରୁ ସିରିୟାରେ ରହିଥିବା ଇରାନ ସମର୍ଥିତ ଗୋଷ୍ଠୀଙ୍କୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରାଯାଇଛି। ଏପରି ଷ୍ଟ୍ରାଇକ ପୂର୍ବରୁ ଇରାନ ସମର୍ଥିତ ଗ୍ରୁପ ଆମେରିକା କ୍ୟାମ୍ପ ଉପରେ ଭୟଙ୍କର ଡ୍ରୋନ ହମଲା କରିଥିଲା।

Advertisment

ଏଥିରେ ଜଣେ ଆମେରିକା କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ସୁରକ୍ଷାକର୍ମୀ ଓ ଆଉ ଜଣେ କଣ୍ଟ୍ରାକ୍ଟର ଆହତ ହୋଇଥିଲେ। ଏହି ହମଲାର କିଛି ଘଣ୍ଟା ପରେ ହିଁ ଆମେରିକା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି।

ହମଲା ଓ ପ୍ରତି ହମଲା ସମ୍ପର୍କରେ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ଦିନ ୧.୩୮ରେ ଉତ୍ତରୂର୍ବ ସିରିୟାର ହାସାକାହ ନିକଟରେ ଥିବା ଆମେରିକା ବେସ୍‌ କ୍ୟାମ୍ପ ଉପରେ ପ୍ରଥମେ ଡ୍ରୋନ ହମଲା ହୋଇଥିଲା। ଇରାନରେ ନିର୍ମିତ ଡ୍ରୋନ ଦ୍ୱାରା ହିଁ ହମଲା କରାଯାଇଥିଲା। ଏହି ଖବର କ୍ଷୀପ୍ର ଗତିରେ ବ୍ୟାପିବା ପରେ ଆମେରିକା ମଧ୍ୟ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଥିଲା।

Advertisment

ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ସେନା ପକ୍ଷରୁ ଆରଜିସି ସହ ମିଳିତ ଭାବେ କାମ କରୁଥିବା ଗ୍ରୁପ୍‌ର ଠିକଣାକୁ ଟାର୍ଗେଟ କରାଯାଇଥିଲା। ସିରିୟାର ଡେଇର ଇଜ ଜୋର ଅଞ୍ଚଳରେ ଏକାଧିକ ବିସ୍ଫୋରଣ ହୋଇଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଏହି ଅଞ୍ଚଳଟି ଇରାକ ସମର୍ଥିତ ମିଲିତିଆ ଗ୍ରୁପ ଓ ସିରିୟା ସେନାର କବଜାରେ ରହିଛି। ଏଠାରେ ପୂର୍ବରୁ ଇସ୍ରାଏଲ ମଧ୍ୟ ଏୟାର ଷ୍ଟ୍ରାଇକ କରିଥିଲା। ତେବେ ଆମେରିକା ଆକ୍ରମଣ ଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ତିକ୍ତତା ଆହୁରି ବୃଦ୍ଧି ପାଇଛି।

USA Syria