Advertisment

ଯୌନ ଉତ୍ପୀଡନ ମାମଲାରେ ଟ୍ରମ୍ପ ଦୋଷୀ, ୫ ମିଲିୟନ ଡଲାର ଜୋରିମାନା ଦେବେ

ଜଣେ ମହିଳା ଲେଖିକାଙ୍କ ଯୌନ ଉତ୍ପୀଡନ ଅଭିଯୋଗରେ ଟ୍ରମ୍ପଙ୍କୁ ମ୍ୟାନହଟନ କୋର୍ଟ ପୂର୍ବରୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ବ୍ୟତୀତ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କ ସହ ଜଡ଼ିତ ଏକ ମାମଲାରେ ବି ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Donald Trump

Donald Trump

Advertisment

ଜାନୁଆରୀ ୨୦ରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ। ହେଲେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପୂର୍ବରୁ ତାଙ୍କୁ ଫେଡେରାଲ୍ ଅପିଲ୍ କୋର୍ଟରୁ ଏକ ବଡ ଝଟକା ଲାଗିଛି। ଏକ ମାନହାନୀ ଓ ଯୌନ ଉତ୍ପୀଡନ ମାମଲାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ଟ୍ରମ୍ପ ଏହି କୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କ ଉପରେ ଲାଗିଥିବା ଜୋରିମାନା ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ। ଏହି ମାମଲାରେ ଏବେ ଟ୍ରମ୍ପଙ୍କୁ ୫ ମିଲିୟନ ଡଲାର ଜୋରିମାନା ଦେବାକୁ ପଡିବ।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ୧୯୯୬ ମସିହାର ମାମଲାରେ କୋର୍ଟ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏକ ଉଚ୍ଚସ୍ତରୀୟ ବିଭାଗରେ ଥିବା ଷ୍ଟୋରର ଡ୍ରେସିଂ ରୁମରେ ପଶି ଜଣେ ସ୍ତମ୍ଭକାରଙ୍କ ଯୌନ ଉତ୍ପୀଡନ ଅଭିଯୋଗରେ ଟ୍ରମ୍ପଙ୍କୁ ମ୍ୟାନହଟନ କୋର୍ଟ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ଦୋଷମୁକ୍ତ ହେବା ପାଇଁ ଆମେରିକାର ଦ୍ୱିତୀୟ ସର୍କିଟ୍ ଅପିଲ୍ କୋର୍ଟରେ ଟ୍ରମ୍ପ ଆବେଦନ କରିଥିଲେ। କୋର୍ଟ କହିଛନ୍ତି ଯେ ମ୍ୟାନହଟନ୍ ବିଚାରପତିଙ୍କ ରାୟକୁ ରଦ୍ଦ କରାଯିବ ନାହିଁ। ଇ-ଜିନ କ୍ୟାରୋଲଙ୍କ ଯୌନ ଉତ୍ପୀଡନ ଓ ମାନହାନି ପାଇଁ ଟ୍ରମ୍ପଙ୍କୁ ୫ ମିଲିୟନ ଡଲାର ଜୋରିମାନା ଦେବାକୁ ପଡିବ।

ପୀଡିତା ୨୦୨୩ ମସିହାରେ ନିଜ ବୟାନରେ କହିଥିଲେ ଯେ ୧୯୯୬ରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭେଟ ସମୟରେ ଟ୍ରମ୍ପ ହିଂସାତ୍ମକ ହୋଇ ଷ୍ଟୋରର ଡ୍ରେସିଂ ରୁମରେ ପ୍ରବେଶ କରିଥିଲେ। ତେବେ ଟ୍ରମ୍ପ ଏହି ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରୁଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଏହି ମାମଲାରେ ସାକ୍ଷ୍ୟ ଗ୍ରହଣ ପରେ ଖଣ୍ଡପୀଠ ୮୩.ନ୩ ମିଲିୟନ ଡଲାର ଜରିମାନା ଲଗାଇଥିଲେ।

Advertisment

ଉଲ୍ଲେଖ ଯୋଗ୍ୟ, ୧୯୯୬ର ଏହି ଘଟଣା ବ୍ୟତୀତ କୋର୍ଟ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କ ସହ ଜଡ଼ିତ ଏକ ମାମଲାରେ ବି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଗୋଟିଏ ପଟେ ଟ୍ରମ୍ପ ୨୦ ଜାନୁଆରୀ ୨୦୨୫ରେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଥିବାବେଳେ ଆମେରିକାର ଫେଡେରାଲ ଅପିଲ କୋର୍ଟରେ ତାଙ୍କ ଆବେଦନ ଖାରଜ ହେବା ତାଙ୍କୁ ଏକ ବଡ଼ ଝଟକା ବୋଲି କୁହାଯାଉଛି।

America Donald Trump US Court Verdict Against Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe