Advertisment

କାନାଡା ସହ ବିବାଦ ପାଇଁ ଭାରତୀୟ କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରିବ କି ଆମେରିକା?

ଆମେରିକା ୱାଶିଂଟନରେ କାମ କରୁଥିବା ଭାରତୀୟ କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରିବା ପାଇଁ ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
India

India

Advertisment

ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏସବୁ ଭିତରେ ଆମେରିକା ୱାଶିଂଟନରେ କାମ କରୁଥିବା ଭାରତୀୟ କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରିବା ପାଇଁ ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି।

Advertisment

ଏହାକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ଆମେରିକାର ସରକାର ବହିଷ୍କାର ସମ୍ପର୍କରେ ପ୍ରକାଶ ପାଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି। ୱାଶିଂଟନ ପକ୍ଷରୁ ଭାରତୀୟ କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରିବା ପାଇଁ କୌଣସି ପ୍ରକାରର ଚିନ୍ତା କରାଯାଉ ନଥିବା ସରକାରୀ ମୁଖପାତ୍ର କହିଛନ୍ତି।

ଆମେରିକା ସରକାରଙ୍କ ମୁଖପାତ୍ର ମାଥ୍ୟୁ ମିଲିର କହିଛନ୍ତି, “ଭାରତୀୟ କୂଟନୀତିଜ୍ଞମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର କୌଣସି ଯୋଜନା ହୋଇନାହିଁ। ଏ ସମ୍ପର୍କରେ ପ୍ରକାଶ ପାଇଥିବା ରିପୋର୍ଟ ବିଷୟରେ ଆମେ ଜାଣିନାହିଁ। ବହିଷ୍କାର କରାଯିବା ରିପୋର୍ଟରେ କୌଣସି ସତ୍ୟତା ନାହିଁ।”

Advertisment

ନିଜାର ହତ୍ୟା ମାମଲାରେ ଭାରତୀୟ କୂଟନୀତିଜ୍ଞମାନଙ୍କ ସମ୍ପର୍କ ରହିଥିବା କାନାଡା ଗତମାସରେ ଅଭିଯୋଗ କରିଥିଲା। ଏପରି କି ଅଧିକାରୀମାନଙ୍କୁ କାନାଡା ପକ୍ଷରୁ ତଦନ୍ତ ପରିସର ଭୁକ୍ତ କରାଯାଇଥିଲେ। କାନାଡାର ଏପରି ଆଭିମୁଖ୍ୟକୁ ଭାରତ କଡ଼ା ବିରୋଧ କରିଥିବା କାନାଡାରେ କାର୍ଯ୍ୟରତ ୬ ଜଣ କୂଟନୀତିଙ୍କୁ ନୂଆଦିଲ୍ଲୀ ଫେରାଇ ଆଣିଥିଲା।

ସେହିପରି ନୂଆଦିଲ୍ଲୀରେ କାର୍ଯ୍ୟ କରୁଥିବା କାନାଡାର ୬ ଜଣ କାନାଡା କୂଟନୀତିଜ୍ଞଙ୍କୁ ମଧ୍ୟ ଭାରତ ବହିଷ୍କାର କରିଥିଲେ। ଏହାକୁ ନେଇ ଓଟ୍ଟାୱା ଓ ନୂଆଦିଲ୍ଲୀ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି।

ଏସବୁ ଭିତିରେ ଆମେରିକା ପଡ଼ୋଶୀ କାନାଡାକୁ ସମର୍ଥନ କରି ୱାଶିଂଟନରେ କାର୍ଯ୍ୟ କରୁଥିବା ଭାରତୀୟ କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରିବାକୁ ଚିନ୍ତା କରୁଥିବା ଖବର ପ୍ରକାଶ ପାଇଥିଲା। ହେଲେ ଏଥିରେ ସତ୍ୟତା ନଥିବା ଆମେରିକା ସ୍ପଷ୍ଟ କରିଛି।

USA India Canada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe