Advertisment

ଭାରତୀୟଙ୍କୁ ବିଦା କରୁଛି ଆମେରିକା, ଖର୍ଚ୍ଚ ହେଉଛି କେତେ ଟଙ୍କା?

ପ୍ରବାସୀ ଭାରତୀୟମାନଙ୍କୁ ଆମେରିକାରେ ପ୍ରବେଶ ପାଇଁ ୧୭ରୁ ୧୮ଟି ପାହାଡ଼ ଅତିକ୍ରମ କରିବାକୁ ପଡ଼ିଥିଲା। ଯଦି କାହାର ଗୋଡ଼ ସେଠାରେ ଖସିବ, ତା’ହେଲେ ବଞ୍ଚିବାର କୌଣସି ଆଶା ନଥିଲା।

C-17

C-17

Advertisment

ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ଭାରତୀୟଙ୍କ ମଧ୍ୟରୁ ପ୍ରଥମ ଦଫାରେ ଟ୍ରମ୍ପ ପ୍ରଶାସନ ୧୦୪ ଜଣଙ୍କୁ ବିଦା କରିଛି। ସାମରିକ ପରିବହନ ବିମାନରେ ସମସ୍ତଙ୍କୁ ଭାରତର ଅମୃତସର ଅଣାଯାଇଛି। ହାତରେ ହ୍ୟାଣ୍ଡକଫ ଓ ଗୋଡ଼ରେ ଚେନ ବାନ୍ଧି କେମିତି ଆମେରିକା ସେନା ସେମାନଙ୍କୁ ଭାରତ ଆଣିଛି, ସେକଥା ପୂରା ବିଶ୍ୱ ଦେଖିବାକୁ ପାଇଛି। ଭାରତରେ ପହଞ୍ଚିବା ପରେ ଭାରତୀୟମାନେ କେମିତି କଷ୍ଟକର ସ୍ଥିତିର ସମ୍ମୁଖୀନ ହୋଇଥିଲେ, ତା’ ଉପରୁ ମଧ୍ୟ ପରଦା ହଟାଇଛନ୍ତି। ସେମାନଙ୍କର ଆମେରିକା ସ୍ୱପ୍ନ ଏବେ ଭାଙ୍ଗିରୁଜି ଚୂରମାର ହୋଇଯାଇଛି।

Advertisment

ପ୍ରବାସୀ ଭାରତୀୟମାନଙ୍କୁ ଆମେରିକାରେ ପ୍ରବେଶ ପାଇଁ ୧୭ରୁ ୧୮ଟି ପାହାଡ଼ ଅତିକ୍ରମ କରିବାକୁ ପଡ଼ିଥିଲା। ଯଦି କାହାର ଗୋଡ଼ ସେଠାରେ ଖସିବ, ତା’ହେଲେ ବଞ୍ଚିବାର କୌଣସି ଆଶା ନଥିଲା। ଯଦି କେହି ଆହତ ହେଉଥିଲେ, ତାଙ୍କୁ ସେଇଠାରେ ମରିବା ପାଇଁ ଛାଡ଼ି ଦିଆଯାଉଥିଲା। ଆମେ ରାସ୍ତାରେ ଏକାଧିକ ଶବ ପଡ଼ିଥିବାର ଦେଖିବାକୁ ପାଇଥିବା ଜଣେ ପ୍ରବାସୀ କହିଛନ୍ତି।

ଏହି ସବୁ ପ୍ରବାସୀଙ୍କ ମୁଣ୍ଡରେ ଆର୍ଥିକ ବୋଝ ରହିଛି। ଅନେକ ପରିବାର ପୁଳାପୁଳା ଟଙ୍କା ଋଣ କରିଛନ୍ତି। କିଛି ଲୋକ ସେମାନଙ୍କ ଘର ବନ୍ଧା ରଖିଛନ୍ତି କିମ୍ବା ସମ୍ପର୍କୀୟଙ୍କ ଠାରୁ ଧାରା ଆଣିଛନ୍ତି। ସମସ୍ତଙ୍କର ଆଶା ଥିଲା ଯେ ସେମାନଙ୍କ ପ୍ରିୟଜନ କେମିତି ଆମେରିକା ଯାଇ ଭଲ ରୋଜଗାର କରିବେ। କିନ୍ତୁ ଏବେ ସେମାନେ ଧୋକା ଓ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

Advertisment

ବିମାନ ଖର୍ଚ୍ଚ କେତେ?

ଆମେରିକା ସେନାର ସି-୧୭ ଗ୍ଲୋବମାଷ୍ଟର ଏୟାରକ୍ରାଫ୍ଟରେ ସମସ୍ତ ଭାରତୀୟଙ୍କୁ ଭର୍ତ୍ତି କରି ଭାରତର ଅମୃତସରରେ ଛଡ଼ା ଯାଇଛି। ସି-୧୭ରେ ଯାତ୍ରା ବେଶ ମହାଙ୍ଗା। ବ୍ୟବସାୟିକ ବିମାନର ପ୍ରଥମ କ୍ଲାସ ଓ ଚାର୍ଟାର୍ଡ ବିମାନ ତୁଳନାରେ ଏଥିରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ଗତ ସପ୍ତାହରେ ବେଆଇନ ପ୍ରବାସୀଙ୍କୁ ଗୁଏତମାଲା ସମାନ ବିମାନରେ ନିଆଯାଇଥିଲା। ଜଣେ ପ୍ରବାସୀଙ୍କ ପାଇଁ ୪,୬୭୫ ଡଲାର ଖର୍ଚ୍ଚ ହୋଇଥିଲା। ପ୍ରଥମ ଶ୍ରେଣୀ ବିମାନ ଭଡ଼ା ୮୫୩ ଡଲାର ତୁଳନାରେ ଏହା ୫ ଗୁଣ ଅଧିକ। ବ୍ୟବସାୟିକ ଚାର୍ଟାର୍ଡ ବିମାନ ଟିକେଟ ଠାରୁ ମଧ୍ୟ ସି-୧୭ ଉଡ଼ାଣରେ ଅଧିକ ଖର୍ଚ୍ଚ ହୁଏ।

ସି-୧୭ ବିମାନରେ ୬୪ ଜଣ ପ୍ରବାସୀଙ୍କୁ ଗୁଏତାମାଲାକୁ ପ୍ରତ୍ୟର୍ପଣ କରାଯାଇଥିଲା। ଏଥିପାଇଁ ଘଣ୍ଟା ପିଛା ୨୮,୫୦୦ ଡଲାର ଖର୍ଚ୍ଚ ହୋଇଥିଲା। ବିମାନ ଯାତ୍ରା ମୋଟ ୧୦.୫ ଘଣ୍ଟା ଧରି ଚାଲିଥିଲା। ତେଣୁ କେତେ ଟଙ୍କା ଖର୍ଚ୍ଚ ହୋଇଥିବ ଥରେ ଚିନ୍ତା କରନ୍ତୁ।

ଆମେରିକା ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟର(ଆଇସିଇ) ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ପ୍ରତ୍ୟର୍ପଣ ବିମାନରେ ଘଣ୍ଟାକୁ ୧୪,୮୮,୫୨୭ ଟଙ୍କା ଖର୍ଚ୍ଚ ହୋଇଥାଏ। ବିମାନରେ ୧୩୫ ଜଣ ପ୍ରବାସୀ ଥିଲେ ଓ ଏହା ୫ ଘଣ୍ଟା ଉଡ଼ାଣ କରିଥିଲା। ମୋଟାମୋଟି ଭାବେ ଜଣଙ୍କ ପିଛା ୫୫,୧୬୩ ଟଙ୍କା ଖର୍ଚ୍ଚ ହୋଇଛି।

ହେଲେ ସି-୧୭ ବିମାନରେ ଘଣ୍ଟା ପିଛା ୨୪,୯୫,୩୮୮ ଟଙ୍କା ଖର୍ଚ୍ଚ ହୋଇଥାଏ। ତେଣୁ ଆମେରିକା ଓ ଭାରତ ମଧ୍ୟରେ ଥିବା ଦୂରତାକୁ ବିଚାରକୁ ନେଲେ ଭାରତୀୟଙ୍କ ପ୍ରତ୍ୟର୍ପଣ ପାଇଁ ଅନ୍ୟ ବିମାନ ଗୁଡ଼ିକ ତୁଳନାରେ ଅଧିକ ଖର୍ଚ୍ଚ କରାଯାଇଥିବ।

USA India C-17
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe