/odisha-reporter/media/post_attachments/uploadimage/library/16_9/16_9_0/Trump_1754644850.jpg)
Trump
ଚଳିତ ବର୍ଷ ମେ’ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ବିବାଦ ଚରମସୀମାରେ ପହଞ୍ଚିଥିଲା। ଏହି ବିବାଦରେ ଆମେରିକା ସିଧାସଳଖ ହସ୍ତକ୍ଷେପ କରିଥିଲା। ଏଭଳି କିଛି କହିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ଲାଗୁ କରିଥିବା ପ୍ରାୟ ୩୦ ଥର କହିଥିଲେ।
ଏବେ ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓ ଆମେରିକାର ହସ୍ତକ୍ଷେପ କଥା ଦୋହରାଇଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ବିବାଦକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବନ୍ଦ କରିଥିବା କଥା ରୁବିଓ ପରୋକ୍ଷରେ ଦୋହରାଇଛନ୍ତି।
ଗୁରୁବାର ରୁବିଓ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ସବୁବେଳେ ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ଓ ସେ ଶାନ୍ତିର ରାଷ୍ଟ୍ରପତି। ଭାରତ ଓ ପାକିସ୍ତାନ ଯୁଦ୍ଧକୁ ଯାଉଥିବା ଆମେ ଦେଖିବାକୁ ପାଇଥିଲୁ। ତେଣୁ ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ଏଥିରେ ହସ୍ତକ୍ଷେପ କରିଥିଲୁ। ରାଷ୍ଟ୍ରପତି ଶାନ୍ତି ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲେ ବୋଲି ରୁବିଓ କହିଛନ୍ତି।
ସାକ୍ଷାତକାର ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଆଉ କେଉଁ ତଥାକଥିତ ଯୁଦ୍ଧର ସମାଧାନ କରିଛନ୍ତି ତା’ର ତାଲିକା ରୁବିଓ ଦେବାକୁ ପଛାଇ ନାହାନ୍ତି। ଟ୍ରମ୍ପଙ୍କ ଏପରି ପଦକ୍ଷେପ ଯୋଗୁ ଆମେରିକୀୟମାନେ ଗର୍ବିତ ବୋଲି ରୁବିଓ କହିଛନ୍ତି।
ସେ କହିଛନ୍ତି, “ନିକଟରେ କାମ୍ବୋଡିଆ-ଥାଇଲ୍ୟାଣ୍ଡ, ଆଜେରବୈଜାନ ଓ ଆର୍ମେନିଆ, ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ଓ ରାୱାଣ୍ଡା ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାଧାନ କରାଯାଇଛି। ଆମେ ଶାନ୍ତି ପତ୍ରରେ ଚୁକ୍ତି କରିବାକୁ ସେମାନକଙ୍କୁ ଆଣି ପାରିଛୁ। ଆମେରିକା ଏବେ ଅଧିକ କିଛି କରିବାକୁ ଚାହୁଁଛି। ନିଶ୍ଚିତ ଭାବେ ଏହା ମଧ୍ୟରୁ ଗୋଟିଏ ହେଲେ ୟୁକ୍ରେନ ଓ ରୁଷିଆ ଯୁଦ୍ଧ।”
ରୁବିଓଙ୍କ କହିବା କଥା ଯେ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ଓ ରାୱାଣ୍ଡା ମଧ୍ୟରେ ୩୦ ବର୍ଷ ଧରି ଲାଗିଥିବା ଯୁଦ୍ଧରେ ୭ ନିୟୁତ ଲୋକ ପ୍ରାଣ ହରାଇଥିଲେ। ଏବେ କିନ୍ତୁ ଟ୍ରମ୍ପ ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିପାରିଛନ୍ତି।
ମେ’ ୧୦ ପରଠାରୁ ଟ୍ରମ୍ପ ପାଇଁ ୩୦ ଥର ଭାରତ-ପାକିସ୍ତାନ ଯୁଦ୍ଧ ବିରତିର ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି। ବାଣିଜ୍ୟର ଧମକ ଦେଇ ସେ ଭାରତ ଓ ପାକିସ୍ତାନକୁ ଯୁଦ୍ଧ ବିରତି ଲାଗୁ କରିବାକୁ ଧମକ ଦେଇଥିଲେ ବୋଲି କହି ଚାଲିଛନ୍ତି।
ଭାରତ ଯଦିଓ ଏହାକୁ ଖଣ୍ଡନ କରିଛି, କିନ୍ତୁ ସରକାର କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଆମେରିକା କିମ୍ବା ଟ୍ରମ୍ପ ମିଛ କହୁଥିବା କହିନାହାନ୍ତି। କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ପାଇଁ କୌଣସି ତୃତୀୟ ପକ୍ଷ ଚାପ ପକାଇ ନଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
