Advertisment

ଭୂକମ୍ପରେ ଥରିଲା ଆମେରିକା

ନ୍ୟୁୟର୍କ ସମତେ ପେନ୍‌ସିଲଭାନିଆ ଯାଏ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି।

author-image
Madhupriya Mistry
undefined

Earthquake

ଭୂକମ୍ପରେ ଥରିଲା ଆମେରିକା। ଏଠାକାର ନ୍ୟୁଜର୍ସିର ପ୍ଲେପଫିଲ୍ଡ ସହରରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ନ୍ୟୁୟର୍କ ସମତେ ପେନ୍‌ସିଲଭାନିଆ ଯାଏ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାକୁ ନେଇ ଲୋକେ ଭୟଭୀତ ହୋଇପଡିଥିବା ବେଳେ ଏଯାଏଁ କୌଣସି ମୃତାହତ ଖବର ସାମ୍ନାକୁ ଆସି ନାହିଁ।

Advertisment

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଶୁକ୍ରବାର ୪.୮ ମ୍ୟାଗ୍ନିଚ୍ୟୁଡର ଏକ ଛୋଟ ଭୂକମ୍ପରେ ନ୍ୟୁୟର୍କ ସହର କମ୍ପିତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ପଡୋଶୀ ରାଜ୍ୟ ନ୍ୟୁଜର୍ସିରେ ଥିଲା। ଭୂକମ୍ପର କମ୍ପନ ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା, ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। ସେପଟେ ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଗାଜା ସମ୍ବନ୍ଧୀୟ ସୁରକ୍ଷା ପରିଷଦ ବୈଠକକୁ ଭୂକମ୍ପ ପରେ ଅସ୍ଥାୟୀ ଭାବରେ ବନ୍ଦ ରଖାଯାଇଥିଲା।

ସୋସିଆଲ ମିଡିଆରେ ଏହି ଭୂକମ୍ପକୁ ନେଇ ଅନେକ ଲୋକେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ AFP ସମ୍ବାଦିକ କହିଛନ୍ତି ଯେ ଏହି ଭୂମିକମ୍ପ ଯୋଗୁ ବ୍ରୁକଲିନ୍‌ରେ କୋଠାଗୁଡ଼ିକ ଦୋହଲି ଯାଇଥିଲା। ଫିଲାଡେଲଫିଆ ଠାରୁ ଆରମ୍ଭ କରି ନ୍ୟୁୟର୍କ ଯାଏ ଓ ପୂର୍ବରେ ଲଙ୍ଗ ଆଇଲ୍ୟାଣ୍ଡ ଯାଏଁ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ସୋଶାଲ ମିଡିଆ ୟୁଜର୍ସମାନେ ସୂଚନା ଦେଇଛନ୍ତି।

Advertisment
America Earthquake Earthquake In US New York