ହୋଟେଲ
ଇରାନ ପକ୍ଷରୁ ଆମେରିକା ପ୍ରତି ବିପଦ ବଢ଼ିବାରେ ଲାଗିଛି। ମଧ୍ୟପ୍ରାଚ୍ୟ(Middle East)ରେ ଥିବା ଆମେରିକା ଦୂତାବାସ ଓ ସୈନ୍ୟ ଠିକଣା ଉପରେ ଇରାନ ହମଲା କରି ଚାଲିଛି। ଏସବୁ ଭିତରେ ଆମେରିକୀୟଙ୍କୁ ଟାର୍ଗେଟ କରିବା ପାଇଁ ଇରାନ ବିଭିନ୍ନ ହୋଟେଲରେ ଆକ୍ରମଣ କରିପାରେ।
ବିଶେଷ କରି ବାହାରିନରେ ଆମେରିକୀୟଙ୍କୁ ଟାର୍ଗେଟ କରି ଇରାନ ବିଭିନ୍ନ ହୋଟେଲ ଉପରେ ମିସାଇଲ ଓ ଡ୍ରୋନ ମାଡ଼ କରିବାର ଆଶଙ୍କା ରହିଛି। ଏଥିପାଇଁ ବାହାରିନରେ ଥିବା ଆମେରିକା ଦୂତାବାସ ପକ୍ଷରୁ ଆମେରିକୀୟ ନାଗରିକଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ବାହାରିନରେ ଥିବା ଆମେରିକୀୟଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ବାହାରିନରେ ଇରାନ ପକ୍ଷରୁ ଡ୍ରୋନ ଓ ମିସାଇଲ ଆକ୍ରମଣର ଆଶଙ୍କା ରହିଥିବାରୁ ଦୂତାବାସ ଏପରି ପରାମର୍ଶ ଦେଇଛି।
ଦୂତାବାସ ପକ୍ଷରୁ କୁହାଯାଇଛି ଯେ ବାହାରିନର ବିଭିନ୍ନ ହୋଟେଲ ବିଶେଷ କରି ରାଜଧାନୀ ମାନାମାରେ ଥିବା ହୋଟେଲଗୁଡ଼ିକ ଇରାନର ସମ୍ଭାବ୍ୟ ଟାର୍ଗେଟ ମଧ୍ୟରେ ରହିଛି। ତେଣୁ ଆମେରିକୀୟମାନେ ଯଥା ସମ୍ଭବ ହୋଟେଲ ରହଣୀ ଠାରୁ ଦୂରେଇ ରୁହନ୍ତୁ। ଇରାନ ଦ୍ୱାରା ଅନୁପ୍ରାଣିତ ଆତଙ୍କବାଦୀ ସଂଗଠନ ଓ ବ୍ୟକ୍ତିବିଶେଷ ବିଦେଶରେ ଆମେରିକୀୟଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ରହିଛନ୍ତି।
ସେମାନେ ବାହାରିନରେ ବିନା ଚେତାବନୀରେ ଆକ୍ରମଣ ମଧ୍ୟ କରିପାରନ୍ତି। ବିଦ୍ରୋହୀ ସଂଗଠନ ଦେଶରେ ଆକ୍ରମଣ ପାଇଁ ମସୁଧା କରିପାରେ। ତେଣୁ ଆମେରିକୀୟମାନେ ସେମାନଙ୍କ ଆଖପାଖ ଉପରେ ନଜର ରଖନ୍ତୁ ଓ ସ୍ଥାନୀୟ ସୁରକ୍ଷା ଗାଇଡଲାଇନକୁ ଅନୁପାଳନ କରନ୍ତୁ ବୋଲି ଦୂତାବାସ କହିଛି।
ସୁପ୍ରିମ ଲିଡରଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ପଣ କରିଛି ଇରାନ। ଏଥିପାଇଁ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଆମେରିକା ଓ ଇସ୍ରାଏଲର ସେନା ଠିକଣାକୁ ଟାର୍ଗେଟ କରିବାରେ ଲାଗିଛି ଇରାନ। ଘନଘନ ମିସାଇଲ ଓ ବୋମା ମାଡ଼ରେ ପୂରା ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରି ଦେଇଛି ଇରାନ। ବାହାରିନ ଠାରୁ ଆରମ୍ଭ କରି କୁଏତ, ୟୁଏଇ ଓ ସାଉଦି ଆରବ ଭଳି ଦେଶରେ ଥିବା ଆମେରିକା ସେନେ ଘାଟିକୁ ଇରାନ ଟାର୍ଗେଟ କରୁଛି।
ସେହିପରି ବିଭିନ୍ନ ଦେଶରେ ଥିବା ଆମେରିକା ଦୂତାବାସଗୁଡ଼ିକ ମଧ୍ୟ ଇରାନର ପାଲଟା ଆକ୍ରମଣରୁ ବର୍ତ୍ତି ନାହିଁ। ଫ୍ରାନ୍ସ ଓ ବ୍ରିଟେନର କିଛି ସେନା ପ୍ରତିଷ୍ଠାନ ମଧ୍ୟ ଇରାନ ହମଲାରେ କ୍ଷତିଗ୍ରସ୍ତ ହୋଇଛି। ଇରାନର ଏପରି ଘନଘନ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ପୂରା ବିଶ୍ୱରେ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/02/usa-2026-03-02-14-42-31.jpg)