/odisha-reporter/media/media_files/2026/03/03/attack-2026-03-03-13-10-22.jpg)
ଦୂତାବାସ ଧ୍ୱଂସ
Middle East War Updates: ସାଉଦି ଆରବର ରିୟାଦରେ ଥିବା ଆମେରିକା ଦୂତାବାସ ଉପରେ ଡ୍ରୋନ ଆଟାକ। ଇରାନର ଡବଲ ଡ୍ରୋନ ଆଟାକରେ କ୍ଷତିଗ୍ରସ୍ତ ହୋଇଛି ରିୟାଦ ସ୍ଥିତ ଆମେରିକାର ଦୂତାବାସ। ଡ୍ରୋନ ମାଡ଼ ହେବା ପରେ ଦୂତାବାସ ବିଲଡିଂରେ ନିଆଁ ଲାଗି ଯାଇଛି ଓ ଏହାର କିଛି ଅଂଶ ଭୁଶୁଡ଼ି ପଡ଼ିଥିବା ସାଉଦି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।
ଶନିବାର ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲେ। ଏହାପର ଠାରୁ ଇରାନ ଗଲ୍ଫ ଦେଶରେ ଥିବା ଆମେରିକା ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବାରେ ଲାଗିଛି। କୁଏତ ଠାରୁ ଆରମ୍ଭ କରି ସାଉଦି ଆରବ ଭଳି ଦେଶ ଇରାନ ଆକ୍ରମଣରୁ ବର୍ତ୍ତି ନାହାନ୍ତି।
ସାଉଦି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଗୋଟିଏ ବିବୃତିରେ କହିଛନ୍ତି ଯେ “ପ୍ରାଥମିକ ଆକଳନରୁ ରିୟାଦରେ ଥିବା ଆମେରିକା ଦୂତାବାସକୁ ଟାର୍ଗେଟ କରାଯାଇଛି। ଏହି ଆକ୍ରମଣ ଯୋଗୁ ବିଲଡିଂରେ ମଧ୍ୟମ ଧରଣର ଅଗ୍ନିକାଣ୍ଡ ଓ ଛୋଟ ଧରଣର କ୍ଷୟକ୍ଷତି ହୋଇଛି।”
ଡ୍ରୋନ ଆଟାକ ପରେ ଦୂତାବାସ ବିଲଡିଂରୁ ନିଆଁ ଓ ଧୂଆଁ ବାହାରୁ ଥିବାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଘଟଣା ବେଳେ ରିୟାଦ କୂଟନୀତିଜ୍ଞ କ୍ୱାର୍ଟର ଆଡ଼େ ମଧ୍ୟ ୪ଟି ଡ୍ରୋନ ମାଡ଼ କରାଯାଇଥିଲା। କିନ୍ତୁ ସାଉଦି ଏୟାର ଡିଫେନ୍ସ ସିଷ୍ଟମ ସେଗୁଡ଼ିକୁ ଚିହ୍ନଟ କରିବା ସହ ଆକାଶ ପଥରେ ହିଁ ନଷ୍ଟ କରି ଦେଇଥିବା ସାଉଦି ପକ୍ଷରୁ ସୂଚନା ଦିଆଯାଇଛି।
ଡ୍ରୋନ ଆଟାକ ପରେ ଆମେରିକା ଦୂତାବାସ ପକ୍ଷରୁ ଜେଡ୍ଡା, ରିୟାଦ ଓ ଧାହରନରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ସବୁ ଅଞ୍ଚଳରେ ଥିବା ସାମରିକ ପ୍ରତିଷ୍ଠାନଗୁଡ଼ିକ ଆଡ଼େ ଅନାବଶ୍ୟକ ଯାତ୍ରା ଉପରେ କଟକଣା ଲଗା ଯାଇଛି। ଆଞ୍ଚଳିତ ସ୍ତରରେ ଘଟୁଥିବା ଘଟଣା ଉପରେ ଦୂତାବାସ ନଜର ରଖିଛି ଓ ଆମେରିକା ନାଗରିକମାନେ ସଦ୍ୟତମ ସୁରକ୍ଷା ଆଲର୍ଟକୁ ଦୃଷ୍ଟିରେ ରଖି ସେହି ଅନୁସାରେ ନିଜର ଗସ୍ତ ସୂଚୀ ସ୍ଥିତ ସ୍ଥିର କରିବାକୁ ମଧ୍ୟ କୁହାଯାଇଛି।
ଜାରି ହୋଇଥିବା ସତର୍କ ସୂଚନାରେ ଲୋକଙ୍କୁ ଘରେ ଭିତରେ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ଏହାବାଦ ଆଖପାଖ ଅଞ୍ଚଳରେ ଉପରେ ନଜର ରଖିବା ସହ ବିକ୍ଷୋଭ, ବଡ଼ଧରଣର ଏକତ୍ରୀକରଣ ଓ ଅଧିକ ପୁଲିସ୍ ମୁତୟନ ଥିବା ଅଞ୍ଚଳକୁ ନ ଯିବାକୁ ମଧ୍ୟ ଦୂତାବାସ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
