ଜବତ ଜାହାଜ
ରୁଷ ପତାକା ଲାଗିଥିବା ତୈଲ ଟ୍ୟାଙ୍କର୍ ମାରିନେରାକୁ ଉତ୍ତର ଆଟଲାଣ୍ଟିକ ସାଗରରେ ସିଜ କରିଛି ଆମେରିକା ସେନା। ଏହି ଜାହାଜକୁ ବେଶ ନାଟକୀୟ ଢଙ୍ଗରେ ୨ ସପ୍ତାହ କାଳ ପିଛା କରିବା ପରେ ଆମେରିକା ସେନା ସଫଳତା ହାସଲ କରିଛି। ଏହି ଜାହାଜକୁ ସୁରକ୍ଷିତ ଭାବେ ନିଜ ଜଳ ସୀମାକୁ ଆଣିବା ପାଇଁ ରୁଷ ନିଜର ଫୋର୍ସ ମୁତୟନ କରିଥିବା ରିପୋର୍ଟ କିଛି ଦିନ ତଳେ ପ୍ରକାଶ ପାଇଥିଲା। ଏହାପରେ ହିଁ ଆମେରିକା ତଟରକ୍ଷୀ ବାହିନୀ ଜାହାଜକୁ ସିଜ କରିଥିବା ଖବର ସାମ୍ନାକୁ ଆସିଛି।
ଆମେରିକା ମିଲିଟାରୀର ୟୁରୋପୀୟ କମାଣ୍ଡ ଏକ୍ସରେ ଗୋଟିଏ ପୋଷ୍ଟ କରି ଅପରେସନକୁ ନିଶ୍ଚିତ କରିଛି। ବିବୃତିରେ କୁହାଯାଇଛି ଯେ ନ୍ୟାୟ ବିଭାଗ, ହୋମଲାଣ୍ତ ସୁରକ୍ଷା ବିଭାଗ ଓ ପ୍ରତିରକ୍ଷା ବିଭାଗ ମିଳିତ ଭାବେ ଆମେରିକା କଟକଣାକୁ ଉଲ୍ଲଙ୍ଘନ କରିଥିବା ତୈଳ ଟ୍ୟାଙ୍କର୍କୁ ସିଜ କରିଛି। ଏହି ସିଜ୍ ପଶ୍ଚିମ ଗୋଲାର୍ଦ୍ଧର ସୁରକ୍ଷା ଓ ସ୍ଥିରତାକୁ ବିପଦରେ ପକାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରି @POTUSର ଘୋଷଣା ସତ୍ୟ ପ୍ରମାଣିତ କରିଛି।
@DeptofWar ସମର୍ଥନରେ DHS ପକ୍ଷରୁ ଏହି ଅପରେସନକୁ କାର୍ଯ୍ୟକାରୀ କରାଯାଇଛି। ଏହା ନିଜ ମାଟିର ସୁରକ୍ଷା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଥିବା ବିବୃତିରେ କୁହାଯାଇଛି।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି ଯେ ମାରିନେରେ ନାମକ ଜାହାଜରେ ଆମେରିକା ତଟରକ୍ଷର ବାହିନୀ ଚଢ଼ିବା ବେଳେ ଏହାର ଆଖପାଖରେ କୌଣସି ରୁଷୀୟ ଜାହାଜ କିମ୍ବା ନୌସେନାର ଯବାନ ନଥିଲେ। ଫଳରେ ରୁଷ ଓ ଆମେରିକା ଫୋର୍ସ ମଧ୍ୟରେ ସମ୍ଭାବ୍ୟ ମୁହାଁମୁହିଁ ପରିସ୍ଥିତି ଟଳି ଯାଇଛି।
ରୁଷୀୟ ସରକାରଙ୍କ ଗଣମାଧ୍ୟମ ଆରଟି ପକ୍ଷରୁ ୨ଟି ଭିଡିଓ ଓ ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ଗୋଟିଏ ହେଲିକପ୍ଟର ଟ୍ୟାଙ୍କର ଆଡ଼କୁ ଆସୁଥିବା ଦେଖା ଯାଇଛି। ଅପରେସନ ଜାରି ରହିଥିବା ମଧ୍ୟ ଏଥିରେ କୁହାଯାଇଛି।
ବାସ୍ତବାରେ ଏହି ଟ୍ୟାଙ୍କର୍ ନାଁ ବେଲା ୧ ରହିଥିଲା। ୨୦୨୪ରେ ଆମେରିକା ପକ୍ଷରୁ ଏହା ଉପରେ କଟକଣା ଲଗା ଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ମାରିନେରା ନାଁରେ ନାମିତ ହୋଇଥିଲା। ଏହା ଇରାନରୁ ଭେନେଜୁଏଲା ଯାଏ ଯାତ୍ରା କରିଥିଲା। ଭେନେଜୁଏଲା ଜଳ ସୀମାରେ ଅପରେଟ କରୁଥିବାରୁ ଆମେରିକା ଜାହାଜକୁ ସିଜ କରିବାର ଆଶଙ୍କା ରହିଥିଲା। ଏଥିପାଇଁ ଏହା ରାସ୍ତା ବଦଳାଇ ଆଟଲାଣ୍ଟିନ ଆଡ଼କୁ ଯାଇଥିଲା।
ଏହି ଯାତ୍ରା ସମୟରେ ଆମେରିକା ତଟରକ୍ଷୀ ବାହିନୀ ଜାହାଜ ଉପରେ ନଜର ରଖିଥିଲା। ଏକାଧିକ ସର୍ଭେଲାନ୍ସ ବିମାନ ଏହାର ଗତିପତିକୁ ଟ୍ରାକ କରିଥିଲା। ବ୍ରିଟଶ ସମ୍ପତ୍ତି ମଧ୍ୟ ସର୍ଭେଲାନ୍ସ ପାଇଁ ବ୍ୟବହାର କରାଯାଇଥିଲା।
ପ୍ରଥମଥର ପାଇଁ ଯେ ଆମେରିକା ସେନା ଟ୍ୟାଙ୍କରକୁ ଅଟକାଇବାକୁ ପ୍ରୟାସ କରି ନାହାନ୍ତି। ଡିସେମ୍ବର ମାସରେ କ୍ରୁମାନେ ଭେନେଜୁଏଲା ନିକଟରେ ଜାହାଜରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଆମେରିକା ଏହାକୁ ଅଟକାଇଥିଲା। ଏହି ଘଟଣା ପରେ ଜାହାଜର ବାହାର ପାର୍ଶ୍ୱରେ ତୁରନ୍ତ ରୁଷ ପତାକା ଅଙ୍କା ଯାଇଥିଲା ଓ ଏହାକୁ ରୁଷର ସରକାରୀ ଜାହାଜ ଭାବେ ପଞ୍ଜିକରଣ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/07/russia-2026-01-07-20-24-10.jpg)