Advertisment

ଗିରଫ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜାମିନ, କହିଲେ- ମୁଁ ନିର୍ଦ୍ଦୋଷ

ଜାମିନ୍ ପରେ ଟ୍ରମ୍ପ ନିଜକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ ବାଇଡେନ୍ ସରକାରଙ୍କୁ ସମାଲୋଚନା କରିଛନ୍ତି । ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

author-image
Niharika Rout
Donald Trump

Donald Trump

ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ୍। ପର୍ଣ୍ଣଷ୍ଟାର୍ ଷ୍ଟର୍ମି ଡାନିଏଲ୍ସଙ୍କ ସହ ସମ୍ପର୍କ ରଖିବା ଓ ଲାଞ୍ଚ ଦେଇ ତାଙ୍କ ମୁହଁ ବନ୍ଦ କରିବା ଭଳି ମାମଲାରେ ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଲିସ୍ ଗିରଫ କରିଥିଲା।

Advertisment

 ଟ୍ରମ୍ପ ନ୍ୟୁୟର୍କର ମ୍ୟାନହାଟ୍ଟନ୍ କୋର୍ଟରେ ଆତ୍ମସମର୍ପଣ କରିବାକୁ ଗତକାଲି ଯାଉଥିବା ବେଳେ ସେଠାରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଟ୍ରମ୍ପଙ୍କ ବିରୋଧରେ ଥିବା ୩୪ଟି ଅଭିଯୋଗକୁ ବିଚାରପତି ପଢ଼ି ଶୁଣାଇଥିବା ବେଳେ ସମସ୍ତ ଅଭିଯୋଗକୁ ଟ୍ରମ୍ପ ଖଣ୍ଡନ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗିରଫର ଘଣ୍ଟାଏ ମଧ୍ୟରେ ମ୍ୟାନହ୍ୟାଟ୍ଟନ୍ କୋର୍ଟ ଟ୍ରମ୍ପଙ୍କୁ ଜାମିନ୍‌ ଦେଲେ । ଏଥିସହ ୧.୨୨ ଲକ୍ଷ ଡଲାରର ଜରିମାନା ପାଇଁ ମଧ୍ୟ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ଜାମିନ୍ ପରେ ଟ୍ରମ୍ପ ନିଜକୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ ବାଇଡେନ୍ ସରକାରଙ୍କୁ ସମାଲୋଚନା କରିଛନ୍ତି । ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Advertisment

 ୨୦୧୬ ମସିହାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ୧,୩୦, ୦୦୦ ଡଲାର ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଟ୍ରମ୍ପଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବା ପରେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେଇଥିଲେ।

ଟ୍ରମ୍ପ କୋର୍ଟରେ କହିଥିଲେ ଯେ, ମୋ ବିରୋଧରେ ରୁଜୁ ହୋଇଥିବା ୩୪ଟି ମାମଲା ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ। ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ଆମେରିକାରେ ଏବେ ଏପରି ଘଟଣା ଘଟୁଛି ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇ ପଡ଼ୁଛି ବୋଲି କୋର୍ଟରେ ଟ୍ରମ୍ପ କହିଥିଲେ। ଶୁଣାଣି ସମୟରେ କୋର୍ଟ ଟ୍ରମ୍ପଙ୍କୁ  ଏପରି ମନ୍ତବ୍ୟରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ। ବିଚାରପତିଙ୍କ ନିକଟରେ ହାଜର ହେବାର କିଛି ସମୟ ପରେ ଟ୍ରମ୍ପ କୋର୍ଟ ପରିସରରୁ ବାହାରି ଯାଇଥିଲେ।

କୋର୍ଟରେ ହାଜର ହେବାର କିଛି ଘଣ୍ଟା ପୂର୍ବରୁ ଟ୍ରମ୍ପ ନିଜ ସମର୍ଥକଙ୍କୁ ଏକ ଇମେଲ ପଠାଇଥିଲେ। ଉକ୍ତ ମେଲ୍‌ର ବିଷୟବସ୍ତୁରେ ଏହା ମୋର ଗିରଫ ପୂର୍ବରୁ ଶେଷ ଇମେଲ ବୋଲି ଲେଖିଥିଲେ । ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯିଏକି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆମେରିକା ରାଜନୈତିକ ଇତିହାସରେ ଏହା ପ୍ରଥମ ଘଟଣା।

ଗତକାଲି ଟ୍ରମ୍ପଙ୍କ ଶୁଣାଣି ଥିବାରୁ ସେ ପହଞ୍ଚିବା ପୂର୍ବରୁ କୋର୍ଟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସିଏନ୍ଏନ୍ ନ୍ୟୁଜ୍ ଅନୁଯାୟୀ, କୋର୍ଟରେ ହାଜର ହେବା ପୂର୍ବରୁ ଟ୍ରମ୍ପ ମ୍ୟାନହଟନ୍ ଜିଲ୍ଲା ଓକିଲ କାର୍ଯ୍ୟାଳୟରେ ୮ଟି କାର୍‌ର କାରକେଡ ମଧ୍ୟରେ ପହଞ୍ଚିଥିଲେ। ପୁଲିସ୍‌ ସେଠାରୁ ତାଙ୍କୁ ଗିରଫ କରିଥିଲା।

ଟ୍ରମ୍ପଙ୍କ ଶୁଣାଣୀ ବେଳେ କୋର୍ଟ ମଧ୍ୟରୁ ସିଧା ପ୍ରସାରଣ କରିବାକୁ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଅନୁମତି ନ ଦେବାକୁ ଟ୍ରମ୍ପଙ୍କ ଓକିଲ ବିଚାରପତିଙ୍କୁ ନିବେଦନ କରିଥିଲେ। ବିଚାରପତି ଏଥିରେ ସମ୍ମତି ପ୍ରକାଶ କରିଥିବା ବେଳେ ଶୁଣାଣି ଆରମ୍ଭ ପୂର୍ବରୁ ଫଟୋ ଉଠାଇବାକୁ ଅନୁମତି ଦେଇଥିଲେ।

୨୦୨୪ରେ ହ୍ୱାଇଟ ହାଉସ ଦୌଡ଼ ପାଇଁ ଆଶାୟୀ ଥିବା ରିପବ୍ଲିକାନ୍ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ସୋମବାର ଫ୍ଲୋରିଡା ଛାଡିବା ପୂର୍ବରୁ ଏକ ସୋଶାଲ ପ୍ଲାଟଫର୍ମରେ ତାଙ୍କୁ ନିରନ୍ତର ହଇରାଣ କରାଯାଉଥିବା ଉଲ୍ଲେଖ କରିଥିଲେ। ଏଘଟଣା ପରେ ଟ୍ରମ୍ପଙ୍କୁ ଜନସମର୍ଥନ ମିଳିବକି ନାହିଁ ତାହା ଏବେ ପ୍ରଶ୍ନ ଘେରରେ। 

Donald Trump Judgement Arrest