Advertisment

ଇରାନ୍‌ ଉପରେ ବଡ଼ ଆକ୍ରମଣ ଯୋଜନାରେ ଇସ୍ରାଏଲ୍‌, ଗୁପ୍ତ ଡକ୍ୟୁମେଣ୍ଟ ଲିକ୍‌

ଦୁଇଟି ଅତ୍ୟଧିକ ଗୋପନୀୟ ଆମେରିକାର ଗୁଇନ୍ଦା ଡକ୍ୟୁମେଣ୍ଟ ଲିକ୍ ହୋଇଛି।

author-image
Madhupriya Mistry
Israel Plan to Attack Iran

Israel Plan to Attack Iran

ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଏହା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହାରି ଭିତରେ ଇରାନ୍‌ ଉପରେ ବଡ ଆକ୍ରମଣ କରିବାକୁ ଯୋଜନା କରୁଛି ଇସ୍ରାଏଲ। ଲିକ୍‌ ହୋଇଥିବା ଆମେରିକାର ଗୁଇନ୍ଦା ଡକ୍ୟୁମେଣ୍ଟରୁ ଏଭଳି କିଛି ସଙ୍କେତ ମିଳିଛି। ଇରାନ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଇସ୍ରାଏଲର ଯୋଜନା ବିଷୟରେ ଅତ୍ୟଧିକ ଗୋପନୀୟ ତଥ୍ୟ ଲିକ୍ ହେବା ପରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି।

Advertisment

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଦୁଇଟି ଅତ୍ୟଧିକ ଗୋପନୀୟ ଆମେରିକାର ଗୁଇନ୍ଦା ଡକ୍ୟୁମେଣ୍ଟ ଲିକ୍ ହୋଇଛି। ଏଥିରେ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣ ପାଇଁ ଇସ୍ରାଏଲର ସାମରିକ ପ୍ରସ୍ତୁତି ବିଷୟରେ ଖୁଲାସା ହୋଇଛି। ଏହି ଗୁଇନ୍ଦା ତଥ୍ୟ ଡକ୍ୟୁମେଣ୍ଟ ନ୍ୟାସନାଲ ଜିଓସ୍ପୋଟିକ୍ ଇଣ୍ଟେଲିଜେନ୍ସି ଏଜେନ୍ସି ନିକଟରୁ ମିଳିଛି। ଏହି ଏଜେନ୍ସି ଆମେରିକା ଗୁଇନ୍ଦା ସାଟେଲାଇଟର ଚିତ୍ର ଏବଂ ସୂଚନାକୁ ଆଧାର କରି ବିଶ୍ଲେଷଣ କରିଥାଏ। ଏହି ଗୁପ୍ତ ଦସ୍ତାବିଜରୁ ଇସ୍ରାଏଲ ସେନାର ଗତିବିଧି ଏବଂ ଆଗାମୀ ପ୍ରସ୍ତୁତି ବାବଦରେ ସୂଚନା ମିଳିଛି।

ଅକ୍ଟୋବର ୧୫ ଏବଂ ୧୬ ତାରିଖରେ ଏହି ଗୁପ୍ତ ଡକ୍ୟୁମେଣ୍ଟ ଇରାନୀ ସମର୍ଥକଙ୍କ ଟେଲିଗ୍ରାମ ମିଡିଲ ଇଷ୍ଟ ସ୍ପେକ୍ଟେଟରରେ ପ୍ରକାଶିତ ହୋଇଥିଲା। ଏଥିରେ ଆଇଡିଏଫର ସାଟେଲାଇଟ୍ ଚିତ୍ର ରହିଛି। ଇସ୍ରାଏଲ ସେନା କୌଣସି ଯୋଜନା କରୁଥିବା ଦେଖିବାକୁ ମିଳିଛି।

Advertisment

ତେବେ ଏହି ଗୁଇନ୍ଦା ଡକ୍ୟୁମେଣ୍ଟ କେଉଁଠାରୁ ଲିକ୍‌ ହେଲା ତା' ବଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଗୁପ୍ତଚର ତଥ୍ୟ ଲିକକୁ ନେଇ ଆମେରିକା ବେଶ୍‌ ଚିନ୍ତିତ ହୋଇପଡିଛି। ଗୁପ୍ତ ଡକ୍ୟୁମେଣ୍ଟ କିଭଳି ଲିକ୍‌ ହେଲା ଓ କିଏ କଲା ତା'ର ଅନୁସନ୍ଧାନ ଜାରି ରଖିଛି। ପେଣ୍ଟାଗନ, ଆମେରିକା ଗୁଇନ୍ଦା ବିଭାଗ ଓ ଏଫ୍‌ବିଆଇ ଏହି ମାମଲାର ଯାଞ୍ଚ କରୁଛନ୍ତି।

ଅକ୍ଟୋବର ପହିଲାରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ଇସ୍ରାଏଲ ଉପରେ ହମଲା କରିଥିଲା। କୁହାଯାଇଛି, ଇସ୍ରାଏଲ ଏହାର ବଦଲା ନେବାକୁ ଆକ୍ରମଣ ପ୍ଲାନ୍ ପ୍ରସ୍ତୁତି କରୁଛି। ବର୍ତ୍ତମାନ ସମୟରେ ଇସ୍ରାଏଲ ସେନା ଗାଜାପଟ୍ଟୀ ଏବଂ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି। ଏହି ଆକ୍ରମଣରେ ଇସ୍ରାଏଲ ହମାସର ଅନେକ ଶୀର୍ଷ ନେତାଙ୍କୁ ହତ୍ୟା କରିଛି।

USA Israel Iran Conflict Israel Plan To Attack On Iran Intelligence Documents Leaked