ବିସ୍ଫୋରଣ ପରର ଦୃଶ୍ୟ
ପୁଣିଥରେ ଅଶାନ୍ତ ହୋଇ ପଡ଼ିଛି ମଧ୍ୟପ୍ରାଚ୍ୟ। ଆଜି ଇସ୍ରାଏଲ(Israel) ଓ ଆମେରିକା(US) ମିଳିତ ଭାବେ ଇରାନ ଉପରେ କରିଛନ୍ତି ଘନଘନ ଆକ୍ରମଣ। ତେହରାନରେ ୩୦ଟି ସ୍ଥାନରେ ଏକକାଳୀନ ହୋଇଛି ମିସାଇଲ ମାଡ଼। ଇରାନ ରାଷ୍ଟ୍ରପତି ମାସୌଦ ପେଜେଶକିଆନଙ୍କ ଘରକୁ ମଧ୍ୟ ଟାର୍ଗେଟ କରାଯାଇଛି।
ଘନଘନ ଆକ୍ରମଣ ଯୋଗୁ ପୂରା ତେହେରାନ ଥରି ଉଠିଛି। ତେହରାନ(Iran)ର ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଇସ୍ରାଏଲ ଓ ଆମେରିକାର ଷ୍ଟ୍ରାଇକ ପରେ ଇରାନ ସୁପ୍ରିମ ଲିଡର ଅୟତୋଲ୍ଲା ଅଲ ଖାମେନେଇଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେହିପରି ଇରାନ ନିଜର ଆକାଶ ପଥକୁ ମଧ୍ୟ ସିଲ କରି ଦେଇଛି। ପାଲଟା ଆକ୍ରମଣ ପାଇଁ ତେହରାନ ପ୍ରସ୍ତୁତି ଆରମ୍ଭ କରି ଦେଇଛି।
ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନର ଗୁଇନ୍ଦା ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସୁପ୍ରିମ ଲିଡରଙ୍କ ଅଫିସ, ଇରାନର ଆଟୋମିକ ଏନର୍ଜି ଏଜେନ୍ସି ଓ ଇରାନର ସବୁଠାରୁ ସମ୍ବେଦନଶୀଳନ ସାମରିକ ଅଞ୍ଚଳର ପାରଚିନ ଭଳି ୩୦ଟି ସ୍ଥାନରେ ଆକ୍ରମଣ କରାଯାଇଛି।
ଆଣବିକ ଡିଲକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଆଜି ଏପରି ଆକ୍ରମଣ ହୋଇଛି। ଆକ୍ରମଣରେ ଇରାନ ରାଷ୍ଟ୍ରପତିଙ୍କ ବିଲଡିଂ କମ୍ପ୍ଲେକ୍ସ କ୍ଷତିଗ୍ରସ୍ତ ହୋଇଛି। ପୂର୍ବ ଓ ପଶ୍ଚିମ ତେହରାନରେ ମୋବାଇଲ ନେଟୱର୍କ କଟି ଯାଇଛି। ଲୋକମାନେ ସୁରକ୍ଷିତ ସ୍ଥାନରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏବେ ବି ତେହରାନରେ ଆକ୍ରମଣ ଜାରି ରହିଥିବା ଆମେରିକା ଗଣମାଧ୍ୟମ ଗୁଡ଼ିକ ରିପୋର୍ଟ କରିଛନ୍ତି।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ଗୋଟିଏ ବିବୃତିରେ କହିଛନ୍ତି ଯେ ଇରାନ ପକ୍ଷରୁ ଥିବା ବିପଦକୁ ଅକାମୀ କରିବା ପାଇଁ ଏପରି ଆକ୍ରମଣ କରାଯାଇଛି। କେବଳ ନିର୍ଦ୍ଦିଷ୍ଟ ଠିକଣାରେ ମିସାଇଲ ମାଡ଼ ହୋଇଛି। କୌଣସି ଜରୁରୀ ପ୍ରତିଷ୍ଠାନରେ ଆକ୍ରମଣ କରାଯାଇ ନାହିଁ। ଏହି ଅପରେସନର ନାଁ ସିଲ୍ଡ ଅଫ ଜୁଦା ରଖାଯାଇଛି ବୋଲି ସେ କହିଛନ୍ତି।
ଇସ୍ରାଏଲ ଓ ଆମେରିକା ମିସାଇଲ ମାଡ଼ କରିଥିବାରୁ ଇରାନ ମଧ୍ୟ ପାଲଟା ଆକ୍ରମଣ କରିପାରେ। ଏଥିପାଇଁ ଇସ୍ରାଏଲ ସେନା ଦେଶର ବିଭିନ୍ନ ସହରରେ ଯୁଦ୍ଧ ସାଇରନ ବଜାଇ ଲୋକଙ୍କୁ ସତର୍କ କରାଇଛି। ଲୋକଙ୍କ ନିକଟସ୍ଥ ବଙ୍କରରେ ସୁରକ୍ଷିତ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।
ଇସ୍ରାଏଲ ପକ୍ଷରୁ ଷ୍ଟେଟ ଅଫ ଏମର୍ଜେନ୍ସି ମଧ୍ୟ ଘୋଷଣା କରାଯାଇଛି। ବେସାମରିବ ବିମାନ ଉଡ଼ାଣ ବନ୍ଦ ରହିଛି। ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଥିବା ବେଳେ ବିଭିନ୍ନ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କହିଛନ୍ତି ଇସ୍ରାଏଲ ପରିବହନ ମନ୍ତ୍ରୀ ମୀର ରେଗେଭ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/28/iran-2026-02-28-12-47-37.jpg)