Advertisment

ଭାଗ୍ୟର ଖେଳ! ରାସ୍ତାରେ ପଡ଼ିଥିବା ନୋଟ୍ ପାଇ ବଢ଼େଇ ବନିଲେ କୋଟିପତି

ରାସ୍ତାରେ ପଡିଥିବା ନୋଟକୁ ନେଇ ଲଟେରୀ ଖେଳିଥିଲେ।

ଅଦ୍ୟତନ ହୋଇଛି
Lottery

Lottery

Advertisment

କଥାରେ ଅଛି, ଭଗବାନ ଯେବେ ଦିଅନ୍ତି, ଛପର ଫାଡ଼ି ଦିଅନ୍ତି, ଭିକାରୀକୁ ଆଣି ରାଜ ଉଆସରେ ବସାଇ ଦିଅନ୍ତି। ଏହି ଲୋକକଥା ସତ ହୋଇଛି। ଜଣେ କାଠ ମିସ୍ତ୍ରୀ (ବଢ଼େଇ) ବନିଯାଇଛନ୍ତି କୋଟିପତି। ତାହା ପୁଣି ବାଟରୁ ପାଇଥିବା ୨୦ ଡଲାରକୁ ନେଇ। କିପରି ଥିଲା ପୂରା ଘଟଣା, ଜାଣନ୍ତୁ...

Advertisment

ଏ ଘଟଣା ଆମେରିକା ଉତ୍ତର କାରୋଲିନାରେ। ଏଠାରେ ଜଣେ କାଠ ମିସ୍ତ୍ରୀ ଜେରୀ ହିକ୍ସ ବଜାରରେ କୌଣସି ଦୋକାନକୁ ଯାଉଥିବାବେଳେ ରାସ୍ତାରେ ୨୦ ଡଲାରର ଏକ ନୋଟ୍‌ ପଡ଼ିଥିବା ଦେଖିଥିଲେ। ସେ ଏହି ନୋଟ୍ ଉଠେଇ ନେଇଥିଲେ ଓ ଏଥିରେ ଲଟେରୀ ଟିକେଟ୍ କିଣିବାକୁ ସ୍ଥିର କରିଥିଲେ। 

ଏହାପରେ ସେ ବୁନେର N.C. ୧୦୫ ସ୍ପିଡୱେକୁ ଯାଇ ସେଠାରୁ ଏକ ସ୍କ୍ରାଚ୍ କାର୍ଡ କିଣିଥିଲେ। କିନ୍ତୁ ଜେରୀ ହିକ୍ସ ଖୋଜୁଥିବା ଟିକେଟ୍ ସେମାନଙ୍କ ପାଖରେ ନଥିଲା। ଫଳରେ ସେ ଏକାଧିକ ଟିକେଟ୍ କିଣିଥିଲେ। ଆଉ ଏହି ଟିକେଟରୁ ଏକ ନିୟୁତ ଅର୍ଥାତ ୧୦ ଲକ୍ଷ ଡଲାର ଲଟେରୀ ହିସାବରେ ପାଇଛନ୍ତି। ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ଏବେ ପ୍ରାୟ ୮୦ ଟଙ୍କା। ଏହି ହିସାବରେ ହିକ୍ସ ଏବେ କୋଟିପତି।

Advertisment

ଜେରୀ ହିକ୍ସଙ୍କୁ ତାଙ୍କ ପୁରସ୍କାର ରାଶି ବାବଦରେ ଦୁଇଟି ବିକଳ୍ପ ବାଛିବାକୁ କୁହାଯାଇଥିଲା। ପ୍ରଥମଟି ହେଉଛି ୨୦ ବର୍ଷ ଧରି ବାର୍ଷିକ ୫୦,୦୦୦ ଡଲାର ପାଇବେ କିମ୍ବା ଦ୍ୱିତୀୟଟି ହେଉଛି ଏକକାଳୀନ ୬୦୦,୦୦୦ ଡଲାର ପାଇବେ। ସେ ଦ୍ୱିତୀୟ ବିକଳ୍ପକୁ ବାଛିଥିଲେ ଏବଂ ୬ ଲକ୍ଷ ଡଲାର ପାଇଥିଲେ।

ଟ୍ୟାକ୍ସ କଟିବା ପରେ ୪୨୯,୦୦୭ ଡଲାର ପାଇଛନ୍ତି ଜେରୀ। ଭାଗ୍ୟର ଖେଳରେ ଏହି ବିଜୟ ପରେ ଜେରୀ ପ୍ରେସମିଟ୍ କରି ତାଙ୍କର ଏହି ଯାତ୍ରା ବାବଦରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହି ଡଲାରକୁ ନେଇ ନିଜର ୫୬ ବର୍ଷର ବଢେଇ ଜୀବନରେ ପରିବର୍ତ୍ତନ ଆଣିବେ। 

ଏହା ପୂର୍ବରୁ ପ୍ରଥମେ ସେ ଗୋଲ୍ଡେନ କୋରାଲକୁ ଯାଇ ମନ ପସନ୍ଦର ସବୁ ଖାଦ୍ୟ ଖାଇବେ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଜୀବନର ସମସ୍ତ ସୁଖ ଦେବାକୁ ଚେଷ୍ଟା କରିବେ ବୋଲି ଜେରୀ କହିଛନ୍ତି। 

Lottery US
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe