Advertisment

ମଝି ଆକାଶରେ ଅସୁସ୍ଥ ହୋଇଗଲେ ପାଇଲଟ, ଯାତ୍ରୀ ଚଳାଇଲେ ବିମାନ!

ମଝି ଆକାଶରେ ପାଇଲଟଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହୋଇଗଲା। ଏହା ଦେଖି ଯାତ୍ରୀ କଲେ ବିମାନର ଜରୁରୀ କାଳୀନ ଅବତରଣ ଏବଂ ପରେ ଏହି ବିମାନଟି ଆଗକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

author-image
Manoj Swain
ଅଦ୍ୟତନ ହୋଇଛି
US Passenger Crash-Lands Plane

US Passenger Crash-Lands Plane

ଭାବନ୍ତୁ, ଯଦି ବିମାନରେ କେବଳ ଜଣେ ପାଇଲଟ୍ ଥିବେ ଏବଂ ତାଙ୍କର ମଝି ଆକାଶରେ କିଛି ସ୍ୱାସ୍ଥ୍ୟ ଜନିତ ଅସୁବିଧା ହୁଏ, ତେବେ ବିମାନର ଅବସ୍ଥା କ’ଣ ହେବ? ଯାତ୍ରୀମାନେ ବିମାନ ଭିତରେ ପାଇଲଟଙ୍କ ଏଭଳି ଅବସ୍ଥା ଦେଖି ଭୟଭୀତ ହୋଇ ମୃତ୍ୟୁକୁ ଅପେକ୍ଷା କରିବେ ନିଶ୍ଚିତ ! ତେବେ ୱାଶିଂଟନ୍ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଏକ ବିମାନରେ ମଧ୍ୟ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା, କିନ୍ତୁ ଏଠାରେ ଜଣେ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ କେବଳ ଅନ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇନାହିଁ, ବରଂ ଅସୁସ୍ଥ ପାଇଲଟ୍ ମଧ୍ୟ ଠିକ୍ ସମୟରେ ଚିକିତ୍ସା ପାଇପାରିଛି।

Advertisment

ଘଟଣାଟି ଶନିବାର ଦିନ ଆମେରିକାର ମାସାଚୁସେଟ୍ସ ସହରରେ ଦେଖିବାକୁ ମିଳିଥିଲା। ମାସାଚୁସେଟ୍ସ ପୁଲିସର ସୂଚନା ଅନୁଯାୟୀ, ଏହି ଘଟଣାଟି ମାସାଚୁସେଟ୍ସର ମାର୍ଥାର ଭିନେୟାର୍ଡ ବିମାନବନ୍ଦରେ ଘଟିଛି। ବିମାନଟି ନ୍ୟୁୟର୍କର ୱେଷ୍ଟଚେଷ୍ଟର କାଉଣ୍ଟିରୁ ଉଡ଼ାଣ ଆରମ୍ଭ କରିଥିଲା। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ମଝି ଆକାଶରେ ପାଇଲଟଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହୋଇଗଲା। ତେଣୁ ପାଇଲଟ ବିମାନ ଉଡ଼ାଇବାକୁ ଅସମର୍ଥ ହୋଇଥିଲେ। କେହି କିଛି ଭାବିବା ପୂର୍ବରୁ ସେହି ବିମାନରେ ଉପସ୍ଥିତ ଜଣେ ଯାତ୍ରୀ ବିମାନ ଉଡ଼ାଇବାର ସାମାନ୍ୟତମ ଅଭିଜ୍ଞତା ନଥାଇ ମଧ୍ୟ ବିମାନକୁ ଉଡ଼ାଇବାକୁ ଚେଷ୍ଟା କରିଥିଲେ ଏବଂ କୌଣସି ପ୍ରକାରେ ସେ ବିମାନକୁ ଅବତରଣ କରିଥିଲେ। ତେବେ ବିମାନଟି ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନର ବାମପଟ ଡେଣା ଭାଙ୍ଗି ଯାଇଥିଲା।

ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇ ଅବତରଣ ପରେ ବିମାନ ଉଡ଼ାଣ କରିଥିବା ଯାତ୍ରୀ ଏବଂ ପାଇଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପାଇଲଟଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ଅଛି। ଏହି ଦୁଇ ଜଣଙ୍କ ବ୍ୟତୀତ ବିମାନରେ ଅନ୍ୟ ଜଣେ ମହିଳା ଯାତ୍ରୀ ମଧ୍ୟ ଥିଲେ, ଯିଏକି ସାମାନ୍ୟ ଆଘାତ ପାଇଥିଲେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇ ଘରକୁ ପଠାଯାଇଛି। ଏହି ଦୁର୍ଘଟଣା ପରେ ବର୍ତ୍ତମାନ ଉଭୟ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏବଂ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

Advertisment
USA Plane Crash