Advertisment

ଇରାନର ଆକ୍ରମଣକୁ କଡ଼ା ନିନ୍ଦା କଲା ଆମେରିକା, ଜି-୭ ନେତାଙ୍କ ସହ ବୈଠକ

ଗତ ରାତିରେ ଇସ୍ରାଏଲ ଉପରେ ଇରାନ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବା ସହ ଡ୍ରୋନ ଆକ୍ରମଣ କରିଛି।

G7 meeting

G7 meeting

Advertisment

ମଧ୍ୟ ପ୍ରଚ୍ୟାରେ ବିଗିଡିବାରେ ଲାଗିଛି ସ୍ଥିତି। ଆରମ୍ଭ ହୋଇଛି ଯୁଦ୍ଧ। ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି। ଗତ ରାତିରେ ଇସ୍ରାଏଲ ଉପରେ ଇରାନ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବା ସହ ଡ୍ରୋନ ଆକ୍ରମଣ କରିଛି। ଏହାକୁ ନେଇ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ତେବେ ଇସ୍ରାଏଲ ଉପରେ ଇରାନ ଆକ୍ରମଣକୁ କଡା ନିନ୍ଦା କରିଛି ଆମେରିକା। ଏହି ଯୁଦ୍ଧକୁ ନେଇ ତୁରନ୍ତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏମରଜେନ୍ସି ବୈଠକ ଡାକିଛନ୍ତି।

Advertisment

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଆମେରିକା ସତର୍କ ହୋଇପଡିଛି। ବର୍ତ୍ତମାନ ଏହକା ନେଇ ବଡ ପଦକ୍ଷେପ ନେବାକୁ ଯାଉଛି ଆମେରିକା। ପ୍ରଥମ ପଦକ୍ଷେପ ଭାବରେ, ଇରାନ-ଇସ୍ରାଏଲ ଯୁଦ୍ଧର ସମ୍ଭାବନାକୁ ଦୃଷ୍ଟିରେ ରଖି ଜୋ ବାଇଡେନ ତୁରନ୍ତ ଜି -7 ନେତାଙ୍କ ସହ ବୈଠକ କରିଛନ୍ତି। ପରବର୍ତ୍ତୀ ପରିସ୍ଥିତି ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଆଲୋଚନା ହୋଇଛି।

ଇରାନ ଆକ୍ରମଣ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇଛନ୍ତି। ଆମେରିକୀୟ ରିପୋର୍ଟ ଅନୁଯାୟୀ, ଇରାନ ଉପରେ ଇସ୍ରାଏଲର କାଉଣ୍ଟର ଆକ୍ରମଣକୁ ଆମେରିକା ସମର୍ଥନ କରିବ ନାହିଁ ବୋଲି ବାଇଡେନ୍‌ ନେତାନ୍ୟାହୁଙ୍କୁ କହିଛନ୍ତି। ଇରାନ୍‌ର ଆକ୍ରମଣକୁ ନିଷ୍ଠୁର କହିବା ସହ ବିଡେନ କହିଛନ୍ତି ଯେ ଆମେରିକା ଇସ୍ରାଏଲର କାଉଣ୍ଟର ଆକ୍ରମଣକୁ ବିରୋଧ କରିବ ଏବଂ ସେ ଏଭଳି କୌଣସି କାର୍ଯ୍ୟରେ ଭାଗ ନେବ ନାହିଁ।

Advertisment

ସେପଟେ ଇରାନ ଆକ୍ରମଣକୁ ନିନ୍ଦା କରି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ ମଧ୍ୟ ପୂର୍ବ କିମ୍ବା ବିଶ୍ୱ ଅନ୍ୟ ଯୁଦ୍ଧକୁ ସହ୍ୟ କରିପାରିବ ନାହିଁ। ସଂଯମତା ବଜାୟ ରଖିବାକୁ ଏବଂ ମଧ୍ୟ ପୂର୍ବରେ ଉତ୍ତେଜନା ବୃଦ୍ଧି କରୁଥିବା ଯେକୌଣସି କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ସେ ସମସ୍ତ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କହିରଖୁ ଯେ, ଦୁଇ ସପ୍ତାହ ତଳେ ସିରିଆରେ ଥିବା ଇରାନୀ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା। ଇସ୍ରାଏଲର ଆକ୍ରମଣରେ ଇରାନର ବରିଷ୍ଠ ସେନା ଅଧିକାରୀ ପ୍ରାଣ ହରାଇଥିଲେ। ଏହାର ପ୍ରତିଶୋଧ ନେବାକୁ ଯୁଦ୍ଧ ଘୋଷଣା କରିଥିଲା ଇରାନ।

Joe Biden Iran Israel Conflict Iran Launches Missiles
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe