Advertisment

କାଲି ଇସ୍ରାଏଲ ଯିବେ ବାଇଡେନ; ମୁଣ୍ଡ ଜାମିନଙ୍କ ମୁକ୍ତି ପାଇଁ କରିବେ ଅପିଲ୍‌

ଆସନ୍ତାକାଲି ବାଇଡେନ ଇସ୍ରାଏଲର ରାଜଧାନୀ ତେଲ ଅବିବରେ ପହଞ୍ଚିବେ ବୋଲି କହିଛନ୍ତି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନ୍ ।

USA President  Biden

USA President Biden

Advertisment

ଆସନ୍ତାକାଲି ଯୁଦ୍ଧ ପ୍ରଭାବିତ ଇସ୍ରାଏଲ୍‌ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆସନ୍ତାକାଲି ବାଇଡେନ ଇସ୍ରାଏଲର ରାଜଧାନୀ ତେଲ ଅବିବରେ ପହଞ୍ଚିବେ ବୋଲି କହିଛନ୍ତି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନ୍ । ନିଜ ଗସ୍ତ କାଳରେ ବାଇଡେନ ହମାସ ଦ୍ୱାରା ବନ୍ଧକ ଥିବା ୧୯୯ ଇସ୍ରାଏଲ ନାଗରିକଙ୍କ ମୁକ୍ତି ପାଇଁ ବାଇଡେନ୍ ଉଦ୍ୟମ କରିବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଯୁଦ୍ଧ ସମୟରେ ବାଇଡେନଙ୍କ ଇସ୍ରାଏଲ ଗସ୍ତ ଖୁବ୍‌ ଗୁରୁତ୍ୱ ବହନ କରୁଛି। ଏଯାବତ ହମାସ ଇସ୍ରାଏଲର ୧୪୦୦ ଲୋକଙ୍କୁ ହତ୍ୟା କରି ସାରିଥିବା ବେଳେ ସେଥିରେ ୩୦ ଆମେରିକୀୟ ନାଗରିକ ଥିବା ଜଣାଯାଇଛି। ଏ ସମ୍ପର୍କରେ ବାଇଡେନ ସୂଚନା ଦେଇ ସାରିଛନ୍ତି। ଏଥିସହ ସେ କହିଛନ୍ତି ହମାସ ନାରକୀୟ କାଣ୍ଡ ଘଟାଇ ଚାଲିଥିବା ବେଳେ ଇସ୍ରାଏଲ ପାଖରେ ହମାସ ଓ ଅନ୍ୟ ଆତଙ୍କବାଦୀଙ୍କ ସହ ଲଢ଼ିବା ନିମନ୍ତେ ଅଧିକାର ରହିଛି।

ନିଜ ଗସ୍ତ କାଳରେ ବାଇଡେନ ହମାସ ବନ୍ଧକ କରି ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛାଡ଼ି ଦେବାକୁ ଅପିଲ କରିବା ସହ ଗାଜା ଉପରେ କବଜା ନ କରିବାକୁ ଇସ୍ରାଏଲକୁ ମଧ୍ୟ ପରାମର୍ଶ ଦେଇ ପାରନ୍ତି।

Advertisment

ଏହା ପୂର୍ବରୁ ବାଇଡେନ ଏକ ସାକ୍ଷାତକାରରେ କହିଥିଲେ, ହମାସ ଓ ଇସ୍ରାଏଲ ଉଭୟ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। କିନ୍ତୁ ଏଥିରେ ଅନ୍ତର ହେଉଛି, ଇସ୍ରାଏଲର ଆକ୍ରମଣ ଯୁକ୍ତିଯୁକ୍ତ ଥିବା ବେଳେ ହମାସର ଆକ୍ରମଣ ବର୍ବରତାପୂର୍ଣ୍ଣ । ଏହି ଅବସରରେ ପରୋକ୍ଷରେ ବାଇଡେନ ଗାଜା ଉପରେ ଆକ୍ରମଣକୁ ନେଇ ଇସ୍ରାଏଲକୁ ଚେତାବନୀ ଦେଇ ସାରିଛନ୍ତି। ସେ କହିଛନ୍ତି, ଗାଜା ଉପରେ ଆକ୍ରମଣ ଇସ୍ରାଏଲର ସବୁଠୁ ବଡ଼ ଭୁଲ୍‌ ଭାବେ ପରିଗଣିତ ହେବ । ଏଥିସହ ସେ କହିଛନ୍ତି, ମୋତେ ବିଶ୍ୱାସ ଅଛି ଇସ୍ରାଏଲ ଗାଜାରେ ନିର୍ଦ୍ଦୋଷ ନାଗରିକଙ୍କ ହତ୍ୟା କରିବ ନାହିଁ।

ବାଇଡେନ ହମାସ ଉପରେ ବର୍ଷିବା ସହ ତାହାର ଲକ୍ଷ୍ୟ ଖୁବ୍‌ ଭୟଙ୍କର ଥିବା ବେଳେ ସେ ବର୍ବରକାଣ୍ଡ ଘଟାଉଥିବା କହିଛନ୍ତି। ଏପରିକି ହମାସ ଆତଙ୍କବାଦୀଙ୍କର ସମ୍ମୁଖ ପଟୁ ଆକ୍ରମଣ କରିବାର ସାହସ ନ ଥିବା ବେଳେ ସବୁବେଳେ ପଛପଟୁ ଆକ୍ରମଣ କରୁଥିବା କହିଛନ୍ତି ବାଇଡେନ ।

ସୂଚନାଯୋଗ୍ୟ, ଇସ୍ରାଏଲ ସହ ଲଢ଼େଇ କରୁଥିବା ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ୧୯୯ ଜଣ ନୀରିହ ଲୋକଙ୍କୁ ପଣବନ୍ଦୀ କରି ରଖିଛି। ଗାଜା ଷ୍ଟ୍ରିପ୍‌ ଦେଇ ଇସ୍ରାଏଲରେ ପଶିବା ପରେ ହମାସ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ। ଏହାପରେ ସୀମାନ୍ତ ଅଞ୍ଚଳରେ ଥିବା ଲୋକଙ୍କୁ ଅପହରଣ କରି ନେଇ ଯାଇଥିଲେ ଗତକାଲି ଆଜି ଇସ୍ରାଏଲ ସେନା କହିଥିଲା ।

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଡାନିଏଲ ହାଗାରି କହିଛନ୍ତି, “ଆମେ ପଣବନ୍ଦୀ ହୋଇ ରହିଥିବା ୧୯୯ ଜଣ ଲୋକଙ୍କ ପରିବାର ବର୍ଗଙ୍କୁ ଏ ସମ୍ପର୍କରେ ଅବଗତ କରାଇଛୁ। ”

Joe Biden USA Israel Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe