Advertisment

ବାଜି ମାରିବେ କି ଟ୍ରମ୍ପ? ସ୍ୱିଙ୍ଗ ଷ୍ଟେଟ୍‌ରେ ଆଗରେ

୭ଟି ସ୍ୱିଙ୍ଗ ଷ୍ଟେଟ୍‌ ମଧ୍ୟରୁ ୫ଟିରେ ଆଗୁଆ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ।

Trump

Trump

Advertisment

ରୋଚକ ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଦୌଡୁଛି ହାତୀ ଧୀର ଗତିରେ ଚାଲି ତାକୁ ଟକ୍କର ଦେଉଛି ଗଧ। ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ପ୍ରତୀକ ହାତୀ ବର୍ତ୍ତମାନ ଦ୍ରୁତ ଗତିରେ ଚାଲୁଛି। କମଲା ହାରିସଙ୍କ ଡେମୋକ୍ରାଟ୍ ପାର୍ଟିର ପ୍ରତୀକ ଥିବା ଗଧ ଧୀରେ ଧୀରେ ଗତି କରୁଥିବା ଜଣାପଡିଛି। ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଟ୍ରେଣ୍ଡରେ ଡେମୋକ୍ରାଟିକ ପାର୍ଟିର କମଲା ହାରିସଙ୍କଠାରୁ ଆଗରେ ଅଛନ୍ତି। କେବଳ ସେତିକି ନୁହେଁ ୭ ସ୍ୱିଙ୍ଗ ଷ୍ଟେଟ୍‌ରେ ମଧ୍ୟ ଟ୍ରମ୍ପ ଆଗରେ ଥିବା ଦେଖିବାକୁ ମିଳିଛି।

Advertisment

ଆମେରିକାରେ ୭ଟି ସ୍ୱିଙ୍ଗ ଷ୍ଟେଟ ଅଛି। ଏଗୁଡିକ ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ସମସ୍ତ ରାଜ୍ୟ ଦଳର ପାରମ୍ପାରିକ ସମର୍ଥନକୁ ଗୁରୁତ୍ୱ ଦେଉଥିବାବେଳେ ଏହି ସ୍ୱିଙ୍ଗ ଷ୍ଟେଟଗୁଡିକରେ ଦଳର ସମର୍ଥନ ବଦଳିବାରେ ଲାଗିଛି। ଏଭଳି ପରିସ୍ଥିତିରେ, ରାଷ୍ଟ୍ରପତି ପ୍ରାର୍ଥୀ ଏହି ସ୍ୱିଙ୍ଗ ରାଜ୍ୟଗୁଡିକରେ ଜିତନ୍ତି, ସେ ନିର୍ବାଚନରେ ବିଜେତା ଭାବରେ ଉଭା ହୁଅନ୍ତି। ସେଥିପାଇଁ ସ୍ୱିଙ୍ଗ ଷ୍ଟେଟଗୁଡିକ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଥିବା ବିବେଚନା କରାଯାଏ।

ବର୍ତ୍ତମାନ ଏହି ୭ ଟି ରାଜ୍ୟ ମଧ୍ୟରୁ ୬ଟିର ଟ୍ରେଣ୍ଡ ସାମ୍ନାକୁ ଆସିଛ। ଏଥିମଧ୍ୟରୁ ଡୋନାଲ୍ଡ ଟ୍ରମ୍ପ ପାଞ୍ଚଟି ରାଜ୍ୟରେ ଆଗରେ ଥିବା ବେଳେ କମଲା ହାରିସ କେବଳ ଗୋଟିଏରେ ଆଗରେ ଅଛନ୍ତି। ଯଦି ଏହି ଧାରା ଫଳାଫଳରେ ପରିବର୍ତ୍ତନ ହୁଏ ତେବେ ଡେମୋକ୍ରାଟ ପାର୍ଟିକୁ ଏକ ବଡ଼ କ୍ଷତି ସହିବାକୁ ପଡିପାରେ।

Advertisment

୭ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମଧ୍ୟରୁ ପେନସିଲଭାନିଆ ୧୯ଟି ନିର୍ବାଚନୀ ମଣ୍ଡଳୀ ଭୋଟ ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଭାବରେ ଉଭା ହୋଇଛି। ଏଠାରେ ଅଦ୍ୟାବଧି ଡୋନାଲ୍ଡ ଟ୍ରମ୍ପ ୫୧.୩ ପ୍ରତିଶତ ଭୋଟ ସହ ଆଗରେ ଅଛନ୍ତି। ଏଥି ସହିତ ହାରିସ ୪୭.୮ ପ୍ରତିଶତ ଭୋଟ ପାଇଛନ୍ତି।

ଉତ୍ତର କାରୋଲିନାରେ କଡ଼ା ଟକ୍କର ହେଉଛି। ଏଠାରେ ଥିବା ୧୬ ଟି ଇଲେକ୍ଟୋରାଲ କଲେଜ ସିଟ ପାଇଁ ପ୍ରତିଯୋଗିତାରେ ଟ୍ରମ୍ପ ୫୦.୮ ପ୍ରତିଶତ ଭୋଟ ପାଇଥିବା ଜଣାପଡିଛି। ସେହିପରି କମଲା ହାରିସ ୪୮.୧ ପ୍ରତିଶତ ଭୋଟ୍‌ ପାଇଛନ୍ତି। ସେହିଭଳି ଜର୍ଜିଆର ୧୬ ଇଲେକ୍ଟୋରାଲ କଲେଜ ଭୋଟ ପାଇଁ ଚାଲିଥିବା ଲଢେଇରେ ଟ୍ରମ୍ପ ୫୧.୧% ଭୋଟ ପାଇଥିବାବେଳେ ହାରିସ ୪୮.୨% ଭୋଟ ପାଇଛନ୍ତି।

ମିଶିଗାନର ୧୫ ଇଲେକ୍ଟୋରାଲ ଭୋଟ ପାଇଁ ଦୌଡ଼ରେ କମଲା ହାରିସ ୪୬.୫ ପ୍ରତିଶତ ଭୋଟ ପାଇଥିବା ବେଳେ ଟ୍ରମ୍ପ ଆଗରେ ରହି ୫୧.୭ପ୍ରତିଶତ ଭୋଟ ପାଇଛନ୍ତି। ଆରିଜୋନାରେ ୧୧ ଟି ଇଲେକ୍ଟୋରାଲ ଭୋଟ ଅଛି। ସେଠାରେ ବି କଡ଼ା ପ୍ରତିଯୋଗିତା ଚାଲିଛି । ଟ୍ରମ୍ପ ୪୯.୭% ଭୋଟ ସହ ଆଗୁଆ ଅଛନ୍ତି। ତେବେ କମଲା ହାରିସ ୪୯.୫ ପ୍ରତିଶତ ଭୋଟ ପାଇଛନ୍ତି।

ୱିସ୍କନ୍ସିନରେ ୧୦ ଟି ଇଲେକ୍ଟୋରାଲ କଲେଜ ଭୋଟ ଅଛି। ଏଥିପାଇଁ ପ୍ରତିଯୋଗିତାରେ ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ୫୦.୭ % ପ୍ରତିଶତ ଭୋଟ ପାଇଥିବାବେଳେ ହାରିସ ୪୭.୯% ଭୋଟ ପାଇଛନ୍ତି। ନେଭାଦାରେ ୬ଟି ଇଲେକ୍ଟୋରାଲ କଲେଜ ଭୋଟ ରହିଛି। ଏଠାରେ ଭୋଟ ଗଣନା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

US Presidential Election 2024 Donald Trump Kamala Harris
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe