Advertisment

ମୋଦିଙ୍କୁ ଟି- ସାର୍ଟ ଉପହାର ଦେଲେ ବାଇଡେନ, ଲେଖାଅଛି AI

ଆମେରିକା ଗସ୍ତ ଅବସରରେ ରାଷ୍ଟ୍ରପତି ବାଇଡେନ ମୋଦିଙ୍କୁ ଏକ ଖାସ୍‌ ଉପହାର ପ୍ରଦାନ କରିଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Modi & Biden

Modi & Biden

Advertisment

ତିନି ଦିନିଆ ଆମେରିକା ଗସ୍ତ ସାରି ଇଜିପ୍ଟ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆମେରିକା ଗସ୍ତ ଅବସରରେ ରାଷ୍ଟ୍ରପତି ବାଇଡେନ ମୋଦିଙ୍କୁ ଏକ ଖାସ୍‌ ଉପହାର ପ୍ରଦାନ କରିଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ରାଷ୍ଟ୍ରପତି ଜୋ’ ବାଇଡେନ ଗତକାଲି ମୋଦିଙ୍କୁ AI ଲେଖାଥିବା ଏକ ଟି- ସାର୍ଟ ଉପହାର ଦେଇଛନ୍ତି। ଆମେରିକା କଂଗ୍ରେସକୁ ସମ୍ବୋଧନ ବେଳେ ମୋଦି AI ଶବ୍ଦ ଉଚ୍ଚାରଣ କରିଥିଲେ। ଏବଂ ଆମେରିକା ଓ ଭାରତର ଦୃଢ଼ ସମ୍ବନ୍ଧକୁ ସୂଚାଉଥିବା କହିଥିଲେ।

ଗତ ୭ ବର୍ଷ ମଧ୍ୟରେ ବହୁ କିଛି ପରିବର୍ତ୍ତନ ଘଟିଛି। କିନ୍ତୁ ଆମେରିକା ଓ ଭାରତର ବନ୍ଧୁତା ପୂର୍ବ ପରି ଅତୁଟ ରହିଛି। ଏବେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି ଯୁଗରେ ଅନ୍ୟ ଏକ AI (ଆମେରିକା ଭାରତ) ସମ୍ବନ୍ଧ ବି ଖୁବ୍‌ ଦୃଢ ହେବାରେ ଲାଗିଛି। ଏହାପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ସମୟରେ ବାଇଡେନ ମୋଦିଙ୍କୁ ଉକ୍ତ ଟି-ସାର୍ଟ ଉପହାର ଦେଇଥିଲେ।

Advertisment

ନିଜ ୩ ଦିନିଆ ଗସ୍ତ ଅବସରରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିବେ ବେଳେ ୟୁଏସ୍‌ କଂଗ୍ରେସକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ୟୁକ୍ରେନ୍‌ ଯୁଦ୍ଧ, ଆତଙ୍କବାଦୀ ବିପଦ ତଥା ଭାରତ- ଆମେରିକା ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ।

ଆମେରିକା ଗସ୍ତ ଶେଷ ପୂର୍ବରୁ ମୋଦି ବିଭିନ୍ନ ବଡ଼ ବଡ଼ କମ୍ପାନୀର ସିଇଓଙ୍କୁ ସାକ୍ଷାତ କରିଥିବା ବେଳେ ପ୍ରବାସୀ ଭାରତୀୟଙ୍କୁ ବି ସମ୍ବୋଧନ କରିଥିଲେ। ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ମୋଦି ଦୁଇ ଦେଶର ସୁଦୃଢ଼ ସଂପର୍କ ଉପରେ ଗୁରୁତ୍ୱ ଦେଲେ । 'ଭାରତ-ଆମେରିକା ପାର୍ଟନରସିପ୍ ଏକବିଂଶ ଶତାବ୍ଦୀର ବିଶ୍ୱକୁ ଶ୍ରେଷ୍ଠ କରିବା ସହ ଆମେରିକା ଭାରତର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ ବୋଲି କହିଲେ।

ଏଥିସହ କହିଲେ ଭାରତରେ ପୁଞ୍ଜି ନିବେଶ ପାଇଁ ଏହା ଶ୍ରେଷ୍ଠ ସମୟ । ଏହି ପାର୍ଟନରସିପ୍‌ରେ ଆପଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଭାରତରୁ ଚୋରି ହୋଇଥିବା ଶହେ ପ୍ରାଚୀନ ବସ୍ତୁକୁ ଆମେରିକା ଫେରାଇବ । ଏଭଳି ପଦକ୍ଷେପ ପାଇଁ ଆମେରିକା ସରକାରଙ୍କୁ ଧନ୍ୟବାଦ ଜଣାଉଛି । କିଛି ବର୍ଷ ମଧ୍ୟରେ ଭାରତରେ ଡିଜିଟାଲ କ୍ରାନ୍ତି ସମସ୍ତଙ୍କୁ ଚକିତ କରିଛି। ଭାରତର ଯେକୌଣସି ସ୍ଥାନରେ ୨୪ ଘଣ୍ଟିଆ ବ୍ୟାଙ୍କିଂ ବ୍ୟବସ୍ଥା ଅଛି । ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳିବା ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ।

ଆମେରିକା ଗସ୍ତ ସାରି ଇଜିପ୍ଟ ଅଭିମୁଖେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ କାଇରୋ ସହରରେ ଥିବା ହେଲିଓପୁଲିସ ଯୁଦ୍ଧ ସ୍ମାରକୀସ୍ଥଳ ପରିଦର୍ଶନ କରିବେ। ପ୍ରଥମ ବିଶ୍ବଯୁଦ୍ଧ ବେଳେ ଇଜିପ୍ଟ ଓ ପାଲେଷ୍ଟାଇନରେ ବଳିଦାନ ଦେଇଥିବା ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହାଙ୍କ ନିମନ୍ତ୍ରଣ ପାଇ ମୋଦି ଇଜିପ୍ଟ ଯାଉଛନ୍ତି । ମୋଦିଙ୍କ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏହା ନୂଆ ଅଧ୍ୟାୟ ଆଣିବା ଆଶା କରାଯାଉଛି। ଇଜିପ୍ଟ ଭାରତର ଷ୍ଟ୍ରାଟେଜିକ୍ ପାର୍ଟନର ହେବା ନେଇ ପୂର୍ବରୁ ପ୍ରତିଶ୍ରୁତି ଦେଇଛି।

ଗତବର୍ଷ ସାଧାରଣତନ୍ତ୍ର ଦିବସରେ ଇଜିପ୍ଟ ରାଷ୍ଟ୍ରପତି ଭାରତର ଅତିଥି ଭାବେ ଯୋଗ ଦେଇଥିଲେ। ୧୯୯୭ ମସିହା ପରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଇଜିପ୍ଟ ଗସ୍ତରେ ଯାଉଛନ୍ତି।

Joe Biden Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe