Advertisment

ବାଇଡେନଙ୍କ ପୁଅ ଦୋଷୀ ସାବ୍ୟସ୍ତ; ନିର୍ବାଚନ ପୂର୍ବରୁ ମିଳିପାରେ ଦଣ୍ଡ

ବେଆଇନ୍‌ ଭାବେ ବନ୍ଧୁକ ରଖିଥିବା ମାମଲାରେ ବାଇଡେନଙ୍କ ପୁଅ ହଣ୍ଟର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜଣେ ରାଷ୍ଟ୍ରପତିଙ୍କ ସନ୍ତାନ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହେବା ଘଟଣା ଆମେରିକା ଇତିହାସରେ ପ୍ରଥମ ।

us-president-joe-biden &son-hunter

us-president-joe-biden &son-hunter;

Advertisment

ଆସନ୍ତା ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ଏହା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବେଆଇନ୍‌ ଭାବେ ବନ୍ଧୁକ ରଖିଥିବା ମାମଲାରେ ବାଇଡେନଙ୍କ ପୁଅ ହଣ୍ଟର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Advertisment

ଆମେରିକାର ଏକ କୋର୍ଟ ହଣ୍ଟରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଣେ ରାଷ୍ଟ୍ରପତିଙ୍କ ସନ୍ତାନ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହେବା ଘଟଣା ଆମେରିକା ଇତିହାସରେ ପ୍ରଥମ ।

୨୦୧୮ ଅକ୍ଟୋବରରେ ହଣ୍ଟର ବାଇଡେନ କୋଲ୍ଟ କୋବରା ହ୍ୟାଣ୍ଡଗନ୍‌ କିଣିଥିଲେ। କିନ୍ତୁ ଏନେଇ ସେ ସଠିକ୍‌ ସୂଚନା ଦେଇ ନ ଥିବା ଅଭିଯୋଗ ହୋଇଥିଲା। ଉକ୍ତ ସମୟରେ ସେ ଡ୍ରଗ୍ସ ଓ ନିଶା ଦ୍ରବ୍ୟ ନିୟମିତ ଭାବେ ସେବନ କରୁଥିବା ବେଳେ ଏନେଇ ଡକ୍ୟୁମେଣ୍ଟରେ ମିଥ୍ୟା ତଥ୍ୟ ଦେଇଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ଆମେରିକାର ଆଇନ୍‌ ଅନୁସାରେ ନିଶା ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତି ନିଜ ପାଖରେ ବନ୍ଧୁକ କିମ୍ବା ଅନ୍ୟ କୌଣସି ହତିଆର ରଖି ପାରିବେ ନାହିଁ। ଏହି ମାମଲାରେ ସର୍ବାଧିକ ୨୫ ବର୍ଷ ଯାଏ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି।  

ହଣ୍ଟର ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ବେଳେ ଏହାର ୧୨୦ ଦିନ ଅର୍ଥାତ ୪ ମାସ ମଧ୍ୟରେ ତାଙ୍କ ବିରୋଧରେ ଦଣ୍ଡର ଘୋଷଣା ହୋଇପାରେ। ତାଙ୍କ ବିରୋଧରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ୨୫ ବର୍ଷ ଯାଏ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି। ହଣ୍ଟର ୩ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୨ଟି ମାମଲାରେ ୧୦ ବର୍ଷଲେଖାଏ ଓ ତୃତୀୟ ମାମଲାରେ ୫ ବର୍ଷ ଦଣ୍ଡ ହେବାର ପ୍ରାବଧାନ ରହିଛି।

ଆମେରିକା ନିର୍ବାଚନର ଠିକ୍‌ ପୂର୍ବରୁ ହଣ୍ଟରଙ୍କ ବିରୋଧରେ ଦଣ୍ଡ ଘୋଷଣା ହୋଇପାରେ। ମାତ୍ର ଯାହାର କୌଣସି କ୍ରିମିନାଲ ରେକର୍ଡ ନାହିଁ କିମ୍ବା ଧୋକା ଦେଇ କିଣିଥିବା ବନ୍ଧୁକର ବ୍ୟବହାର କୌଣସି ଅପରାଧରେ କରି ନାହାନ୍ତି ତାଙ୍କ ବିରୋଧରେ କମ୍‌ ଦଣ୍ଡାଦେଶ ହୋଇପାରେ। ମାତ୍ର ସବୁ ମାମଲାରେ ତାଙ୍କୁ ୨ କୋଟି ଲେଖାଏର ଜରିମାନା ରାଶି ଦେବାକୁ ପଡ଼ିବ ।

ହଣ୍ଟରଙ୍କ ପୂର୍ବତନ ପ୍ରେମିକା ତଥା ତାଙ୍କ ବଡ଼ଭାଇଙ୍କ ବିଧବା ପତ୍ନୀ ହେଲି ତାଙ୍କ ବିରୋଧରେ କୋର୍ଟରେ ବୟାନ ଦେଇଥିବା ବେଳେ ଏହା ହଣ୍ଟରଙ୍କ ଅଡ଼ୁଆ ଅଧିକ ବଢ଼ାଇ ଦେଇଛି। ହଣ୍ଟରଙ୍କୁ ବହୁ ଥର ଡ୍ରଗ୍ସ ନେବାର ଦେଖିଥିବା ବେଳେ ତାଙ୍କ କାର୍‌ରେ ବନ୍ଧୁକ ରହିଥାଏ ବୋଲି ହେଲି ଜଜଙ୍କ ସମ୍ମୁଖରେ କହିଥିଲେ। ଏପରିକି ହଣ୍ଟରଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ବି ନିଶାଗ୍ରସ୍ତ ହୋଇ ଯାଇଥିଲେ ବୋଲି ହେଲି କହିଥିଲେ।

ଆମେରିକା ନ୍ୟାୟ ବିଭାଗ ହଣ୍ଟରଙ୍କୁ ଟ୍ୟାକ୍ସ ଓ ହତିଆର ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି। କେବଳ ସେତିକି ନୁହେଁ, ହଣ୍ଟର ନିଜ ବିଜନେସ୍‌ ଡିଲିଙ୍ଗ୍ସ ପାଇଁ ମଧ୍ୟ ଯାଞ୍ଚ ପରିସରକୁ ଆସିଥିଲେ। ଏହାର ତଦାରଖ କରୁଥିବା ଏକ ସ୍ୱତନ୍ତ୍ର କାଉନସିଲ ଅନୁଯାୟୀ, ହଣ୍ଟର ଠିକ୍‌ ସମୟରେ ଟ୍ୟାକ୍ସ ପଇଠ କରୁ ନ ଥିଲେ। ଏଥିନିମନ୍ତେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ।

୨୦୧୭ ଓ ୨୦୧୮ ମସିହାରେ ସେ ୧୫ ଲକ୍ଷ ଡଲାରରୁ ଅଧିକ ଟଙ୍କାର ଟ୍ୟାକ୍ସ ରିଟର୍ଣ୍ଣ ଠିକ୍‌ ସମୟରେ ପଇଠ କରି ନ ଥିଲେ। ଏହି ଦୁଇ ବର୍ଷରେ ତାଙ୍କ ଉପରେ ଏକ ଲକ୍ଷ ଡଲାରରୁ ଅଧିକ ଟ୍ୟାକ୍ସ ଦେୟ ବାକି ଅଛି। ଟ୍ୟାକ୍ସ ଚୋରି ମାମଲାରେ ତାଙ୍କୁ ୧୨ରୁ ୧୮ ମାସ୍‌ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ।

ଏନେଇ ହଣ୍ଟର ବାଇଡେନ କହିଛନ୍ତି, ଏପରି ସମୟରେ ମୋ’ ସହ ଛିଡ଼ା ହୋଇଥିବା ମୋ’ ପରିବାର ଓ ବନ୍ଧୁଙ୍କୁ ଧନ୍ୟବାଦ ଜଣାଉଛି। ତେଣୁ ରାୟକୁ ନେଇ ଅସନ୍ତୁଷ୍ଟ ଅଛି।

ହଣ୍ଟରଙ୍କ ମାମଲାରେ କୋର୍ଟଙ୍କ ରାୟ ଏପରି ସମୟରେ ଆସିଛି, ଯେତେବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନ୍ୟାୟିକ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।

Joe Biden USA Judgement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe