Advertisment

ପୁଣି ଝୁଣ୍ଟିଲେ ବାଇଡେନ୍‌, ଅଳ୍ପକେ ବର୍ତ୍ତିଲେ

ବାଇଡେନ୍‌ଙ୍କ ଏହି ଝୁଣ୍ଟିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Joe Biden

Joe Biden

Advertisment

ପୁଣି ଝୁଣ୍ଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ପୋଲାଣ୍ଡ୍‌ର ୱାର୍‌ସରେ ‘ଏୟାର୍‌‌ ଫୋର୍ସ ୱାନ୍‌’ ବିମାନର ପାହାଚ ଚଢ଼ିବା ବେଳେ ସେ ଝୁଣ୍ଟି ପଡ଼ିଛନ୍ତି। ବାଇଡେନ୍‌ଙ୍କ ଏହି ଝୁଣ୍ଟିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

‘ଏୟାର୍‌‌ ଫୋର୍ସ ୱାନ୍‌’ ବିମାନର ପାହାଚ ଚଢ଼ିବା ବେଳେ ଆମେରିକା ରାଷ୍ଟ୍ରପତି ଝୁଣ୍ଟି ପଡୁଛନ୍ତି। ଏହାପରେ ଆଉ ଗୋଟିଏ ପାହାଚର ଆଶ୍ରା ନେଇ ସମ୍ଭାଳି ଉପରକୁ ଉଠୁଥିବା ଭିଡିଓରେ ଦେଖିବାକୁ ମିଳିଛି। ବିମାନ ଉପରକୁ ଯାଇ ସେ ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇବା ପରେ ବିମାନ ଭିତରକୁ ପଶିଯାଉଛନ୍ତି। ୟୁକ୍ରେନ୍ ଓ ପୋଲାଣ୍ଡ ଗସ୍ତ ସାରି କରି ୱାସିଂଟନ୍ ଡିସିକୁ ଫେରିବା ବେଳେ ଏହି ଘଟଣା ଘଟିଛି। ଉପରୋକ୍ତ ଘଟଣାଟି ଘଟିଥିଲା। 

ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏଭଳି ଝୁଣ୍ଟିବା ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ମଧ୍ୟ ସେ ପାହାଚ ଚଢ଼ିବା ଓ ଓହ୍ଲାଇବା ବେଳେ ଅନେକ ଥର ଝୁଣ୍ଟିଛନ୍ତି। ଏପରି କି ତଳେ ପଡି ମଧ୍ୟ ଯାଇଛନ୍ତି।

Advertisment

ପ୍ରାୟ ଦୁଇ ବର୍ଷ ତଳେ ‘ଜଏଣ୍ଟ୍ ବେସ୍ ଆଣ୍ଡ୍ରିଉଜ୍‌’ରେ ଜୋ ବାଇଡେନ୍ ଏମିତି ପଡ଼ିଯାଇଥିଲେ। ଏ ସଂକ୍ରାନ୍ତରେ ହ୍ୱାଇଟ୍ ହାଉସ୍ ପବନକୁ ଦାୟୀ କରିଥିଲା। ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି ବୋଲି କହିଥିଲା।

ଚଳିତ ସପ୍ତାହରେ ଜୋ ବାଇଡେନ୍ ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଅଚାନକ କିଭ୍ ଗସ୍ତରେ ଯାଇଥିଲେ। ସେଠାରେ ସେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍‌ସ୍କିଙ୍କୁ ଭେଟିଥିଲେ। ରୁଷ ଆକ୍ରମଣର ଶିକାର ହୋଇଥିବା ୟୁକ୍ରେନ୍ ପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ଓ ସହଯୋଗ ଅତୁଟ ରହିଛି ବୋଲି  ସେ ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ପୋଲାଣ୍ଡ୍ ଗସ୍ତ କରି ସେଠାକାର ରାଷ୍ଟ୍ରପତି ଆଣ୍ଡର୍‌ଜେଜ୍ ଦୁଦାଙ୍କୁ ଭେଟିଥିଲେ ବାଇଡେନ୍।

Joe Biden Viral Video America
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe