Advertisment

ସଭା ମଞ୍ଚରେ ଝୁଣ୍ଟି ତଳେ ପଡ଼ିଗଲେ ବାଇଡେନ, ଭିଡିଓ ଭାଇରାଲ

ବାଇଡେନ ଆମେରିକା କୋଲୋରାଡୋରେ ବାୟୁସେନା ସମାରୋହରେ ଯୋଗ ଦେଇଥିବା ଅବସରରେ ଏପରି ଅଘଟଣ ଘଟିଛି। ବୟସାଧୀକ ହେତୁ ବାଇଡେନ ନିଜକୁ ସମ୍ଭାଳି ପାରୁ ନ ଥିବା ଚର୍ଚ୍ଚା ଜୋର ଧରିଛି।

US-President-Joe-Biden

US-President-Joe-Biden

Advertisment

ସର୍ବସମ୍ମୁଖରେ ସଭାମଞ୍ଚରେ ଝୁଣ୍ଟି ତଳେ ପଡ଼ିଗଲେ ଯୁକ୍ତରାଷ୍ଟ୍ର ଆମେରିକାର ସବୁଠୁ ପାୱାରଫୁଲ ବ୍ୟକ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ ସଭାମଞ୍ଚରେ ଝୁଣ୍ଟି ପଡ଼ିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ବାଇଡେନ ଆମେରିକା କୋଲୋରାଡୋରେ ବାୟୁସେନା ସମାରୋହରେ ଯୋଗ ଦେଇଥିବା ଅବସରରେ ଏପରି ଅଘଟଣ ଘଟିଛି। ବୟସାଧୀକ ହେତୁ ବାଇଡେନ ନିଜକୁ ସମ୍ଭାଳି ପାରୁ ନ ଥିବା ଚର୍ଚ୍ଚା ଜୋର ଧରିଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି, ମଞ୍ଚରେ ଥିବା ୮୦ ବର୍ଷୀୟ ରାଷ୍ଟ୍ରପତି ବାଇଡେନଙ୍କୁ ଜଣେ ବାୟୁସେନା କ୍ୟାଡେଡ ଅଭିଭାଦନ ଜଣାଇଲେ । ଏହାପରେ ବାଇଡେନ ଆଗକୁ ବଢ଼ୁଥିବା ବେଳେ ତାଙ୍କ ଆଗରେ ସୁରକ୍ଷା କର୍ମୀ ବି ଥିଲେ। ମାତ୍ର ହଠାତ୍‌ ବାଇଡେନ ମଞ୍ଚରେ ଥିବା ସ୍ୟାଣ୍ଡବ୍ୟାଗରେ ଝୁଣ୍ଟି ତଳେ ପଡ଼ିଗଲେ। ଏହାଦେଖି କିଛି ସେକେଣ୍ଡ ମଧ୍ୟରେ ସୁରକ୍ଷା କର୍ମୀମାନେ ତାଙ୍କୁ ଉଠାଇ ନେଇଥିଲେ। ଉକ୍ତ ସମୟରେ ବାଇଡେନ ପଛରେ ଥିବା କିଛି ଜିନିଷ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ତାହା ଟେଲିପ୍ରଣ୍ଟର ବ୍ୟବହାର ପାଇଁ ଥୁଆ ହୋଇଥିବା ସ୍ୟାଣ୍ଡବ୍ୟାଗ ବୋଲି ଜଣାପଡ଼ିଥିଲା।

ଏହାପରେ ବାଇଡେନ ସଭାରେ ଥିବା ଅନ୍ୟମାନଙ୍କ ସହ ହାତ ମିଳାଇଲେ ଓ ଥମସ୍‌ ଅପ୍‌ ବି କଲେ। ଏହି ଘଟଣା ପରେ ବାଇଡେନ ସୁସ୍ଥ ଥିବା ଓ କୌଣସି ଆଘାତ ହୋଇ ନ ଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।

Advertisment

ଆମେରିକାର ସବୁଠୁ ଅଧିକ ବୟସ୍କ ରାଷ୍ଟ୍ରପତି ବାଇଡେନ ପୁନର୍ବାର ୨୦୨୪ରେ ହେବାକୁ ଥିବା ନିର୍ବାଚନ ଦୌଡ଼ରେ ସାମିଲ ହେବେ। ୮୦ ବର୍ଷୀୟ ବାଇଡେନଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ଡୋନାଲ୍ଡୋ ଟ୍ରମ୍ପ ଚଳିତ ମାସରେ ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ଗତ ଫେବୃୟାରୀରେ ବାଇଡେନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ ଡାକ୍ତରମାନେ ତାଙ୍କୁ ଫିଟ୍‌ ଘୋଷଣା କରିଛନ୍ତି। ତେଣୁ ସେ ଆଗାମୀ ନିର୍ବାଚନ ଫୁଲ୍‌ ଦମ୍‌ରେ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛନ୍ତି।

Joe Biden America
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe