Advertisment

Iran Protest: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଘନେଇଲା: ସେନା ପ୍ରତ୍ୟାହାର କଲା ଆମେରିକା, ଆକାଶ ପଥ ବନ୍ଦ କଲା ଇରାନ

ଯୁଦ୍ଧ ଆଶଙ୍କା ଘନେଇ ଥିବା ବେଳେ ଆମେରିକା ବେଶ ଚତୁରତାର ସହ ମଧ୍ୟପ୍ରାଚ୍ୟରେ ଥିବା ବିଭିନ୍ନ ଘାଟିରୁ ସେନା ପ୍ରତ୍ୟାହାର କରି ନେଇଛି। ଇରାନ ମଧ୍ୟ ଆମେରିକାର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ ଆଶଙ୍କାରେ ନିଜର ଆକାଶ ପଥକୁ ସିଲ କରି ଦେଇଛି।

author-image
Hemant Lenka
Iran

ଖାମେନେଇ ଓ ଟ୍ରମ୍ପ

ଆମେରିକା ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ମଧ୍ୟପ୍ରାଚ୍ୟକୁ ଅସ୍ଥିର କରି ଦେଇଛି। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଓ ଇରାନରେ ସୃଷ୍ଟି ହୋଇଥିବା ଭୟଙ୍କର ବିକ୍ଷୋଭ(Iran Protest) ମଧ୍ୟପ୍ରାଚ୍ୟକୁ ଯୁଦ୍ଧର ଭୟ ମଧ୍ୟକୁ ଠେଲି ଦେଇଛି।

Advertisment

ଯୁଦ୍ଧ ଆଶଙ୍କା ଘନେଇ ଥିବା ବେଳେ ଆମେରିକା ବେଶ ଚତୁରତାର ସହ ମଧ୍ୟପ୍ରାଚ୍ୟରେ ଥିବା ବିଭିନ୍ନ ଘାଟିରୁ ସେନା ପ୍ରତ୍ୟାହାର କରି ନେଇଛି। ଇରାନ ମଧ୍ୟ ଆମେରିକାର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ ଆଶଙ୍କାରେ ନିଜର ଆକାଶ ପଥକୁ ସିଲ କରି ଦେଇଛି। ଆମେରିକା ଓ ଇରାନର ଏପରି ପଦକ୍ଷେପ ଯୁଦ୍ଧ ଆଶଙ୍କାକୁ ଆହୁରି ବଳ ଦେଇଛି। ଯେକୌଣସି ମୁହୂର୍ତ୍ତରେ ତେହରାନ ଉପରେ ୱାଶିଂଟନ ଏୟାର ଷ୍ଟ୍ରାଇକ କରିପାରେ ବୋଲି ମଧ୍ୟ କୁହାଯାଉଛି। 

ବୁଧବାର ଆମେରିକା ପକ୍ଷରୁ କତରର ସ୍ଥିତ ଅଲ ଉଦେଇଦ ଏୟାର ବେସ୍‌ରେ ରହୁଥିବା ସେନା ଯବାନମାନଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ଏହା ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠାରୁ ବଡ଼ ସେନା ପ୍ରତିଷ୍ଠାନ ଭାବେ କାମ କରୁଥିଲା। ଏଠାରେ ଆମେରିକାର ପ୍ରାୟ ୧୦ ହଜାର ଟ୍ରୁପ୍ସ ରହୁଥିଲେ। ଇରାନ ପକ୍ଷରୁ ଏଠାରେ ଆକ୍ରମଣ ହେବାର ଆଶଙ୍କା କରି ଆମେରିକା ଏପରି ପଦକ୍ଷେପ ନେଇଥିବା ଆକଳନ କରିଛି କତର। 

Advertisment

କୁଏତରେ ଥିବା ଆମେରିକା ଦୂତାବାସ ପକ୍ଷରୁ ନିଜର କର୍ମଚାରୀମାନଙ୍କ ଉପରେ ଛୋଟ ଗଲ୍ଫ ଆରବ ଦେଶର ବିଭିନ୍ନ ମିଲିଟାରୀ ବେସ୍‌କୁ ଯିବା ପାଇଁ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଆମେରିକା ଯଦି ଇରାନ ଉପରେ ଆକ୍ରମଣ କରିବ, ତା’ହେଲେ ପଡ଼ୋଶୀ ଦେଶଗୁଡ଼ିକରେ ଥିବା ୱାଶିଂଟନର ସାମରିକ ଘାଟି ଗୁଡ଼ିକ ଉପରେ ତେହରାନ ଆକ୍ରମଣ କରିବାକୁ ଆଦୌ ପଛାଇବ ନାହିଁ ବୋଲି ଧମକ ଦେଇଥିଲା।

ଇରାନର ଧମକ ପରେ ଆମେରିକା ଚୁପଚାପ ମଧ୍ୟପ୍ରାଚ୍ୟରେ ଥିବା ନିଜର ସାମାରିକ ଘାଟିରୁ ସେନା ପ୍ରତ୍ୟାହାର କରି ନେଇଛି। ଏହା ଗୋଟିଏ ରଣନୀତିର ଅଂଶବିଶେଷ ବୋଲି ମଧ୍ୟ ଆମେରିକାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। 

ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଇରାନ ଗୁରୁବାର ଠାରୁ ନିଜ ଦେଶର ଆକାଶ ପଥକୁ ସଂପୂର୍ଣ୍ଣ ଭାବେ ସିଲ କରି ଦେଇଛି। ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ତେହରାନର ଖାମେନେଇ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏପରି ନିର୍ଦ୍ଦେଶ ପୂର୍ବରୁ ହିଁ ଇରାନ ଓ ଇରାକ ଆକାଶ ପଥରେ ଦ୍ରୁତଗତିରେ ବିମାନ ଉଡ଼ିବା ମଧ୍ୟ ବନ୍ଦ ହୋଇ ଯାଇଥିଲା। ଇରାନ ସରକାର ଆକାଶ ପଥକୁ ବନ୍ଦ କରିଥିବାରୁ ମଧ୍ୟପ୍ରାଚ୍ୟରେ ଏହାକୁ ନେଇ ଛନକା ଦେଖିବାକୁ ମିଳିଛି। 

ଆମେରିକା ପକ୍ଷରୁ କିଛି ବି ପ୍ରତିକ୍ରିୟା ଦିଆଯାଇ ନଥିଲେ ହେଁ ୟୁରୋପୀୟ ଅଧିକାରୀମାନେ କହିଛନ୍ତି ଯେ ଆମେରିକା ମିଲିଟାରୀ ହସ୍ତକ୍ଷେପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିପାରେ। ଇରାନ ଆକାଶ ପଥ ବନ୍ଦ କରିବା ପୂର୍ବରୁ ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ତାଙ୍କୁ କୁହାଯାଇଛି ଯେ ଇରାନ ଦ୍ୱାରା ବିକ୍ଷୋଭକାରୀଙ୍କ ଉପରେ କରାଯାଉଥିବା ହତ୍ୟାକୁ ବନ୍ଦ କରାଯାଇଛି। ଏଥିସହ ସେ ବେଶ ସତର୍କତାର ସହ ସ୍ଥିତି ଉପରେ ନଜର ରଖିଥିବା କହିଥିଲେ। 

ଟ୍ରମ୍ପ କହିଛନ୍ତି ଯେ ତାଙ୍କୁ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ସୂତ୍ରରୁ ଖବର ମିଳିଛି ଯେ ଏବେ ଇରାନରେ କୌଣସି ବଡ଼ଧରଣରର ହତ୍ୟାର କୌଣସି ଯୋଜନା ନାହିଁ। ତଥାପି ସେ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାକୁ ସଂପୂର୍ଣ୍ଣ ଭାବେ ଖାରଜ କରି ନାହାନ୍ତି। କିନ୍ତୁ ୱାଶିଂଟନ ପକ୍ଷରୁ ଇରାନରେ ଘଟୁଥିବା ଘଟଣା ଉପରେ ସଂପୂର୍ଣ୍ଣ ନଜର ରଖାଯାଇଥିବା କହିଛନ୍ତି। 

Protest Iran