Advertisment

ଚାଇନିଜ୍‌ ଗୁଇନ୍ଦା ବେଲୁନ ଭିତରୁ ମିଳିଲା ସେନସର

ଏହି ବେଲୁନକୁ ଖସାଇବା ପୂର୍ବରୁ ତିନୋଟି ବିମାନବନ୍ଦରକୁ ବନ୍ଦ କରାଯାଇଥିଲା। କେବଳ ସେତିକି ନୁହେଁ ଏୟାରସ୍ପେସ୍‌କୁ ମଧ୍ୟ ବନ୍ଦ କରିଥିଲା ଆମେରିକା।

China

China

Advertisment

ଆମେରିକା ଆକାଶରେ ବୁଲୁଥିବା ଚାଇନାର ଗୁଇନ୍ଦା ବେଲୁନ ଭିତରୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସେନସର ଓ ବୈଦ୍ୟୁତିକ ଉପକରଣ। ଆମେରିକା ଆକାଶରେ ଚାଇନାର ଗୁଇନ୍ଦା ବେଲୁନ ଉଡ଼ୁଥିବା ବେଳେ ଏହାକୁ ୱାଶିଂଟନ ଗୁଳି କରି ଖସାଇ ଦେଇଥିଲା। ଧ୍ୱଂସାବଶେଷକୁ ସେନା ଯବାନମାନେ ସମୁଦ୍ର ମଧ୍ୟରୁ ଉଦ୍ଧାର କରିବା ବେଳେ ଏସବୁ ଜିନିଷ ମିଳିଛି।

Advertisment

ଆମେରିକା ନର୍ଦ୍ଦନ କମାଣ୍ଡ ଗୋଟିଏ ବିବୃତିରେ କହିଛି ଯେ “କ୍ରୁମାନେ ଗୁଇନ୍ଦା ବେଲୁନର ଧ୍ୱଂସାବଶେଷ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଠାବ କରିଥିଲେ। ବେଲୁନ ମଧ୍ୟରେ ସେନସର ସହ ଅନେକ ପ୍ରକାରର ବୈଦ୍ୟୁତିକ ଉପକରଣ ରହିଥିଲା। ଏହାକୁ ବେଶ ସଫଳତାର ସହ ଉଦ୍ଧାର କରାଯାଇଛି। ବେଲୁନଟିକୁ ଗୁଳି କରି ଖସାଇବା ପରେ ଏହା ସମୁଦ୍ର ମଧ୍ୟରେ ପଡ଼ିଥିଲା। ସମୁଦ୍ର ମଧ୍ୟରୁ ଏବେ ଏସବୁ ଜିନିଷ ମିଳିଛି।”

ଆମେରିକା ଆକାଶରେ ଉଡ଼ୁଥିବା ଚାଇନାର ଗୁଇନ୍ଦା ବେଲୁନକୁ ଫେବୃଆରୀ ୪ରେ ଗୁଳି କରି ଖସାଇ ଦିଆଯାଇଥିଲା। ବେଲୁନଟିର ଗତିବିଧି ଉପରେ ଆରମ୍ଭରୁ ନଜର ରହିଥିବା ଆମେରିକା ସେନା ଏହା ଆଟଲାଣ୍ଟିକ୍ ମହାସାଗରରେ ପହଞ୍ଚିବା ପରେ ଗୁଳି କରିଥିଲା।

Advertisment

ଏହି ବେଲୁନକୁ ଖସାଇବା ପୂର୍ବରୁ ତିନୋଟି ବିମାନବନ୍ଦରକୁ ବନ୍ଦ କରାଯାଇଥିଲା। କେବଳ ସେତିକି ନୁହେଁ ଏୟାରସ୍ପେସ୍‌କୁ ମଧ୍ୟ ବନ୍ଦ କରିଥିଲା ଆମେରିକା। ଏହାପରେ ଆମେରିକା ସେନାର ବିମାନ ଆଣ୍ଟଲାଣ୍ଟିକ୍‌ ମହାସାଗର ଉପରେ ଉଡୁଥିବା ଏହି ଗୁଇନ୍ଦା ବେଲୁନକୁ ଗୁଳି କରି ଖସାଇଥିଲା।

ଆମେରିକା ଏହାକୁ ଗୁଇନ୍ଦା ବେଲୁନ କହୁଥିବା ବେଳେ ଚାଇନା ଏହାକୁ ଖଣ୍ଡନ କରିଛି। ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବା ଲାଗି ତିଆରି ହୋଇଥିବା ଏହି ବେଲୁନ ଦିଗ ଭୁଲି ଆମେରିକା ଚାଲିଯାଇଥିବା ଚାଇନା ସଫେଇ ଦେଇଥିଲା।

USA China Air Balloon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe