Advertisment

ଟ୍ରମ୍ପଙ୍କ ପାକିସ୍ତାନ ପ୍ରେମ, ବଲୁଚ ବିଦ୍ରୋହୀଙ୍କୁ ଆମେରିକାର ଆତଙ୍କୀ ଟ୍ୟାଗ୍‌

ଜୁନ ମାସରେ ମୁନିର ଆମେରିକା ରାଷ୍ଟ୍ରପତିଙ୍କ ସହ ଲଞ୍ଚ କରିବା ପରେ ପାକିସ୍ତାନ ପ୍ରତି ଆମେରିକାର ପ୍ରେମ କେବଳ ବଢ଼ିବାରେ ଲାଗିଛି। ପୂର୍ବରୁ ପାକିସ୍ତାନକୁ ଟାରିଫ ନୀତିରେ ଫାଇଦା ଦେଇ ବାଣିଜ୍ୟକ ଚୁକ୍ତି କରିଥିବା ଆମେରିକା ଏବେ ଆଉ ଏକ ବଡ଼ ପଦକ୍ଷେପ ନେଇଛି।

Munir

Munir

Advertisment

ପାକିସ୍ତାନ ଆର୍ମି ମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ ମୁନିରଙ୍କୁ ପୂରା ଖୁସି କରି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦିନକ ତଳେ ଆମେରିକା ମାଟିରେ ମୁନିର ଭାରତକୁ ଆଣବିକ ଧମକ ଦେଇଥିଲେ। ଏବେ ମୁନିରଙ୍କ କଥାରେ ଟ୍ରମ୍ପ ପାକିସ୍ତାନକୁ ସୁହାଇଲା ଭଳି ପଦକ୍ଷେପ ନେଇଛନ୍ତି।

Advertisment

ଜୁନ ମାସରେ ମୁନିର ଆମେରିକା ରାଷ୍ଟ୍ରପତିଙ୍କ ସହ ଲଞ୍ଚ କରିବା ପରେ ପାକିସ୍ତାନ ପ୍ରତି ଆମେରିକାର ପ୍ରେମ କେବଳ ବଢ଼ିବାରେ ଲାଗିଛି। ପୂର୍ବରୁ ପାକିସ୍ତାନକୁ ଟାରିଫ ନୀତିରେ ଫାଇଦା ଦେଇ ବାଣିଜ୍ୟକ ଚୁକ୍ତି କରିଥିବା ଆମେରିକା ଏବେ ଆଉ ଏକ ବଡ଼ ପଦକ୍ଷେପ ନେଇଛି।

ପାକିସ୍ତାନ ସେନାର ଅତ୍ୟାଚାରକୁ ବିରୋଧ କରୁଥିବା ବଲୁଚିସ୍ତାନର ବିଦ୍ରୋହୀ ଗୋଷ୍ଠୀ ବଲୁଚିସ୍ତାନ ମୁକ୍ତି ସେନା(ବିଏଲଏ)କୁ ଆମେରିକା ବିଧିବଦ୍ଧ ଭାବେ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ଯଦିଓ ବିଏଲଏ ଓ ଏହା ସହ ଜଡ଼ିତ ଦ ମଜିଦ ବ୍ରିଗେଡ ପାକିସ୍ତାନ ସେନାକୁ ଟାର୍ଗେଟ କରି ଏକାଧିକ ହମଲା କରିଛି, କିନ୍ତୁ ଆମେରିକା ଏହାକୁ ଆତଙ୍କୀ ସଂଗଠନ ଘୋଷଣା କରିବାର ସମୟ ବେଶ ଗୁରୁତ୍ୱବହନ କରୁଛି।

Advertisment

ମୁନିରଙ୍କ ଗସ୍ତ ସମୟରେ ଟେରର ଟ୍ୟାଗ୍‌

ଏବେ ପାକିସ୍ତାନର ଜିହାଦ ଜେନେରାଲ ମୁନିର ଆମେରିକା ଗସ୍ତରେ ରହିଛନ୍ତି। ଏହା ୨ ମାସ ମଧ୍ୟରେ ମୁନିରଙ୍କ ଦ୍ୱିତୀୟ ଗସ୍ତ। ତାଙ୍କ ଗସ୍ତ ସମୟରେ ବିଏଲଏକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପାକିସ୍ତାନ ପାଇଁ କୌଣସି କୂଟନୀତିକ ବିଜୟ ଠାରୁ କମ ନୁହେଁ। କୌତୁହଳର ବିଷୟ ହେଲେ ଏହାର କିଛି ସପ୍ତାହ ପୂର୍ବରୁ ପହଲଗାମ ନରସଂହାରରେ ସାମିଲ ଥିବା ଲସ୍କରର ଚ୍ଛାୟା ସଂଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)କୁ ଆମେରିକା ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଥିଲା। ପାକିସ୍ତାନ ଟିଆରଏଫର ଓକିଲାତି କରୁଥିବା ବେଳେ ଆମେରିକାର ଏପରି ଘୋଷଣା ଇସଲାମାବାଦ ପାଇଁ ଶକ୍ତ ଝଟକା ଥିଲା।

ଏହି ଝଟକାରୁ ମୁକଳିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଏବେ ମୁନିରଙ୍କ ସହାୟତାରେ ବଲୁଚ ବିଦ୍ରୋହୀଙ୍କୁ ଆତଙ୍କୀ ସଂଗଠନର ମାନ୍ୟତା ଦେବାକୁ ସକ୍ଷମ ହୋଇଛି। ପାକିସ୍ତାନ ଆତଙ୍କବାଦ ଦ୍ୱାରା ପୀଡ଼ିତ ଗୋଟିଏ ଦେଶ ବୋଲି ମୁନିର ଆମେରିକା ଆଗରେ ଚିତ୍ରଣ କରିବାକୁ ଚେଷ୍ଟା କରିଛନ୍ତି। ଏଥିରେ ସେ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି। 

ପାକିସ୍ତାନ ଦୀର୍ଘ ଦଶନ୍ଧି ଧରି ଭାରତ ବିରୋଧରେ ନିରୋଳା ଅଭିଯୋଗ କରି ଆସୁଥିଲା। ବିଏଲଏକୁ ଭାରତ କୁଆଡ଼େ ବ୍ୟବହାର କରି ପାକିସ୍ତାନରେ ହମଲା କରାଉଛି ବୋଲି ଇସଲାମାବାଦ କହି ଚାଲିଛି। ହେଲେ ଏଯାଏ ପାକିସ୍ତାନ ଏହାର ପ୍ରମାଣ ଦେଇପାରି ନାହିଁ।

ବଲୁଚ ମୁକ୍ତି ସେନା ଆରମ୍ଭରୁ ସ୍ୱାଧୀନ ବଲୁଚିସ୍ତାନ ଗଠନ ପାଇଁ ଦାବି କରି ଆସୁଛି। ସେହିପରି ବଲୁଚିସ୍ତାନରେ ପାକିସ୍ତାନ ସେନା କରୁଥିବା ଅତ୍ୟାଚାର ବିରୋଧରେ ବିଏଲଏର ମଜିଦ ବ୍ରିଗେଡ ଅନେକ ଥର ଆତ୍ମଘାତୀ ହମଲା ମଧ୍ୟ କରିଛି। ନିକଟରେ କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ମଧ୍ୟ ଫିଲ୍ମ ଷ୍ଟାଇଲରେ ବିଏଲଏ ହାଇଜ୍ୟାକ କରିଥିଲେ। ସାଧାରଣ ଲୋଙ୍କୁ ଛାଡ଼ି ଏକ୍ସପ୍ରେସରେ ଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କୁ ବିଏଲଏ ପଣବନ୍ଦୀ କରି ରଖିଥିଲା। ଏହି ହାଇଜ୍ୟାକ ଓ ପଣବନ୍ଦୀ ଭଳି ସ୍ଥିତି ୨ ଦିନ ଚାଲିଥିଲା। ବିଏଲଏ ୩୩ ଜଣ ପାକିସ୍ତାନୀ ସେନା କର୍ମଚାରୀଙ୍କୁ ହତ୍ୟା କରିଥିବା ଦାବି କରିଥିଲେ ହେଁ ଏହାକୁ ଇସଲାମାବାଦ ସ୍ୱୀକାର କରି ନଥିଲା।

ବିଏଏଲ ସିଧାସଳଖ ହମଲା ପାଇଁ ନିଜକୁ ଦାୟୀ କରୁଥିବାରୁ ମୁନିର ଏକଥା ଟ୍ରମ୍ପଙ୍କୁ ଜଣାଇଥିଲେ। ପାକିସ୍ତାନକୁ ଖୁସି କରିବା ପାଇଁ ଆମେରିକା ସୋମବାର ଆନୁଷ୍ଠାନିକ ଭାବରେ ବଲୁଚିସ୍ତାନ ଲିବରେସନ ଆର୍ମି ଓ ଦ ମଜିଦ୍ ବିଗ୍ରେଡକୁ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଭାବରେ ଘୋଷଣା କରିଛି। BLA ଓ ମାଜିଦ ବ୍ରିଗେଡକୁ ପୂର୍ବରୁ ଆମେରିକା ସ୍ୱତନ୍ତ୍ର ଘୋଷିତ ବିଶ୍ୱ ଆତଙ୍କବାଦୀ (SDGT) ସଂଗଠନ ତାଲିକାରେ ରଖିଥିଲା।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୋଟିଏ ବିବୃତିରେ କହିଛନ୍ତି, "୨୦୧୯ ପରଠାରୁ ବିଏଲଏ ଓ ମଜିଦ୍ ବ୍ରିଗେଡ୍ ଅନେକ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ବିଏଲଏ ବର୍ଷ ବର୍ଷ ଧରି ଆମେରିକାର ନଜରରେ ରହିଥିଲା। ସଂଗଠନ ଆତଙ୍କବାଦ କାର୍ଯ୍ୟକଳାପ ସହିତ ଜଡ଼ିତ ହେବା ପରେ ଏହାକୁ ପ୍ରଥମେ ୨୦୧୯ରେ SDGT ଭାବରେ ଘୋଷିତ କରାଯାଇଥିଲା। ସେବେଠାରୁ ଏହି ସଂଗଠନ ଆତ୍ମଘାତୀ ବୋମା ବିସ୍ଫୋରଣ ଓ ଅନେକ ହାଇ-ପ୍ରୋଫାଇଲ୍ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।”

Donald Trump Asim Munir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe