ରୁଷ-ୟୁକ୍ରେନ ଯୁଦ୍ଧ: ମଧ୍ୟସ୍ଥତା ଭୂମିକାରୁ ଓହରିଯିବ ଆମେରିକା!

ଯଦି ଯୁଦ୍ଧ ବିରତି ଯଥାଶୀଘ୍ର ଲାଗୁ ହେବାର ସଙ୍କେତ ନ ମିଳିବ, ତା’ହେଲେ ଟ୍ରମ୍ପ ଆଉ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବେ ନାହିଁ ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି।

Russia

ପୁଟିନ, ଜେଲେନସ୍କି ଓ ଟ୍ରମ୍ପ (ଫାଇଲ ଫଟୋ)

Hemant Lenka
  • Published: Friday, 18 April 2025
  • Updated: 18 April 2025, 04:36 PM IST

Sports

Latest News

ଦୀର୍ଘ ବର୍ଷ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ପ୍ରୟାସ କରିଥିଲେ। ଏପରି କି ଦୁଇ ଦେଶ ସହ ପୃଥକ ପୃଥକ ଭାବେ ବୈଠକ କରି ଆମେରିକା ମଧ୍ୟସ୍ଥତା ଭୂମିକାରେ ନଜର ଆସିଥିଲା। ଲାଗୁଥିଲା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗୁ ହେବ।

ହେଲେ ଏନେଇ କୌଣସି ସୁଫଳ ମିଳି ନଥିବା ବେଳେ ଏବେ ମଧ୍ୟସ୍ଥତା ଭୂମିକାରେ ଥିବା ଟ୍ରମ୍ପ ଏଥିରୁ ଓହରି ଯିବେ ବୋଲି ସଙ୍କେତ ମିଳିଛି। ଯଦି ଯୁଦ୍ଧ ବିରତି ଯଥାଶୀଘ୍ର ଲାଗୁ ହେବାର ସଙ୍କେତ ନ ମିଳିବ, ତା’ହେଲେ ଟ୍ରମ୍ପ ଆଉ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବେ ନାହିଁ ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି।

Also Read

ସେ କହିଛନ୍ତି, “ଯେଉଁ ପର୍ଯ୍ୟନ୍ତ ଆପୋଷ ବୁଝାମଣା ହେବାର ସଙ୍କେତ ମିଳି ନାହିଁ, ସେଯାଏ ଆମେରିକା ଆଉ କିଛି ଦିନ ମଧ୍ୟରେ ରୁଷ-ୟୁକ୍ରେନ ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ବନ୍ଦ କରିଦେବ।” ୟୁରୋପୀୟ ଓ ୟୁକ୍ରେନୀୟ ପ୍ରତିନିଧିମାନଙ୍କ ସହ ବୈଠକ କରିବା ପରେ ରୁବିଓ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ବି ଦୁଇ ଦେଶ ମଧ୍ୟରେ ଶାନ୍ତି ବୁଝାମଣା ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ପୂରା ବିଶ୍ୱରେ ତାଙ୍କର ଆହୁରି ଅନେକ ପ୍ରମୁଖ କାମ ମଧ୍ୟ ରହିଛି। ତେଣୁ ଯେଉଁ ଯାଏ ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ସଙ୍କେତ ମିଳିନି, ସେ ମଧ୍ୟସ୍ଥତା ଭୂମିକାରୁ ଓହରି ଯିବାକୁ ପ୍ରସ୍ତୁତ ରହିଛନ୍ତି।

ଯଦି ଆସନ୍ତା କିଛି ସପ୍ତାହ ନୁହେଁ, ବରଂ ଆଉ କିଛି ଦିନ ମଧ୍ୟରେ କୌଣସି ସକାରାତ୍ମକ ସଙ୍କେତ ନ ମିଳିବ, ତା’ହେଲେ ଆମେରିକା ମଧ୍ୟସ୍ଥତାରୁ ଓହରିଯିବ। ରାଷ୍ଟ୍ରପତି ଶାନ୍ତି ପ୍ରତିଷ୍ଠାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ। ଏହି ପ୍ରସଙ୍ଗରେ ସେ ନିଜର ଶକ୍ତି, ସାମର୍ଥ୍ୟ ଓ ସମୟ ଖର୍ଚ୍ଚ କରିଛନ୍ତି। କିନ୍ତୁ ଏହା ବାଦ ବି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି। ସେଗୁଡ଼ିକ ମଧ୍ୟ ରାଷ୍ଟ୍ରପତିଙ୍କ ସମୟ ଆବଶ୍ୟକ କରନ୍ତି ବୋଲି ପ୍ୟାରିସରେ ରୁବିଓ କହିଛନ୍ତି।

ଆମେରିକା ଓ ୟୁକ୍ରେନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସଫଳ ହେବା ପରେ ରୁବିଓ ପରୋକ୍ଷରେ ରୁଷକୁ ସର୍ତ୍ତହୀନ ଶାନ୍ତି ପ୍ରତିଷ୍ଠା ପାଇଁ ଆଗେଇ ଆସିବାକୁ ଚେତାବନୀ ଦେଇଛନ୍ତି। ଗୁରୁବାର ଟ୍ରମ୍ପ କହିଥିଲେ ଯେ ତାଙ୍କର ଆଶା ଆସନ୍ତା ସପ୍ତାହରେ ଆମେରିକା ଓ କିଭ ମଧ୍ୟରେ ଗୋଟିଏ ଚୁପ୍ତି ହେବ। ଏହି ଚୁକ୍ତି ବଳରେ ଆମେରିକା ବେଶ ସହଜରେ ୟୁକ୍ରେନର ଖଣିଜ ଦ୍ରବ୍ୟକୁ ବ୍ୟବହାର କରିପାରିବ।

ଫେବୃଆରୀମାସରେ ମଧ୍ୟ ଆମେରିକା ପକ୍ଷରୁ ୟୁକ୍ରେନ ସହ ମିନରାଲ୍ସ ଚୁକ୍ତି ହେବାର ଥିଲା। ଏଥିପାଇଁ ୟୁକ୍ରେନ ରାଷ୍ଟ୍ରପତି ଭ୍ଳୋଡମିର ଜେଲେନସ୍କି ଓଭାଲ ଅଫିସରେ ପହଞ୍ଚିଥିଲେ। ହେଲେ ବୈଠକରେ ଟ୍ରମ୍ପ ଓ ଉପ ରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଜେଲେନସ୍କିଙ୍କ ଯୁକ୍ତି ତୀବ୍ର ରୂପ ନେଇଥିଲା। ଏଥିଯୋଗୁ ଆମେରିକା ଓ ୟୁକ୍ରେନ ମଧ୍ୟରେ ତିକ୍ତତା ବଢ଼ିଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ପୁଣି ଦୁଇ ଦେଶ ଏକାଠି ହେବା ସହ ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓ ପ୍ୟାରିସରେ ୟୁକ୍ରେନ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଏଥିସହ ଦୁଇ ଦେଶ ମଧ୍ୟରେ ଚୁକ୍ତି ହେବାକୁ ବି ଯାଉଛି।

ରାଷ୍ଟ୍ରପତି ଟ୍ରମ୍ପ ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟସ୍ଥତା କରୁଛନ୍ତି। କିନ୍ତୁ କିଛି ଦିନ ତଳେ ରୁଷ ସେନା ୟୁକ୍ରେନର ସୁମୀ ସହର ଉପରେ ମିସାଇଲ ମାଡ଼ କରିଥିଲା। ଏଥିରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିଲା। ରୁଷର ଏପରି ମିସାଇଲ ମାଡ଼କୁ ଆମେରିକା ନିନ୍ଦା କରିଥିଲା। ଆକ୍ରମଣ କରି ରୁଷ ଭୁଲ କରିଥିବା ଆମେରିକା କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story