Advertisment

Middle East War: ଆମାଜନ ଡାଟା କେନ୍ଦ୍ର ଉପରେ ଡ୍ରୋନ ଆଟାକ, ମଧ୍ୟପ୍ରାଚ୍ୟକୁ ଅଧିକ ସୈନ୍ୟ ପଠାଇଲା ଆମେରିକା

ୟୁଏଇରେ ଥିବା ଆମାଜନର ଡାଟା କେନ୍ଦ୍ରକୁ ଦୁଇଟି ଡ୍ରୋନ ଦ୍ୱାରା ଟାର୍ଗେଟ କରାଯାଇଛି। ସେହିପରି ବାହାରିନରେ ଥିବା ଆମାଜନ ଅଫିସ ନିକଟରେ ମଧ୍ୟ ଡ୍ରୋନ ହମଲା ହୋଇଛି। ଏହି ଡ୍ରୋନ ଆଟାକରେ ଆମାଜନ ଡାଟା କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ଆମାଜନ ସ୍ପଷ୍ଟ କରିଛି।

Israle

ମଧ୍ୟପ୍ରାଚ୍ୟ ଗଲେ ଆମେରିକା ସୈନ୍ୟ

Advertisment

Middle East War Updates: ଆମେରିକା-ଇସ୍ରାଲଏ ସହ ଇରାନର ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ଓ ଇସ୍ରାଏଲ ଶନିବାର ଆକ୍ରମଣ କରିବା ପରେ ଏବେ ଇରାନ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛି। ଏଥିପାଇଁ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ଓ ଇସ୍ରାଏଲର ପ୍ରତିଷ୍ଠାନଗୁଡ଼ିକ ଉପରେ ମିସାଇଲ ଓ ଡ୍ରୋନ ଦ୍ୱାରା ଆକ୍ରମଣ କରୁଛି ଇରାନ।

Advertisment

ଏହିକ୍ରମରେ ୟୁଏଇରେ ଥିବା ଆମାଜନର ଡାଟା କେନ୍ଦ୍ରକୁ ଦୁଇଟି ଡ୍ରୋନ ଦ୍ୱାରା ଟାର୍ଗେଟ କରାଯାଇଛି। ସେହିପରି ବାହାରିନରେ ଥିବା ଆମାଜନ ଅଫିସ ନିକଟରେ ମଧ୍ୟ ଡ୍ରୋନ ହମଲା ହୋଇଛି। ଏହି ଡ୍ରୋନ ଆଟାକରେ ଆମାଜନ ଡାଟା କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ଆମାଜନ ସ୍ପଷ୍ଟ କରିଛି। 

ଟେକ୍ ଜିଆଣ୍ଟ ଆମାଜନ ଗୋଟିଏ ବିବୃତିରେ କହିଛି ଯେ ଡ୍ରୋନ ଆଟାକ ଯୋଗୁ ବିଲଡିଂ କ୍ଷତିଗ୍ରସ୍ତ ହୋଇଛି ଓ ଭିତ୍ତିଭୂମିର କିଛି ଅଂଶରେ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଛି। ଏବେ ସବୁ କିଛି ଠିକ କରିବାକୁ କମ୍ପାନୀ କାର୍ଯ୍ୟ କରୁଛି। ତଥାପି ବିଲଡିଂରେ ହୋଇଥିବା କ୍ଷତିକୁ ଠିକ କରିବା ପାଇଁ ବେଶ କିଛି ସମୟ ଲାଗିବ। ଏପରି ଆକ୍ରମଣ ପଛରେ କିଏ ରହିଛି, ସେକଥା କିନ୍ତୁ କମ୍ପାନୀ କହିନାହିଁ। 

Advertisment

ଅନ୍ୟପକ୍ଷରେ ଗଲ୍ଫ ଦେଶରେ ଇରାନର ଆକ୍ରମଣ ତୀବ୍ର ହେଉଥିବାରୁ ମଧ୍ୟପ୍ରାଚ୍ୟକୁ ଅଧିକ ସଂଖ୍ୟକ ସୈନ୍ୟଙ୍କୁ ଆଜି ଠାରୁ ପଠାଇବା ଆରମ୍ଭ କରିଛି ଆମେରିକା। ଦିନକ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ସାମରିକ ଅଭିଯାନ ଜାରି ରହିବ ବୋଲି କହିଥିଲେ। ସେହିପରି ଏହି ଅଭିଯାନ ୪ରୁ ୫ ସପ୍ତାହ ଲାଗି ରହିବ ବୋଲି କହିବା ପରେ ଆମେରିକା ପକ୍ଷରୁ ଅଧିକ ସଂଖ୍ୟକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମଧ୍ୟପ୍ରାଚ୍ୟକୁ ପଠାଯାଇଛି। 

ଆମେରିକା ପ୍ରତିରକ୍ଷା ଅଧିକାରୀ ଜେନେରାଲ ଡାନ କାଏନେ କହିଛନ୍ତି ଯେ ସେନା ପକ୍ଷରୁ ଅଧିକ ସଂଖ୍ୟକ ଯବାନଙ୍କୁ ମଧ୍ୟପ୍ରାଚ୍ୟକୁ ପଠା ଯାଉଛି। ସେହିପରି ଅଧିକ ସଂଖ୍ୟକ ଯୁଦ୍ଧ ବିମାନ ଓ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ସେଠାକୁ ପଠାଯିବ। 

Middle East war updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe