Advertisment

ଆମେରିକା ଆକାଶରେ ଅଜଣା ଜିନିଷ, ସେନାର ଟାର୍ଗେଟ

କେଉଁ ଉଦ୍ଦେଶ୍ୟରେ ଏହି ଜିନିଷଟିକୁ ଆମେରିକା ଉପରେ ଛଡ଼ାଯାଇଥିଲା ତାହା ଜଣାପଡ଼ିନି।

usa fighter jet

usa fighter jet

Advertisment

ଆମେରିକା ଆକାଶରେ ଆତଙ୍କ । ଆମେରିକାର ଆଲାସ୍କା ଆକାଶରେ ଏକ ଅଜଣା ଜିନିଷ ଚକ୍କର କାଟୁଥିବା ବେଳେ ‌ତାକୁ ମାରି ଖସାଇଛି। ଦେଶର ଯୁଦ୍ଧ ବିମାନ ଦ୍ୱାରା କ୍ଷେପଣାସ୍ତ୍ର ନିକ୍ଷେପ କରି ତାକୁ ତଳକୁ ଖସାଯାଇଛି । ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେଉଁ ଉଦ୍ଦେଶ୍ୟରେ ଏହି ଜିନିଷଟିକୁ ଆମେରିକା ଉପରେ ଛଡ଼ାଯାଇଥିଲା ତାହା ଜଣାପଡ଼ିନି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜର ସେନାକୁ ଉକ୍ତ ଜନିଷକୁ ଖସାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେକାର ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଜନ କିର୍ବି କହିଛନ୍ତି ଯେ, ଆଲାସ୍କା ଆକାଶର ପ୍ରାୟ ୪୦ ହଜାର ଫୁଟ୍‌ ଉଚ୍ଚରେ ଉଡୁଥିବା ଏହି ଜିନିଷକୁ ଲଢୁଆ ବିମାନ ‌କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଯାଇଛି। ଘଣ୍ଟାଏ ତଳେ ଏହି ଘଟଣା ଘଟିଛି।

Advertisment

ପ୍ରାୟ ୪୦ ହଜାର ଫୁଟ୍‌ ଉଚ୍ଚରେ ଉଡୁଥିବା ସାମଗ୍ରୀଟି ଥିଲା ଗତ ସପ୍ତାହରେ ଖସାଇ ଦିଆଯାଇଥିବା ପ୍ରକାଣ୍ଡ ଚାଇନା ବେଲୁନ୍‌ ଅପେକ୍ଷା ଖୁବ୍‌ ଛୋଟ। ଏହାର ଆକାର ଗୋଟାଏ ଛୋଟ କାର ଭଳି ହେବ ବୋଲି କିର୍ବି କହିଛନ୍ତି। ଉଡ଼ନ୍ତା ସାମଗ୍ରୀଟି ଅଲାସ୍କାରେ ବରଫ ପାହାଡ଼ରେ ପଡ଼ିଛି। ତେଣୁ ତାହାର ଭଗ୍ନାଂଶଗୁଡ଼ିକୁ ଉଦ୍ଧାର କରିବା ସମ୍ଭବ ବୋଲି ସେ କହିଛନ୍ତି।

ଏହି ଉଡ଼ନ୍ତା ସାମଗ୍ରୀଟିକୁ ଖସାଇବା ପାଇଁ ଲଢୁଆ ବିମାନ ‘ଏଫ୍‌-୨୨ ରାପ୍ଟର୍‌’ରେ ‘ଏମ୍‌-୯ଏକ୍ସ’ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। କିଛି ଦିନ ତଳେ ଆମେରିକା ଆକାଶରେ ଉଡ଼ୁଥିବା ଚାଇନାର ଗୁଇନ୍ଦା ବେଲୁନକୁ ଏଫ୍-୨୨ ରାପ୍ଟର ସାହାଯ୍ୟରେ କ୍ଷେପଣାସ୍ତ୍ର ମାଡ଼କରି ଖସାଇଥିଲା ଆମେରିକା । କିଛିବର୍ଷ ହେଲା ପୂର୍ବ ଏସିଆ, ଦକ୍ଷିଣ ଏସିଆ ଓ ୟୁରୋପ ଆକାଶରେ ଚାଇନାର ଏପରି ବେଲୁନ ସାହାଯ୍ୟରେ ଗୁଇନ୍ଦା କାର୍ଯ୍ୟକଳାପ ଜାରି ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe