Advertisment

ଆମେରିକାକୁ ଘାରିଲା ଏୟାର ଷ୍ଟ୍ରାଇକ ଭୟ: କିଭ୍‌ରେ ଥିବା ଦୂତାବାସକୁ ବନ୍ଦ କଲା

ରୁଷ ନଭେମ୍ବର ୨୦ରେ ବଡ଼ଧରଣର ଏୟାର ଷ୍ଟ୍ରାଇକ କରିପାରେ ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେବା ପରେ ଆମେରିକା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

author-image
Hemant Lenka
air

air

ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ନୂଆ ମୋଡ଼ ନେବାରୁ ଆମେରିକା ଭୟଭୀତ ହୋଇପଡ଼ିଛି। ଆମେରିକାକୁ ଏବେ ରୁଷ ପକ୍ଷରୁ ହେବାକୁ ଥିବା ସମ୍ଭାବ୍ୟ ବଡ଼ଧରଣର ଏୟାର ଷ୍ଟ୍ରାଇକ ଭୟ ଘାରିଛି। ଏଥିପାଇଁ ଆମେରିକା ପ୍ରଶାସନ ୟୁକ୍ରେନର ରାଜଧାନୀ କିଭ୍‌ରେ ଥିବା ନିଜର ଦୂତାବାସକୁ ଅସ୍ଥାୟୀ ରୂପେ ବନ୍ଦ କରିଦେଇଛି।

Advertisment

ଏଥିସହ ଦୂତାବାସ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛି। ରୁଷ ନଭେମ୍ବର ୨୦ରେ ବଡ଼ଧରଣର ଏୟାର ଷ୍ଟ୍ରାଇକ କରିପାରେ ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେବା ପରେ ଆମେରିକା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ଆମେରିକାର କନସୁଲାର ବ୍ୟାପର ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଗୋଟିଏ ସତର୍କତା ପଦକ୍ଷେପ ସ୍ୱରୂପ ଦୂତାବାଦସକୁ ବନ୍ଦ କରାଯାଇଛି। ଦୂତାବାସ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି।” ଦୂତାବାସ ପକ୍ଷରୁ ୟୁକ୍ରେନରେ ଥିବା ଆମେରିକା ନାଗରିକଙ୍କୁ ମଧ୍ୟ ସମ୍ଭାବ୍ୟ ଏୟାର ରେଡ ଆଲର୍ଟ ପ୍ରତି ସତର୍କ ରହିବା ସହ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

Advertisment

ୟୁକ୍ରେନ ମଙ୍ଗଳବାର ୧୦୦୦ ଦିନର ଯୁଦ୍ଧ ମଧ୍ୟରେ ପ୍ରଥମଥର ପାଇଁ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ରୁଷ ଉପରେ ମାଡ଼ କରିଥିଲା। ଜୋ ବାଇଡେନ ପ୍ରଶାସନ ୟୁକ୍ରେନକୁ ମିସାଇଲ ବ୍ୟବହାର କରିବାକୁ ଅନୁମତି ଦେବା ପରେ ଏପରି ଆକ୍ରମଣ ହୋଇଛି। ଏହି ଘଟଣା ପରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ତାଙ୍କ ଯୁଦ୍ଧି ନୀତି ବଦଳାଇ ଦେଇଛନ୍ତି।

ପୂରା ବିଶ୍ୱକୁ ରୁଷ ପରମାଣୁ ଅସ୍ତ୍ରର ଧମକ ଦେବା ସହ ମିସାଇଲ ଆକ୍ରମଣର ଉପଯୁକ୍ତ ଜବାବ ଦିଆଯିବ ବୋଲି କହିଛି। ରୁଷର ଏପରି ଚେତାବୀ ପରେ ପୂରା ବିଶ୍ୱକୁ ୩ୟ ବିଶ୍ୱଯୁଦ୍ଧର ଭୟ ଘାରିଛି। ଏକାଧିକ ୟୁରୋପୀୟ ଦେଶ ଏବେ ଠାରୁ ହିଁ ସମ୍ଭାବ୍ୟ ଯୁଦ୍ଧ ପାଇଁ ଲୋକଙ୍କୁ ପାଣି ଓ ଖାଦ୍ୟ ଗଚ୍ଛିତ କରି ରଖିବାକୁ କହିଛନ୍ତି।

Russia-Ukraine War USA