Advertisment

Tariffs: ଭାରତ ଉପରୁ ୨୫% ଟାରିଫ ହ୍ରାସର ସଙ୍କେତ ଦେଲା ଆମେରିକା

ଆମେରିକାର ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବେସେଣ୍ଟ କହିଛନ୍ତି ଯେ ରୁଷ ଠାରୁ ଭାରତ ଆମଦାନୀ କରୁଥିବା ତେଲର ପରିମାଣକୁ ଯଥେଷ୍ଟ ହ୍ରାସ କରିଛି। ଏଥିଯୋଗୁ ଭାରତୀୟ ଦ୍ରବ୍ୟଗୁଡ଼ିକ ଉପରେ ୨୫% ଟାରିଫ ହ୍ରାସ କରିବାକୁ ଗୋଟିଏ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଛି।

Trump

ମୋଦି ଓ ଟ୍ରମ୍ପ

Advertisment

ରୁଷ ଠାରୁ ତେଲ କିଣୁଥିବା ଭାରତ ଉପରେ ଆମେରିକା ଲାଗୁ କରିଥିବା ୫୦% ଟାରିଫକୁ ଅଧା କରିବାର ସଙ୍କେତ ଦେଇଛି। ଆମେରିକାର ଟାରିଫ ଲାଗୁ ପରେ ଭାରତ ପକ୍ଷରୁ ରୁଷ ଠାରୁ ତେଲ ଆମଦାନୀ ଅପେକ୍ଷାକୃତ ହ୍ରାସ ପାଇଛି। ଏଥିପାଇଁ ଆମେରିକା ୨୫% ଟାରିଫ ହ୍ରାସ କରିପାରେ ବୋଲି ଦେଶର ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ସୂଚନା ଦେଇଛନ୍ତି। 

Advertisment

ଆମେରିକାର ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବେସେଣ୍ଟ କହିଛନ୍ତି ଯେ ରୁଷ ଠାରୁ ଭାରତ ଆମଦାନୀ କରୁଥିବା ତେଲର ପରିମାଣକୁ ଯଥେଷ୍ଟ ହ୍ରାସ କରିଛି। ଏଥିଯୋଗୁ ଭାରତୀୟ ଦ୍ରବ୍ୟଗୁଡ଼ିକ ଉପରେ ୨୫% ଟାରିଫ ହ୍ରାସ କରିବାକୁ ଗୋଟିଏ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଛି। 

ଆମେରିକା ପକ୍ଷରୁ ୨ଟି ଆଧାରରେ ଭାରତୀୟ ଦ୍ରବ୍ୟ ଗୁଡ଼ିକ ଉପରେ ଟାରିଫ ଲାଗୁ କରାଯାଇଛି। ବ୍ୟବସାୟିକ ଅସମାନତା ଯୋଗୁ ଟ୍ରମ୍ପ ପ୍ରଶାସନ ପ୍ରଥମେ ଭାରତ ଉପରେ ୨୫% ଟାରିଫ ଲଗାଇଥିଲେ। ଏହାପରେ ଭାରତ ନିୟମିତ ଭାବେ ଆମେରିକାର ତାଗିଦ ସତ୍ତ୍ୱେ ରୁଷ ଠାରୁ ଅଶୋଧିତ ତୈଲ ଆମାଦୀନ କରୁଥିବାରୁ ୱାଶିଂଟନ ଆଉ ୨୫% ଟାରିଫ ଜୋରିମାନା ଆକାରରେ ନୂଆଦିଲ୍ଲୀ ଉପରେ ଲାଗୁ କରିଥିଲା। ଅର୍ଥାତ ଏବେ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ଦ୍ରବ୍ୟଗୁଡ଼ିକ ଉପରେ ୫୦% ଟାରିଫ ଲାଗୁ ହେଉଛି। ଏଥିଯୋଗୁ ଭାରତୀୟ ବ୍ୟବସାୟୀମାନେ ବେଶ ଘାଟାର ସମ୍ମୁଖୀନ ହେଉଛନ୍ତି। 

Advertisment

ଏସବୁ ଭିତରେ ବେସେଣ୍ଟ କହିଛନ୍ତି, “ଭାରତ ଉପରେ ଆମର ୨୫% ଟାରିଫ ଗୋଟିଏ ବିରାଟ ସଫଳତା ଆଣିଛି। ରୁଷ ଠାରୁ ଭାରତ କିଣୁଥିବା ତୈଳ ଭୁଶୁଡ଼ି ପଡ଼ିଛି। ଟାରିଫ ଏବେ ବି ବଳବତ୍ତର ରହିଛି। ଏବେ ଏହାକୁ ହଟାଇବା ପାଇଁ ଉପଯୁକ୍ତ ମାର୍ଗ ଖୋଲିଥିବା ମୁଁ ଭାବୁଛି।”

ସେ ଆହୁରି କହିଛି ଯେ ଭାରତ ଉପରେ ଟାରିଫ ଲଗାଇବାକୁ ୟୁରୋପୀୟ ସଂଘ ଚାହୁଁ ନାହିଁ। କାରଣ ସଂଘ ପକ୍ଷରୁ ନୂଆଦିଲ୍ଲୀ ସହ ଗୋଟିଏ ବଡ଼ ବାଣିଜ୍ୟ ଡିଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଭାରତ ଠାରୁ ରିଫାଇଣ୍ଡ ଶକ୍ତି ଦ୍ରବ୍ୟ କିଣିବା ୟୁରୋପର ବୋକାମୀ ଛଡ଼ା ଆଉ କିଛି ନୁହେଁ ବୋଲି ସେ ମତ ରଖିଛନ୍ତି।

ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୀତିକ ସମ୍ମିଳନୀ ସମୟରେ ବେସେଣ୍ଟ ଦାବି କରିଥିଲେ ଯେ ବିବାଦ ଆରମ୍ଭ ହେବା ପରେ ରୁଷ ଠାରୁ ଭାରତ ତେଲ କିଣିବା ଆରମ୍ଭ କରିଥିଲା। କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ ସେମାନଙ୍କ ଉପରେ ୨୫% ଟାରିଫ( Illegal Tariff) ଲଗାଇଥିଲେ। ଏହାପରେ ଭାରତ ନିଜ କିଣିବା ଗିୟରକୁ ହ୍ରାସ କରିଥିଲେ। ଏବେ ସେମାନେ ରୁଷ ଠାରୁ ତେଲ କିଣିବା ବନ୍ଦ କରି ଦେଇଛି। 

ଟ୍ରମ୍ପଙ୍କ ଟାରିଫ ପରେ ଭାରତର ଘରୋଇ କମ୍ପାନୀଗୁଡ଼ିକ ରୁଷ ଠାରୁ ତେଲ ଆମଦାନୀ କରିବା ପ୍ରକ୍ରିୟାକୁ ହ୍ରାସ କରିଥିଲେ। କିନ୍ତୁ ଭାରତ ସରକାର ପୂର୍ବଭଳି ତେଲ କିଣା ଜାରି ରଖିଥିବା ରିପୋର୍ଟ ପ୍ରକାଶ ପାଇଛି। 

Illegal Tariff
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe