Advertisment

ଭାରତର ଜାତୀୟ ସଙ୍ଗୀତ ଗାଇଲେ ଆମେରିକୀୟ ସିଙ୍ଗର, ଛୁଇଁଲେ ମୋଦିଙ୍କ ପାଦ

ବିଦେଶୀ ସିଙ୍ଗର ମ୍ୟାରି ମିଲିବେନଙ୍କ କଣ୍ଠରେ ଶୁଣିବାକୁ ମିଳିଲା ଭାରତର ଜାତୀୟ ସଙ୍ଗୀତ। ତାହା ପୁଣି ଅତି ଚମତ୍କାର କଣ୍ଠ ସ୍ୱରରେ। ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ମ୍ୟାରି ମିଲିବେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଭୁଲି ନାହାନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
American Singer

American Singer

ବିଦେଶୀ ସିଙ୍ଗର ମ୍ୟାରି ମିଲିବେନଙ୍କ କଣ୍ଠରେ ଶୁଣିବାକୁ ମିଳିଲା ଭାରତର ଜାତୀୟ ସଙ୍ଗୀତ। ତାହା ପୁଣି ଅତି ଚମତ୍କାର କଣ୍ଠ ସ୍ୱରରେ। ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ମ୍ୟାରି ମିଲିବେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଭୁଲି ନାହାନ୍ତି। ଏହାଦେଖି ଅନ୍ୟମାନେ ଚକିତ ହୋଇ ଯାଇଥିବା ବେଳେ  ଆମେରିକାନ ଅଭିନେତ୍ରୀ ଓ ସିଙ୍ଗର ମ୍ୟାରି ମିଲିବେନ ଏବେ ଇଣ୍ଟରନେଟ ସେନସେସନ ପାଲଟି ଯାଇଛନ୍ତି।

Advertisment

ନିଜ ୩ ଦିନିଆ ଆମେରିକା ଗସ୍ତ ଅବସରରେ ମୋଦି ଗତକାଲି ୱାଶିଂଟନ ଡିସିରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମ୍ୟାରି ମିଲିବେନ ସମସ୍ତଙ୍କ ସମ୍ମୁଖରେ ଭାରତର ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ଜଣେ ଭାରତୀୟ ନ ହୋଇ ମଧ୍ୟ ସେ ଖୁବ୍‌ ସୁନ୍ଦର ଭାବେ ଜାତୀୟ ସଙ୍ଗୀତ ଗାନ କରିଥିବା ବେଳେ ଏହା ଅନ୍ୟମାନଙ୍କୁ ଚକିତ କରି ଦେଇଥିଲା। କରତାଳିରେ ପୂରା ହଲ୍‌ ଫାଟି ପଡ଼ିଥିବା ବେଳେ ସମସ୍ତେ ମ୍ୟାରି ମିଲିବେନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। କାର୍ଯ୍ୟକ୍ରମ ଶେଷ ପରେ ମ୍ୟାରି ମିଲିବେନ ଷ୍ଟେଜ ଉପରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଯାଇ ତାଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ।

Advertisment

ଭାରତ ଜାତୀୟ ସଙ୍ଗୀତ ଗାନ କରି ବେଶ୍‌ ଖୁସି ଥିବା ମ୍ୟାରି କହିଛନ୍ତି, ଆଜି ଭଗବାନ ମୋତେ ଏକ ଖୁବ୍‌ ତାତ୍ପତ୍ୟପୂର୍ଣ୍ଣ କାମ କରିବାକୁ ସୁଯୋଗ ଦେଇଛନ୍ତି। ଏଥିପାଇଁ ମୁଁ ଖୁବ୍‌ ଖୁସି ଓ ଗର୍ବିତ । ଆଜି ରାତିରେ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମଗ୍ର ବିଶ୍ୱରେ ରହୁଥିବା ଭାରତୀୟଙ୍କ ପାଇଁ ସେମାନଙ୍କ ଜାତୀୟ ସଙ୍ଗୀତ ଗାନ କରିଛି। ଆପଣମାନେ ସବୁବେଳେ ମୋ’ ହୃଦୟରେ ରହିଛନ୍ତି। ଆମେ ସବୁ ଏକ ପରିବାର। ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ । ଜୟହିନ୍ଦ । ଏଥିସହ ଭଗବାନ ଭାରତ- ଆମେରିକା ସମ୍ପର୍କକୁ ଅଧିକ ମଜଭୁତ କରନ୍ତୁ ବୋଲି ବି ସେ ଆଶା ପ୍ରକଟ କରିଛନ୍ତି।

 ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନ୍ୟୁୟର୍କରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ମୋଦି ସାମିଲ ହୋଇଥିବା ବେଳେ ସେଠାରେ ମଧ୍ୟ ସିଙ୍ଗର ମ୍ୟାରି ମିଲିବେନ୍‌ ଯୋଗ କରୁଥିବା ଦେଖିବାକୁ ମିଳିଥିଲା।

USA Narendra Modi