ଜାତିସଂଘ ସୁରକ୍ଷା ପରିଷଦରେ ଆସିବ ସଂସ୍କାର, ଭାରତ ସହ ସ୍ୱର ମିଶାଇଲା କ୍ୱାଡ୍‌

ଆମେରିକାର ୱିଲମିଙ୍ଗଟନଠାରେ ଆୟୋଜିତ କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ସହମତି ପ୍ରକାଶ ପାଇଛି।

ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଜାପାନ ପ୍ରଧାନମନ୍ତ୍ରୀ କିସିଦା

  • Published: Sunday, 22 September 2024
  • , Updated: 22 September 2024, 08:31 AM IST

ଜାତିସଂଘର ସୁରକ୍ଷା ପରିଷଦର କଳେବରରେ ଆସିବ ସଂସ୍କାର। ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କ ସଂଖା ବୃଦ୍ଧି ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ, ଶକ୍ତିଶାଳି କରାଯିବ। ଆମେରିକାର ୱିଲମିଙ୍ଗଟନଠାରେ ଆୟୋଜିତ କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ସହମତି ପ୍ରକାଶ ପାଇଛି।

ସମ୍ମିଳନୀ ଶେଷରେ ଏ ନେଇ ଏକ ମିଳିତ ବିବୃତ୍ତି ଜାରି ହୋଇଛି। ଯେଉଁଥିରେ ଜାତିସଂଘର ସୁରକ୍ଷା ପରିଷଦର କଳେବର ସଂସ୍କାର ସହ ଏହାକୁ ଗଣାତନ୍ତ୍ରିକ ପ୍ରକ୍ରିୟାରେ ଅଧିକ ଉତ୍ତର ଦାୟିତ୍ୱ ସଂପନ୍ନ କରିବା ଉପରେ ଜୋର ଦେଇଛନ୍ତି ୪ ଦେଶର ଶୀର୍ଷ ନେତା।

ଏଥିସହ ସମସ୍ତ ଦେଶ ଅକତଙ୍କବାଦୀଙ୍କ ବିରୋଧରେ ଏକଜୁଟ୍ ହେବା ଓ ସାମୁଦ୍ରିକ ସୁରକ୍ଷା ଉପରେ ଜୋର ଦେଇଛନ୍ତି। ଉତ୍ତର କୋରିଆ ଦ୍ୱାରା ଲଗାତର କରାଯାଉଥିବା ମିସାଇଲ ପରୀକ୍ଷଣକୁ କଡା ନିନ୍ଦା କରାଯାଇଛି। ଏହାକୁ ସବୁଠୁ ବଡ଼ ବିପଦ ବୋଲି କହିଛନ୍ତି ଏହି ୪ ଦେଶର ଶୀର୍ଷ ନେତା।

କ୍ୱାଡ୍ ସମ୍ମିଳନୀ ପାଇଁ ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ କିସିଦାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଖୋଲା ଆଲୋଚନା ହୋଇଥିଲା। ଯେଉଁଥିରେ ବିଶ୍ୱର ସାଂପ୍ରତିକ ସମସ୍ୟା ସହ ୪ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି।

Related story