Advertisment

ହମାସ ପଣ୍ଡିଂ ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନ, ପାଣ୍ଠି ଯୋଗାଣକାରୀଙ୍କ ଉପରେ ଲଗାଇଲା ରୋକ

ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତ କରିଛନ୍ତି। ଏହାରି ଭିତରେ ତାଙ୍କ ପ୍ରଶାସନ କଟକଣା ସମ୍ପର୍କରେ ଘୋଷଣା କରିଛି।

Hamas

Hamas

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ମଧ୍ୟରେ ବଡ଼ ପଦକ୍ଷେପ ନେଇଛି ଆମେରିକା। ହମାସକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ବାଇଡେନ ପ୍ରଶାସନ ନୂଆ କଟକଣା ଲାଗୁ କରିଛି। ହମାସକୁ ହେଉଥିବା ପଣ୍ଡିଂକୁ ରୋକିବା ପାଇଁ ଆମେରିକା ପକ୍ଷରୁ ଚର୍ଚ୍ଚିତ “a secret Hamas investment portfolio” ଉପରେ ରୋକ ଲଗାଯାଇଛି। କୁହାଯାଏ ଯେ ଏହା ହମାସରକୁ ଆର୍ଥିକ ସହାୟତା କରିଥାଏ।

Advertisment

ଆତଙ୍କବାଦ ସହ ଜଡ଼ିତ ବ୍ୟବସ୍ଥା ଅନୁଯାୟୀ ଏପରି କଟକଣା ଲାଗୁ କରାଯାଇଛି। ୯ ଜଣ ବ୍ୟକ୍ତି ଓ ଗୋଟିଏ ସଂସ୍ଥା ଉପରେ ଆମେରିକା କଟକଣା ଲଗାଇଛି। ସଂସ୍ଥାଟି ଗାଜାରେ ରହିଥିବା ବେଳେ ବାକି ଲୋକ ସୁଦାନ, ତୁର୍କୀ, ଆଲଜେରିଆ ଓ କତାର ଭଳି ଦେଶରେ ରହିଛନ୍ତି। ସେମାନେ ହମାସକୁ ନିୟମିତ ଆର୍ଥିକ ସହାୟତା ଯୋଗାଇ ଥାଆନ୍ତି। 

ତେଣୁ ହମାସକୁ ପାଣ୍ଠି ଯୋଗାଣ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ପଦକ୍ଷେପ ନେଇଛି। ଇସ୍ରାଏଲର ସାଧାରଣ ଲୋକଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆମେରିକାର ଟ୍ରେଜରି ସଚିବ ଜାନେତ ୱେଲ୍ଲେନ କହିଛନ୍ତି।

Advertisment

ସେ କହିଛନ୍ତି, “ଆମେ ହମାସକୁ ରୋକିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେବୁ। ଇସ୍ରାଏଲ ବିରୋଧରେ ଅତ୍ୟାଚାର ଓ ସେଠାକାର ଲୋକଙ୍କୁ ଆତଙ୍କିତ କରିବା ପାଇଁ ପାଣ୍ଠିର ବ୍ୟବହାର କରାଯାଉଛି। ଏହାକୁ ଆମେ ସବୁ ପରିସ୍ଥିତିରେ ଅଟକାଇବୁ।”

ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତ କରିଛନ୍ତି। ଏହାରି ଭିତରେ ତାଙ୍କ ପ୍ରଶାସନ କଟକଣା ସମ୍ପର୍କରେ ଘୋଷଣା କରିଛି।

Israel Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe