Advertisment

ଘାରିଲା ଯୁଦ୍ଧ ଭୟ: ତୁରନ୍ତ ଲେବାନନ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ଏହି ଦୁଇ ଦେଶ

ଉପଲବ୍ଧ ଥିବା ଯେକୌଣସି ଟିକେଟ ଧରି ସେମାନେ ଲେବାନନରୁ ଚାଲି ଆସନ୍ତୁ ବୋଲି କୁହାଯାଇଛି।

USA

USA

Advertisment

ଇସ୍ରାଏଲ ଓ ହେଜବୋଲ୍ଲା ମଧ୍ୟରେ ଭୟଙ୍କର ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ସ୍ଥିତି ଦିନକୁ ଦିନ ତୀବ୍ର ହେଉଥିବାରୁ ଲେବାନନରେ ରହୁଥିବା ନିଜ ଦେଶର ଲୋକଙ୍କୁ ତୁରନ୍ତ ଫେରି ଆସିବା ପାଇଁ କହିଛନ୍ତି ଆମେରିକା ଓ ବ୍ରିଟେନ। ଉପଲବ୍ଧ ଥିବା ଯେକୌଣସି ଟିକେଟ ଧରି ସେମାନେ ଲେବାନନରୁ ଚାଲି ଆସନ୍ତୁ ବୋଲି କୁହାଯାଇଛି।

Advertisment

ଲେବାନନରେ ଥିବା ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଏକାଧିକ ଏୟାରଲାଇନ୍ସ ସେମାନଙ୍କ ବିମାନ ସେବାକୁ ବନ୍ଦ କରି ଦେଇଛନ୍ତି। ସେହିପରି ଅନେକ ବିମାନର ଟିକେଟ ମଧ୍ୟ ଶେଷ ହୋଇଯାଇଛି। ତଥାପି ଲେବାନନ ଛାଡ଼ିବା ପାଇଁ ଅନେକ ବ୍ୟବସାୟିକ ପରିବହନ ସେବା ଉପଲବ୍ଧ ରହିଛି।

ତେଣୁ ଉପଲବ୍ଧ ଥିବା ଯେକୌଣସି ଟିକେଟ ଧରି ଆମେରିକାର ଲୋକମାନେ ଲେବାନନରୁ ବାହାରି ଯାଆନ୍ତୁ। ଏପରି କି ବିମାନ ଯଦି ତତ୍କାଳ ଭାବେ ଛାଡ଼ୁ ନାହିଁ କିମ୍ବା ସେମାନଙ୍କ ପ୍ରଥମ ପସନ୍ଦର ରୁଟକୁ ଯାଉ ନାହିଁ, ତଥାପି ସେମାନେ ଲେବାନନରୁ ଯିବା ପାଇଁ ଟିକେଟ ବୁକ କରନ୍ତୁ ବୋଲି ଦୂତାବାସ କହିଛି।

Advertisment

ସେହିପରି ବ୍ରିଟେନ ସରକାର ମଧ୍ୟ ସମସ୍ତ ବ୍ରିଟିଶ ନାଗରିକଙ୍କୁ ତତ୍କାଳ ଭାବେ ଲେବାନନ ଛାଡ଼ିବାକୁ କହିଛନ୍ତି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଡାଭିଡ ଲାମୀ କହିଛନ୍ତି, “ଉତ୍ତେଜନା ଅତ୍ୟନ୍ତ ତୀବ୍ର ଓ ସ୍ଥିତି ଦ୍ରୁତଗତିରେ ଭୟଙ୍କର ହୋଇପାରେ। ଆମେ ୨୪ ଘଣ୍ଟା ଆମର କନସୁଲାର ଉପସ୍ଥିତି ଲେବାନନରେ ସଶକ୍ତ କରିବାକୁ ଚେଷ୍ଟା କରୁଛୁ। ତଥାପି ବ୍ରିଟିଶ ନାଗରିକଙ୍କୁ ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯେ ସେମାନେ ଏବେ ହି ଲେବାନନ ଛାଡ଼ନ୍ତୁ।”

ଆମେରିକା ଓ ୟୁକେ ବ୍ୟତୀତ ଆହୁରି ଅନେକ ଦେଶ ନିଜ ନିଜର ନାଗରିକମାନଙ୍କୁ ଯଥାଶୀଘ୍ର ଲେବାନନ ଛାଡ଼ିବାକୁ କହିଛନ୍ତି। ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ଉତ୍ତେଜନା ଲାଗି ରହିଥିଲା।

ଏବେ ହମାସ ମୁଖିଆ ଇସମାଇଲ୍‌ ହାନିୟେଙ୍କ ହତ୍ୟା ପରେ ସ୍ଥିତି ବେକାବୁ ହୋଇଛି। ଇସ୍ମାଲଙ୍କ ବ୍ୟତୀତ ଲେବାନନ ଭିତ୍ତିକ ହେଜବୋଲ୍ଲାର ଜଣେ ବରିଷ୍ଠ ନେତାଙ୍କୁ ମଧ୍ୟ ଇରାନରେ ହତ୍ୟା କରାଯାଇଛି। ଏହାପଛରେ ଇସ୍ରାଏଲ ଓ ଆମେରିକାର ହାତ ଥିବା କୁହାଯାଉଛି। ଏହି ହତ୍ୟାକାଣ୍ଡ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି। 

Ismail Haniyeh Lebanon USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe