Advertisment

US-Iran Conflict: କୌଣସି ବି ମୁହୂର୍ତ୍ତରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା

୨୦୦୩ ଇରାକ ଅନୁପ୍ରବେଶ ପରେ ଆମେରିକା ପ୍ରଥମଥର ପାଇଁ ମଧ୍ୟପ୍ରାଚ୍ୟରେ ନିଜର ସବୁଠାରୁ ବିଶାଳ ଏୟାର ପାୱାର ଦେଖାଇଛି। ପୁଳାପୁଳା ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ଯୁଦ୍ଧ ତୋପକୁ ମଧ୍ୟପ୍ରାଚ୍ୟରେ ଖଞ୍ଜିବାରେ ଲାଗିଛି ଆମେରିକା।

author-image
Hemant Lenka
USA

ଟ୍ରମ୍ପ ଓ ଖାମେନେଇ

ଏବେ ଠାରୁ ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ଆକ୍ରମଣ(US-Iran Conflict) କରିପାରେ ଆମେରିକା। ୨୦୦୩ ଇରାକ ଅନୁପ୍ରବେଶ ପରେ ଆମେରିକା ପ୍ରଥମଥର ପାଇଁ ମଧ୍ୟପ୍ରାଚ୍ୟରେ ନିଜର ସବୁଠାରୁ ବିଶାଳ ଏୟାର ପାୱାର ଦେଖାଇଛି। ପୁଳାପୁଳା ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ଯୁଦ୍ଧ ତୋପକୁ ମଧ୍ୟପ୍ରାଚ୍ୟରେ ଖଞ୍ଜିବାରେ ଲାଗିଛି ଆମେରିକା।

Advertisment

ଏଫ-୩୫ ଓ ଏଫ ୨୨ ଯୁଦ୍ଧ ବିମାନ ସମେତ ସେଗୁଡ଼ିକୁ ସହାୟତା ପାଇଁ ସ୍ୱତନ୍ତ୍ର ଏୟାରକ୍ରାଫ୍ଟକୁ ଆମେରିକା ମଧ୍ୟପ୍ରାଚ୍ୟରେ ଠୁଳ କରୁଛି। ଆମେରିକା ପକ୍ଷରୁ ଦ୍ୱିତୀୟ ବିମାନ ବାହାକ ତୋପରେ ଆକ୍ରମଣ ଓ ଇଲେକ୍ଟ୍ରୋନିକ ଯୁଦ୍ଧ ବିମାନକୁ ଭର୍ତ୍ତି କରି ମଧ୍ୟପ୍ରାଚ୍ୟକୁ ପଠା ଯାଉଛି।

ସେହିପରି ଆକାଶ ପଥରେ ବଡ଼ ଧରଣର ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କମାଣ୍ଡ ଓ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ମଧ୍ୟ ଆମେରିକାରୁ ମଧ୍ୟପ୍ରାଚ୍ୟ ଆଡ଼କୁ ଉଡ଼ାଣ ଭରିଛି। ଆମେରିକା ବାୟୁ ସେନା ଓ ନୌସେନା ସଂପୂର୍ଣ୍ଣ ଆକ୍ରମଣ ମୁଦ୍ରାରେ ରହିଥିବା ବେଳେ କେବଳ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ସେମାନେ ଅପେକ୍ଷା କରିଛନ୍ତି। ଟ୍ରମ୍ପ ଗ୍ରୀନ ସିଗ୍ନାଲ ଦେବା କ୍ଷଣୀ ଇରାନ ଉପରେ ଭୟଙ୍କର ଷ୍ଟ୍ରାଇକ କରିବ ଆମେରିକା। 

Advertisment

ରିପୋର୍ଟ ଅନୁସାରେ, ଟ୍ରମ୍ପ ଏଯାଏ ଇରାନ ଉପରେ ଆକ୍ରମଣ କରାଯିବ କି ନାହିଁ, ତା’ ନିଷ୍ପତ୍ତି ନେଇ ନାହାନ୍ତି। କିନ୍ତୁ ଯଦି ସେ ଆକ୍ରମଣର ଅନୁମତି ଦିଅନ୍ତି, ତା’ହେଲେ ଇରାନର ଆଣବିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବ। ସେହିପରି ଇରାନରେ ଶାସନ ପରିବର୍ତ୍ତନ ହେବ। ଏହାବାଦ ମଧ୍ୟପ୍ରାଚ୍ୟରେ ସବୁଠାରୁ ବଡ଼ ଯୁଦ୍ଧକୁ ପୂରା ବିଶ୍ୱ ସାମ୍ନା କରିବ। 

ବିମାନ ଟ୍ରାକିଂ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଆମେରିକାର ଏକାଧିକ ଯୁଦ୍ଧ ଓ ସହାୟତା ବିମାନ ଜୋର୍ଡାନରେ ଥିବା ମୁୱାଫକ ସଲ୍ଟି ଓ ସାଉଦି ଆରବରେ ଥିବା ପ୍ରିନ୍ସ ସୁଲତାନ ଏୟାର ବେସ୍‌ରେ ପହଞ୍ଚି ସାରିଛନ୍ତି। ସେହିପରି ଆହୁରି ଅନେକ ବିମାନ ମଧ୍ୟପ୍ରାଚ୍ୟକୁ ଉଡ଼ାଣ ଭରିଛନ୍ତି।

ଏଫ-୩୫, ଏଫ ୧୫, ଏଫ-୧୬, ଏଫ-୨୨ ରାପ୍ଟର, ଇ-୩ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଓ କଣ୍ଟ୍ରୋଲ ସିଷ୍ଟମ ଏବଂ ଇ-୧୧ ବ୍ୟାଟେଲଫିଲ୍ଡ ଏୟାରବର୍ଣ୍ଣ କମ୍ୟୁନିକେସନ ନୋଡ ଯୁଦ୍ଧ ବିମାନଗୁଡ଼ିକ ଇରାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। 

ବୁଧବାର Flightradar24ରୁ ଜଣାପଡ଼ିଥିଲା ଯେ ମଧ୍ୟପ୍ରାଚ୍ୟ ଓ ଏହାର ଆଖପାଖ ଅଞ୍ଚଳରେ ବେଶ କିଛି ସମୟ ଧରି ଏକାଧିକ KC-135 ବିମାନ ପଇଁତରା ମାରିଥିଲା। ଏହା ବ୍ୟତୀତ E3 ଏୟାରବର୍ଣ୍ଣ ୱାର୍ଣ୍ଣିଂ ଓ କଣ୍ଟ୍ରୋଲ ସିଷ୍ଟମ ଏବଂ କାର୍ଗୋ ବିମାନକୁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି। 

ସମ୍ଭାବ୍ୟ ଅପରେସନରେ ସହାୟତା କରିବା ପାଇଁ ଆମେରିକା ନୌସେନା ମଧ୍ୟ ମଧ୍ୟପ୍ରାଚ୍ୟ ଓ ପୂର୍ବ Mediterranean ସମୁଦ୍ରରେ ୧୩ଟି ଜାହାଜ ମୁତୟନ କରିଛି। ଏହା ମଧ୍ୟରେ ବିମାନ ବାହକ USS Abraham Lincoln ଓ ବାଲାଷ୍ଟିକ ମିସାଇଲକୁ ଧ୍ୱଂସ କରିପାରୁ ଥିବା ୯ଟି ଯୁଦ୍ଧ ତୋପ ରହିଛନ୍ତି।

ଦ୍ୱିତୀୟ ବିମାନ ବାହାକ ଯୁଦ୍ଧ ତୋପ USS Gerald R. Ford ଓ ୪ଟି ବିଧ୍ୱଂସାକାରୀ ଜାହାଜ ମଧ୍ୟ ମଧ୍ୟପ୍ରାଚ୍ୟ ଆଡ଼କୁ ଆସୁଛନ୍ତି। ଟିମ ଟ୍ରମ୍ପ ଅତିରିକ୍ତ ଭାବେ ଭୂପୃଷ୍ଠ ଭିତ୍ତିକ ଏୟାର ଡିଫେନ୍ସକୁ ମଧ୍ୟ ମଧ୍ୟପ୍ରାଚ୍ୟର ବିଭିନ୍ନ ଅଞ୍ଚଳରେ ମହଜୁଦ କରି ରଖିଛନ୍ତି। 

US Iran