Advertisment

Pakistan: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ: ଇସଲାମାବାଦକୁ ଶୌଚାଳୟ କାଗଜ ଠାରୁ ବି ଖରାପ ବ୍ୟବହାର କରିଥିଲା ଆମେରିକା

ସଂସଦରେ ଆସିଫ କହିଛନ୍ତି ଯେ ୧୯୯୯ ମସିହା ପରେ ବିଶେଷ କରି ଆଫଗାନିସ୍ତାନ ପ୍ରସଙ୍ଗରେ ୱାଶିଂଟନ ସହିତ ହାତ ମିଳାବା ନିଷ୍ପତ୍ତି ପାକିସ୍ତାନକୁ କେବଳ କ୍ଷତି ପହଞ୍ଚାଇଥିଲା।

asif

ପାକ ପ୍ରତିରକ୍ଷା ମନ୍ତ୍ରୀ

Advertisment

ପାକିସ୍ତାନ(Pakistan)ର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଦେଶର ସଂସଦ ଭିତରେ ଦେଇଛି ବଡ଼ ବୟାନ। ନିଜର ରଣନୀତିକ ଫାଇଦା ପାଇଁ ପାକିସ୍ତାନକୁ ଆମେରିକା ଶୋଷଣ କରିଥିଲା ଓ ଏହାପରେ ପାଇଖାନାର କାଗଜ ଠାରୁ ବି ହୀନ ଭାବେ ବିବେଚନା କରି ଦୂରେଇ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ସଂସଦରେ ଆସିଫ କହିଛନ୍ତି ଯେ ୧୯୯୯ ମସିହା ପରେ ବିଶେଷ କରି ଆଫଗାନିସ୍ତାନ ପ୍ରସଙ୍ଗରେ ୱାଶିଂଟନ ସହିତ ହାତ ମିଳାବା ନିଷ୍ପତ୍ତି ପାକିସ୍ତାନକୁ କେବଳ କ୍ଷତି ପହଞ୍ଚାଇଥିଲା। ଆମେରିକାର ସମର୍ଥନ ହାସଲ କରିବାର ଉଦମ୍ୟ ପାଇଁ ନିଆଯାଇଥିବା ଗମ୍ଭୀର ନିର୍ଣ୍ଣୟର ପରିଣାମ ପାକିସ୍ତାନ ଦଶନ୍ଧି ଧରି ସାମ୍ନା କରି ଚାଲିଥିଲା ବୋଲି ସେ କହିଛନ୍ତି ।

ଆଫଗାନିସ୍ତାନର ସଂଘର୍ଷରେ ପାକିସ୍ତାନ ଧାର୍ମିକ କର୍ତ୍ତବ୍ୟରେ ପ୍ରେରିତ ହୋଇ ଭାଗିଦାରୀ କରିଥିଲା ବୋଲି ଦଶନ୍ଧି ଧରି ଚାଲି ଆସିଥିବା ଧାରଣାକୁ ଆସିଫ ଅଗ୍ରାହ୍ୟ କରିଛନ୍ତି। ପାକିସ୍ତାନୀକୁ ଜିହାଦୀ ବ୍ୟାନର ଅଧୀନରେ ନିୟୋଜିତ କରାଯାଇଥିଲା ଓ ଯୁଦ୍ଧ ପାଇ ପଠା ଯାଇଥିଲା ବୋଲି କୁହାଯାଉଥିବା କଥା ସଂପୂର୍ଣ୍ଣ ଭ୍ରମାତ୍ମକ। ଏଥିରେ କୌଣସି ସତ୍ୟତା ନଥିବା ସେ କହିଛନ୍ତି। 

Advertisment

ଆସିଫ ଆମେରିକା କେମିତି ପାକିସ୍ତାନକୁ ବ୍ୟବହାର କରି ଫିଙ୍ଗି ଦେଇଥିଲା, ସେକଥା ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ୧୯୯୯ ପରେ ବିଶେଷ ପରି ୨୦୦୧ ସେପ୍ଟେମ୍ବ ୧ ଆକ୍ରମଣ ପରେ ଆମେରିକାର ସହ ଭାଗିଦାରୀ କରିବା ବୁମେରାଂ ଥିଲା।

ଦିବଂଗତ ମିଲିଟାରୀ ଶାସକ ଜିଆ ଉଲ ହକ ଓ ପରଭେଜ ମୁଶାରଫ ପାକିସ୍ତାନକୁ ବାହ୍ୟ ଯୁଦ୍ଧରେ ସାମିଲ କରିଥିଲେ। ଏହାର ପରିଣାମ ସ୍ୱରୂପ ସହଯୋଗୀ ଦେଶଗୁଡ଼ିକ ଚାଲି ଯିବା ପରେ ବି ପାକିସ୍ତାନକୁ ଲମ୍ବା ସମୟ ଧରି ଏହାର ଦୁଃଖଦ ପରିଣାମ ଭୋଗିବାକୁ ପଡ଼ିଥିଲା। 

ଅତ୍ୟନ୍ତ କଡ଼ା ଭାଷା ପ୍ରୟୋଗ କରି ଆସିଫ ସାଂସଦମାନଙ୍କୁ କହିଛନ୍ତି ଯେ ପାକିସ୍ତାନ ସହ ଶୌଚାଳୟର କାଗଜ ଠାରୁ ବି ଖରାପ ବ୍ୟବହାର କରାଯାଇଥିଲା। ପାକିସ୍ତାନକୁ ପ୍ରଥମେ ନିଜର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ବୃବହାର କରାଗଲା ଓ ଏହାପରେ ଫିଙ୍ଗି ଦିଆଯାଇଥିଲା।

୨୦୦୧ ପରର ସ୍ଥିତିର କଥା ଉଠାଇ ସେ କହିଛନ୍ତି ଯେ ପାକିସ୍ତାନ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲି ଆମେରିକା ନେତୃତ୍ୱାଧୀନ ଆତଙ୍କବାଦ ବିରୋଧୀ ଯୁଦ୍ଧକୁ ସମର୍ଥନ କରିଥିଲା। କିନ୍ତୁ ଶେଷରେ ୱାଶିଂଟନ ଏଥିରୁ ମୁକୁଳି ଯାଇଥିଲା।

ପରିଣାମ ସ୍ୱରୂପ ପାକିସ୍ତାନ ହିଂସା, କଟ୍ଟରତା ଓ ଆର୍ଥିକ ସଙ୍କଟରେ ଫସି ରହିଥିଲା। ଆମେ ଯେଉଁ କ୍ଷତିର ସମ୍ମୁଖୀନ ହୋଇଛୁ, ତା’ର ଭରଣା କେବେ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। 

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe