Advertisment

ବାପାଙ୍କୁ 'ଗୁଡବାଏ' କହିବା ପରେ ପୁଅକୁ ଗୁଳି କରି ମାରିଦେଲା ମା'

ପୂର୍ବତନ ସ୍ୱାମୀଙ୍କୁ ପଠାଇଥିବା ୨୧ ସେକେଣ୍ଡର ଏକ ଭିଡିଓ ମେସେଜରୁ ଏହାର ଖୁଲାସା ହୋଇଛି।

Woman Killed His Son

Woman Killed His Son

Advertisment

ପ୍ରଥମେ ବାପାଙ୍କୁ 'ଗୁଡବାଏ' କହିବାକୁ କହିଲା। ଏହାପରେ ନିଜର ତିନି ବର୍ଷର ଛୁଆକୁ ଗୁଳି କରି ମାରିଦେଲା ମା'। ପରେ ନିଜେ ମଧ୍ୟ ଆତ୍ମହତ୍ୟା କଲା। ଆମେରିକାର ଟେକ୍ସାସ୍‌ରେ ଘଟିଛି ଏଭଳି କିଛି ଘଟଣା। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ସବାନା କ୍ରିଗର। ତାଙ୍କ ବୟସ ୩୨ ବର୍ଷ। ସେ ନିଜ ତିନି ବର୍ଷର କ୍ୟାଡେନ୍‌ ସହ ଟେକ୍ସାସ୍‌ରେ ରହୁଥିଲେ। ମାର୍ଚ୍ଚ ୧୯ ତାରିଖରେ ଟେକ୍ସାସ୍‌ର ସ୍ୟାନ୍‌ ଆଣ୍ଟୋନିଓ ପାର୍କରୁ ଉଭୟଙ୍କ ମୃତଦେହ ମିଳିଥିଲା। ଉଭୟଙ୍କ ମୁଣ୍ଡରେ ଗୁଳି ମାଡ ଚିହ୍ନ ଥିଲା। ତେବେ ଏମାନଙ୍କୁ କିଏ ହତ୍ୟା କରିଛି ସେ ନେଇ ପୁଲିସ ଦୀର୍ଘ ଦିନ ଧରି ଯାଞ୍ଚ ଜାରି ରଖିଥିବା ବେଳେ ଏବେ ଏହାର ଖୁଲାସା ହୋଇଛି।

ଦ ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବକ, ମାର୍ଚ୍ଚ ୧୮ ତାରିଖରେ କ୍ରିଗର ନିଜ ଚାକିରି ଛାଡି ଦେଇଥିଲେ। ଏହାପରେ ସେ ନିଜ ପୂର୍ବତନ ସ୍ୱାମୀଙ୍କ ଘରକୁ ଯାଇଥିଲେ। ସେଠାରେ ବ୍ୟାପକ ଭଙ୍ଗାରୁଜା କରିବା ସହ ନିଜ ବିବାହ ବେଳର ଫଟୋ ଉପରକୁ ଗୁଳିମାଡ କରିଥିଲେ। ଏହାପରେ ଘରକୁ ଫେରି ଆସିଥିଲେ। ଏହାପର ଦିନ ପୁଅକୁ ନେଇ ସେ ସ୍ୟାନ୍‌ ଆଣ୍ଟୋନିଓ ପାର୍କକୁ ଯାଇଥିଲେ।

Advertisment

ଏଠାରୁ ସେ ନିଜର ପୂର୍ବତନ ସ୍ୱାମୀଙ୍କୁ ଏକ ଭିଡିଓ ମେସେଜ୍‌ ପଠାଇଥିଲେ। ଏଥିରେ ତାଙ୍କ ପୁଅକୁ ସେ ବାପାଙ୍କୁ 'ଗୁଡବାଏ' କହିବାକୁ କହୁଥିଲେ। ଏହାପରେ ସେ ପୁଅ କ୍ୟାଡେନ୍‌କୁ ଗୁଳି କରି ହତ୍ୟା କରିଥିଲେ। ପରେ ସେ ନିଜ ମଧ୍ୟ ଆତ୍ମହତ୍ୟା କରିଥିଲେ। ସେ ନିଜ ପୂର୍ବତନ ସ୍ୱାମୀଙ୍କୁ ପଠାଇଥିବା ୨୧ ସେକେଣ୍ଡର ଏକ ଭିଡିଓ ମେସେଜରୁ ଏହାର ଖୁଲାସା ହୋଇଛି।

ପୁଲିସର କହିବା ମୁତାବକ, ଏହି ୩୨ ବର୍ଷୀୟ ମହିଳା ଜଣକ ଦୀର୍ଘ ଦିନ ହେବ ମାନସିକ ଅବଦାଦଗ୍ରସ୍ତ ଥିଲେ। ପୂର୍ବତନ ସ୍ୱାମୀଙ୍କ ସହ ତାଙ୍କର ଝଗଡା ମଧ୍ୟ ହୋଇଥିଲା। ମୃତ୍ୟୁ ପୂର୍ବରୁ କ୍ରିଗର ଅଜବ ପ୍ରକାରର ବ୍ୟବହାର କରୁଥିଲେ। ସେ ନିଜ ପୂର୍ବତନ ସ୍ୱାମୀଙ୍କୁ ଧମକପୂର୍ଣ୍ଣ ଭିଡିଓ ମେସେଜ ପଠାଉଥିଲେ।

Suicide USA Mother Killed Son
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe