Advertisment

ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ଥିଲେ ୪୦୨ ଯାତ୍ରୀ

ଉଡାଣ ଆରମ୍ଭ କରିବାର କିଛି ମିନିଟ୍‌ ପରେ ହିଁ ବିମାନର ଡାହାଣ ଇଂଜନ୍‌ରେ ନିଆଁ ଲାଗି ଯାଇଥିଲା।

plane catches fire

plane catches fire

Advertisment

ମଝି ଆକାଶରେ ହଠାତ୍‌ ବିମାନରେ ଲାଗିଲା ନିଆଁ। ଟେକ୍‌ ଅଫ୍‌ର କିଛି ମିନିଟ୍‌ ପରେ ଜଳିଗଲା ବିମାନର ଇଂଜିନ୍‌। ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ। ତେବେ କିଛି ଅଘଟଣ ଘଟିବା ପୂର୍ବରୁ ସମସ୍ତ ଯାତ୍ରିଙ୍କ ଜୀବନ ବଞ୍ଚାଇ ଦେଲେ ପାଇଲଟ୍‌। ବୋଇଂ ୭୭୭ ଏୟାର କାନାଡାରେ ଘଟିଛି ଏଭଳି ଘଟଣା। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଜୁନ୍‌ ୮ ତାରିଖ। ବୋଇଂ-୭୭୭ ବିମାନଟି କାନାଡାର ଟରଣ୍ଟୋ ପିଆରସନ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଟେକ୍‌ ଅଫ୍‌ କରିଥିଲା। ତେବେ ଉଡାଣ ଆରମ୍ଭ କରିବାର କିଛି ମିନିଟ୍‌ ପରେ ହିଁ ଏହାର ଡାହାଣ ଇଂଜନ୍‌ରେ ନିଆଁ ଲାଗି ଯାଇଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ଏଟିସି) ବିମାନଟି ରନୱେରେ ଥିବା ସମୟରେ ବିମାନର ଡାହାଣ ଇଞ୍ଜିନରୁ ସ୍ପାର୍କ ହୋଇଥିବା ଦେଖିଥିଲେ। ପାଇଲଟଙ୍କୁ ତୁରନ୍ତ ସେ ଏ ବିଷୟରେ ଅବଗତ କରାଇଥିଲେ।

ତେବେ ପାଇଲଟ ସୂଚନା ପାଇବା ବେଳକୁ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ତେବେ ବିମାନରେ ନିଆଁ ଲାଗିଥିବା ସୂଚନା ପାଇବା ପରେ ପାଇଲଟ ଉପସ୍ଥିତି ବୁଦ୍ଧି ଖଟାଇ ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି। ବିମାନ ଉଡ଼ାଣର କିଛି ସମୟ ପରେ ହିଁ ପାଇଲଟ୍‌ ଏହାକୁ ସୁରକ୍ଷିତ ଭାବେ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିଥିଲେ। ଏହାପରେ ତୁରନ୍ତି ସମସ୍ତ ଯାତ୍ରୀଙ୍କୁ ବିମାନରୁ ଉଦ୍ଧାର କରାଯାଇଥିଲା।

Advertisment

ଉକ୍ତ ବିମାନରେ ୩୮୯ ଜଣ ଯାତ୍ରୀ ଏବଂ ୧୩ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ୪୦୨ ଜଣ ଥିଲେ। ଏହି ବିମାନଟି କାନାଡାରୁ ପ୍ୟାରିସକୁ ଯାଉଥିଲା। ଯାତ୍ରୀମାନଙ୍କୁ ଅନ୍ୟ ବିମାନରେ ଗନ୍ତବ୍ୟସ୍ଥଳକୁ ପଠାଯାଇଛି। ବର୍ତ୍ତମାନ ଏହି ବିମାନକୁ ସେବାରୁ ହଟାଇ ଦିଆଯାଇଛି।

ଏହା ହେଉଛି ଦ୍ୱିତୀୟ ଘଟଣା ଯାହା ଗତ କିଛି ସପ୍ତାହ ମଧ୍ୟରେ ଏୟାର କାନାଡ଼ା ବିମାନ ସହିତ ଘଟିଛି। ଏହା ପୂର୍ବରୁ ମେ' ୨୭ ତାରିଖରେ ବୈଷୟିକ ତ୍ରୁଟି ଯୋଗୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପରେ ଏକ ବିମାନଟିକୁ ଟରଣ୍ଟୋକୁ ପୁଣି ଫେରିବାକୁ ପଡିଥିଲା।

Plane Catches Fire Air Canada Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe