Advertisment

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ, ଜାଣନ୍ତୁ, ଏହା ପଛରେ କାହାର ହାତ?

ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଅବସଙ୍କୁ ଗତକାଲି ହତ୍ୟା ଉଦ୍ୟମ ହୋଇଥିବା ସୂଚନା ମିଳିଛି।

author-image
Niharika Rout
ଅଦ୍ୟତନ ହୋଇଛି
Attack

Attack

ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ସାମନାକୁ ଆସିଛି ଏକ ଚାଞ୍ଚଲ୍ୟକର ଭିଡିଓ । ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଅବସଙ୍କୁ ଗତକାଲି ହତ୍ୟା ଉଦ୍ୟମ ହୋଇଥିବା ସୂଚନା ମିଳିଛି। ତେବେ ଏହି ଆକ୍ରମଣରୁ ମହମୁଦ ଆବ୍ବାସ ବର୍ତ୍ତି ଯାଇଥିବା ବେଳେ ତାଙ୍କର ଜଣେ ସୁରକ୍ଷା କର୍ମୀ ଟଳି ପଡ଼ିଥିବା ଜଣାଯାଇଛି।

Advertisment

ଏନେଇ ପାଲେଷ୍ଟାଇନ ତରଫରୁ କୌଣସି ଅଫିସିଆଲି ବିବୃତି ଦିଅଯାଇନି। କିଏ ଏପରି ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ 'Sons of the Leader Abu Jandal' ଗ୍ରୁପ୍‌ର ଏହା ପଛରେ ହାତ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ଇସ୍ରାଏଲ ବିରୋଧରେ ଯୁଦ୍ଧ ଡାକରା ଦେବାକୁ 'Sons of the Leader Abu Jandal' ଗ୍ରୁପ ପକ୍ଷରୁ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ଯୁଦ୍ଧ ଘୋଷଣା ନ କଲେ ସୁରକ୍ଷା ଏଜେନ୍ସି ପକ୍ଷରୁ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ମାତ୍ର ଡେଡଲାଇନ୍‌ ମଧ୍ୟରେ ଇସ୍ରାଏଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ରାଷ୍ଟ୍ରପତିଙ୍କ ଉପରେ ଏହି ଅତର୍କିତ ଆକ୍ରମଣ ଉଦ୍ୟମ କରାଯାଇଥିବା ଜଣାଯାଇଛି।

Advertisment

ଗତକାଲି ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ କାର କନଭେନ ଉପରକୁ ଅତର୍କିତ ଆକ୍ରମଣ ହୋଇଥିବା ବେଳେ ଏଥିରେ ତାଙ୍କର ଜଣେ ସୁରକ୍ଷା କର୍ମୀ ନିହତ ହୋଇଥିବା ଜଣାଯାଇଛି। ଏହି ଆକ୍ରମଣ ପରେ ରାଷ୍ଟ୍ରପତି ସୁରକ୍ଷିତ ଥିବା ଜଣାଯାଇଛି।

ନିଜକୁ 'Sons of the Leader Abu Jandal' ଗୋଷ୍ଠୀ କହୁଥିବା ଏହି ସଙ୍ଗଠନ ୱେଷ୍ଟ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ସମ୍ଭାଳିଥିବା ଜଣାଯାଇଛି।

Israel Palestine Israel-Palestine War