Advertisment

ସାମ୍ନାକୁ ଆସିଲା ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟା ଭିଡିଓ

ଗତ ବର୍ଷ ଜୁନ୍‌ ୧୮ରେ ଖାଲିସ୍ତାନୀ ଆତଙ୍କବାଦୀ ତଥା ଗୁରୁ ନାନକ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ତତ୍କାଳୀନ ସଭାପତି ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା।

author-image
Madhupriya Mistry
Khalistani Terrorist Hardeep Sing Nijjars Killing Video

Khalistani Terrorist Hardeep Sing Nijjars Killing Video

ଭାରତର ମୋଷ୍ଟ ଓ୍ୱାଣ୍ଡେଡ୍‌ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟା ଭିଡିଓ ସାମ୍ନାକୁ ଆସିଛି। କାନାଡା ପୁଲିସ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜ୍ଜରର ହତ୍ୟା ବେଳର ସିସିଟିଭି ଫୁଟେଜ ଜାରି କରିଛି। ଫୁଟେଜରେ କେଉଁ ଭଳି ଭାବେ ଏହି ଖଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା କରାଯାଇଥିଲା ତାହା ଦେଖିବାକୁ ମିଳିଛି।

Advertisment

ହରଦୀପ ସିଂହଙ୍କୁ ହତ୍ୟା କରିବା ପୂର୍ବରୁ ଆକ୍ରମଣକାରୀମାନେ ପ୍ରଥମେ ତାଙ୍କ କାର୍‌କୁ ପିଛା କରିଥିଲେ। ଏହାପରେ ହରଦୀପଙ୍କ ଗାଡିକୁ ଓଭରଟେକ୍‌ କରି ଅଟକାଇଥିଲେ। ପରେ ଆକ୍ରମଣକାରୀମାନେ ଆତଙ୍କବାଦୀ ନିଜ୍ଜର ଉପରେ ଆଖିବୁଜା ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି। କାନାଡା ପୁଲିସ ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

କହିରଖୁ ଯେ, ଗତ ବର୍ଷ ଜୁନ୍‌ ୧୮ରେ ଖାଲିସ୍ତାନୀ ଆତଙ୍କବାଦୀ ତଥା ଗୁରୁ ନାନକ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ତତ୍କାଳୀନ ସଭାପତି ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା। କାନାଡା ପୁଲିସର କହିବା ମୁତାବକ ଆତଙ୍କବାଦୀ ନିଜ୍ଜରର ହତ୍ୟାରେ ମୋଟ ୬ ଜଣ ଆକ୍ରମଣକାରୀ ସମ୍ପୃକ୍ତ ଥିଲେ। ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ନିଜ୍ଜର ଭାରତରେ ଆତଙ୍କବାଦ ବିସ୍ତାର କରିରୁଥିଲା। ISI ନିଜ୍ଜରକୁ ପାଣ୍ଠି ଯୋଗାଉଥିଲା, ନିଜ୍ଜର ମଧ୍ୟ ପାକିସ୍ତାନରେ ତାଲିମ ନେଇଥିଲେ।

Advertisment

ଏହି ଖଲିସ୍ତାନୀ ଆତଙ୍କବାଦୀର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା ଏବଂ ଏହି ମାମଲା ଦୁଇ ଦେଶ ମଧ୍ୟରେ ବିବାଦର କାରଣ ପାଲଟିଥିଲା। ନିଜ୍ଜର ହତ୍ୟା ପାଇଁ କାନାଡା ସରକାର ଭାରତୀୟ ଗୁପ୍ତଚର ସଂସ୍ଥାକୁ ଦାୟୀ କରିଥିଲେ। କାନାଡା ସରକାରଙ୍କ ଏହି ଅଭିଯୋଗକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ଦେଇଥିଲା। ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏହିପରି କୌଣସି ଘଟଣା ସହ ଆମର କୌଣସି ସମ୍ପର୍କ ନାହିଁ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା।

ଏହି ହତ୍ୟାକାଣ୍ଡକୁ ୯ ମାସ ବିତିଯାଇଥିଲେ ସୁଦ୍ଧା କାନାଡା ପୁଲିସ ହାତ ଏଯାଏଁ ଖାଲି ରହିଛି। ଏହି ହତ୍ୟା ସହ ଜଡିତ କୌଣସି ସନ୍ଦିଗ୍ଧଙ୍କ ଫଟୋ ଜାରି କରି ନାହିଁ କାନାଡା। ତେବେ ଦୁଇ ଜଣ ସୁଟରଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି।

CCTV Footage Canada Khalistani Terrorist Hardeep Singh Nijjar