/odisha-reporter/media/media_files/2026/01/14/blast-2026-01-14-15-06-41.jpg)
ବିସ୍ଫୋରଣ
ପାକିସ୍ତାନ ପୁଲିସ୍ର ଗୋଟିଏ ସଶକ୍ତ ଗାଡ଼ି କେମିତି ବିସ୍ଫୋରଣରେ ପୂରା ଛିନଛତ୍ର ହୋଇ ଯାଉଛି, ତା’ର ଭିଡିଓ ଏବେ ସାମ୍ନାକୁ ଆସିଛି। ଖାୟବର ପାଖତୁନଖ୍ୱାରେ ସୋମବାର ସନ୍ଧ୍ୟାରେ ପୁଲିସ୍କୁ ଟାର୍ଗେଟ କରି ବିସ୍ଫୋରଣ ହୋଇଥିଲା। ଗାଡ଼ିଟି ପୁଲିସ୍ କର୍ମଚାରୀଙ୍କୁ ଧରି ଯାଉଥିବା ବେଳେ ଭୟଙ୍କର ବିସ୍ଫୋରଣର ସାମ୍ନା କରିଥିଲା। ଏଥିରେ ୭ ଜଣ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।
ଟାଙ୍କ ଜିଲ୍ଲାରେ ପାଟ୍ରୋଲିଂ ଡ୍ୟୁଟିରେ ଥିବା ଏହି ପୁଲିସ୍ ଗାଡ଼ିକୁ ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ପକ୍ଷରୁ ଟାର୍ଗେଟ କରାଯାଇଥିଲା। ଗାଡ଼ିଟି ଯିବାକୁ ଥିବା ରାସ୍ତାରେ ପୂର୍ବରୁ ହିଁ ଆଇଇଡି ଖଞ୍ଜା ଯାଇଥିଲା। ଗାଡ଼ିଟି ଆଇଇଡି ସଂସ୍ପର୍ଶରେ ଆସିବା କ୍ଷଣୀ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଗାଡ଼ିଟି ଛିନଛତ୍ର ହୋଇ ଯାଇଥିବା ବେଳେ ଏହା ମଧ୍ୟରେ ଥିବା ୭ ଜଣ ପୁଲିସ୍ କର୍ମଚାରୀଙ୍କ ମୃତଦେହ ରାସ୍ତାରେ ଛିଟିକି ହୋଇ ପଡ଼ିଥିଲା। ମୃତଦେହ ରାସ୍ତାରେ ପଡ଼ିଥିବା ବେଳେ ଟିଟିପି ସଦସ୍ୟମାନେ ନାରାବାଜୀ କରୁଥିବା ଭିଡିଓରେ ଦେଖାଯାଉଛି।
ଟାଙ୍କ ଡେପୁଟି ପୁଲିସ ମୁଖ୍ୟ ପରଭେଜ ଶାହ କହିଛନ୍ତି ଯେ ବିସ୍ଫୋରଣ ଯୋଗୁ ଘଟଣା ସ୍ଥଳରେ ୫ ଜଣ ଓ ହସ୍ପିଟାଲରେ ଆଉ ୨ ଜଣ ପୁଲିସ୍ କର୍ମଚାରୀ ପ୍ରାଣ ହରାଇଛନ୍ତି। ରିମୋଟ ଦ୍ୱାରା ଏପରି ବୋମା ବିସ୍ଫୋରଣ କରାଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଷ୍ଟେସନ ହାଉସ ଅଫିସର, ଜଣେ ସବ ଇନସପେକ୍ଟର, ୩ ଜଣ ଏଲିଟି ଫୋର୍ସ କର୍ମଚାରୀ ଓ ଜଣେ ଡ୍ରାଇଭର ରହିଛନ୍ତି।
#BREAKING: Tehreek-e-Taliban Pakistan has released a video showing an IED attack on a Pakistani police armored vehicle near Tank of Khyber Pakhtunkhwa in Pakistan, in which 7 police personnel, including an SHO, were reportedly killed yesterday. pic.twitter.com/B6FjOLw7bf
— Aditya Raj Kaul (@AdityaRajKaul) January 14, 2026
ବାଲୋଚିସ୍ତାନ ଓ ଖାୟବର ପାଖତୁନଖ୍ୱାରେ ପୁଲିସ୍ ବା ପାକିସ୍ତାନ ସେନାକୁ ଟାର୍ଗେଟ କରି ଏପରି ଆକ୍ରମଣ ନୂଆ କଥା ନୁହେଁ। ଏହି ଦୁଇ ପ୍ରଦେଶରେ ପାକିସ୍ତାନ ସରକାର ବିରୋଧୀ ତୀବ୍ର ହେଉଥିବା ବେଳେ ବାରମ୍ବାର ଏଠାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଉଛି।
ଆକ୍ରମଣ ପାଇଁ ଆଫଗାନ ତାଲିବାନକୁ ପାକିସ୍ତାନ ଦାୟୀ କରିଛି। ଟିଟିପିକୁ ଆଫଗାନରେ ସବୁ ପ୍ରକାରର ସହାୟତା ତାଲିବାନ ପକ୍ଷରୁ କରାଯାଉଥିବା ପାକିସ୍ତାନ କହି ଆସୁଛି। ତେବେ କାବୁଲ ଏହାକୁ ଖଣ୍ତନ କରି ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
