Advertisment

କିଏ ହେବ ଆମେରିକାର ରାଷ୍ଟ୍ରପତି? ଭବିଷ୍ୟବାଣୀ କଲା 'ବେବି ହିପ୍ପୋ'

ନିର୍ବାଚନ ପୂର୍ବରୁ ମୁ ଡେଙ୍ଗର ଏଭଳି ଭବିଷ୍ୟବାଣୀ ଆମେରିକୀୟ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଅଦ୍ୟତନ ହୋଇଛି
US President Election

US President Election

Advertisment

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ହେବ ଭୋଟିଂ। ଭାରତୀୟ ସମୟ ଅନୁଯାୟୀ ମଧ୍ୟାହ୍ନ ୪ଟାରେ ଭୋଟିଂ ଆରମ୍ଭ ହେବ। ପୂରା ବିଶ୍ୱର ନଜର ଏହି ନିର୍ବାଚନ ଉପରେ ରହିଛି। ତେବେ କିଏ କରିବ ହ୍ୱାଇଟ୍‌ ହାଉସରେ ଏଣ୍ଟ୍ରି। କିଏ ମାରିବ ବାଜି? ଏନେଇ ଭବିଷ୍ୟବାଣୀ କରିଛି ବେବି ହିପ୍ପୋ ବା କୁନି ଜଳହସ୍ତି।

Advertisment

ଉପରାଷ୍ଟ୍ରପତି କମଲା ହାରିସ୍ ଡେମୋକ୍ରାଟିକ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମତଦାନ ଆରମ୍ଭ ହେବା ପୂର୍ବରୁ ଥାଇଲାଣ୍ଡର ଅତି ପ୍ରସିଦ୍ଧ ବେବି ହିପ୍ପୋ ମୁ ଡେଙ୍ଗ ଆମେରିକାର ନିର୍ବାଚନର ବିଜେତା ଚୟନ କରିଛି ଓ ଭବିଷ୍ୟତର ପୂର୍ବାନୁମାନ କରିଛି।

ବେବି ହିପ୍ପୋ ମୁ ଡେଙ୍ଗ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ ହେବାକୁଥିବା ନିର୍ବାଚନରେ ​ବିଜେତା ଚୟନ କରିଛି। ମୁ ଡେଙ୍ଗ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜେତା ଭାବରେ ଚୟନ କରିଛି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

 

ପ୍ରକୃତରେ ଥାଇଲାଣ୍ଡର ଚୋନବୁରି ଅଞ୍ଚଳରେ ଥିବା ଖାଓ ଖିୟୋ ଓପନ୍‌ ପ୍ରାଣୀ ଉଦ୍ୟାନର ଅପରେଟରମାନେ ଦୁଇଟି ତରଭୁଜ ରଖି ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ନାମ ସ୍ଥାନୀୟ ଭାଷାରେ ଲେଖିଥିଲେ। ତେବେ ବିନା ଦ୍ୱିଧାରେ, ମୁ ଡେଙ୍ଗ୍ ଟ୍ରମ୍ପଙ୍କ ନାମ ଲେଖା ହୋଇ ଥିବା ତରଭୁଜ ଆଡକୁ ଯାଇ ତାକୁ ଖାଇଲା। ଆମେରିକାରେ ନିର୍ବାଚନ ପୂର୍ବରୁ ମୁ ଡେଙ୍ଗର ଏଭଳି ଭବିଷ୍ୟବାଣୀ ଆମେରିକୀୟ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିଛି।

ମୁ ଡେଙ୍ଗ, ଥାଇଲ୍ୟାଣ୍ଡର ଚୋନବୁରୀ ଅଞ୍ଚଳର ଖାଓ ଖିୟୋ ଓପନ୍ ପ୍ରାଣୀ ଉଦ୍ୟାନରେ ରହୁଥିବା ଏକ ହିପ୍ପୋ ବା ଜଳହସ୍ତି। ଜୁଲାଇ ୨୫ରେ ମୁ ଡେଙ୍ଗ ଜନ୍ମଗ୍ରହଣ କରିଥିଲା। ପ୍ରାଣୀ ଉଦ୍ୟାନ ସହ ଜଡିତ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ବେଶ୍‌ ଲୋକପ୍ରିୟ। ଯେବେଠୁ ପ୍ରାଣୀ ଉଦ୍ୟାନ ହିପ୍ପୋ ମୋ ଡେଙ୍ଗର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କଲା, ସେବେଠୁ ସେ ଅଧିକ ଲୋକପ୍ରିୟ ହେବାରେ ଲାଗିଛି।

Moo Deng Viral Hippo US Presidential Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe