Advertisment

ମୁହାଁମୁହିଁ ହେଲେ ପାଲେଷ୍ଟାଇନ୍‌ ଓ ଇସ୍ରାଏଲ ସମର୍ଥକ, ୩୦୦ ଛାତ୍ରଛାତ୍ରୀ ଗିରଫ

ପାଲେଷ୍ଟାଇନ ସମର୍ଥନରେ କଲମ୍ବିଆ ୟୁନିଭର୍ସିଟି, କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ ତେଜୁଛି ହିଂସା।

author-image
Madhupriya Mistry
PALESTINIANS-PROTEST

PALESTINIANS-PROTEST

ଇସ୍ରାଏଲ ବିରୋଧରେ ସାରା ଆମେରିକାରେ ତେଜୁଛି ଅସନ୍ତୋଷ। ବିଭିନ୍ନ ୟୁନିଭରସିଟିରେ ଜୋରଦାର ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ। ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ଗିରଫ ହେଲେଣି।

Advertisment

ପାଲେଷ୍ଟାଇନ ସମର୍ଥନରେ କଲମ୍ବିଆ ୟୁନିଭର୍ସିଟି, କାର୍ଲିଫର୍ଣ୍ଣିଆ ୟୁନିଭର୍ସିଟିରେ ତେଜୁଛି ହିଂସା। ପାଲେଷ୍ଟାଇନ୍ ସମର୍ଥକ ଓ ଇସ୍ରାଏଲ ସମର୍ଥକ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ବିକ୍ଷୋଭ ଜାରି ରହିଥିବା ବେଳେ ନ୍ୟୁୟର୍କ ସିଟି ପୁଲିସ କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ସିଟି କଲେଜ ଅଫ୍ ନ୍ୟୁୟର୍କରେ ପ୍ରାୟ ୩୦୦ ଜଣଙ୍କୁ ହେପାଜତରେ ନେଇଛି।

ଅକ୍ଟୋବର ୭ରେ ଗାଜାରୁ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ଓ ପାଲେଷ୍ଟାଇନରେ ଇସ୍ରାଏଲର ପ୍ରତି ଆକ୍ରମଣ ପରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଗାଜାରେ ଇସ୍ରାଏଲର ଯୁଦ୍ଧକୁ ବିରୋଧ କରିବା ସହ ଇସ୍ରାଏଲ ସରକାରକୁ ସମର୍ଥନ କରୁଥିବା କମ୍ପାନୀ ସହ ସମ୍ପର୍କ ଛିନ୍ନ କରିବା ଦାବିରେ ଆମେରିକାର ଏକାଧିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ରାଲି କରିବା ସହ କ୍ୟାମ୍ପସରେ ଆନ୍ଦୋଳନ ଚଳାଇଛନ୍ତି। ସେପଟେ ଆନ୍ଦୋଳନକାରୀଙ୍କୁ ପ୍ରତିହତ କରିବାକୁ କ୍ୟାମ୍ପସରେ ମୁତୟନ ହୋଇଛନ୍ତି ପୁଲିସ।

Advertisment
Columbia Universitie Gaza War Violent Protests At US