Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ଭାରତୀୟ ବଂଶୋଦ୍ଭବ

୩୭ ବର୍ଷିୟ ରାମସ୍ୱାମୀ ଜଣେ ଭାରତୀୟ-ଆମେରିକୀୟ ଉଦ୍ୟୋଗପତି ।

Vivek Ramaswamy

Vivek Ramaswamy

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ। ରିପବ୍ଲିକାନ୍ ପାର୍ଟିରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି ନିକି ହାଲି ଏବଂ ବିବେକ ରାମସ୍ୱାମୀ । ନିଜ ଦଳର ଡୋନାଲ୍ଡ ଟ୍ରଂମ୍ପଙ୍କୁ ଉଭୟ ଚ୍ୟାଲେଞ୍ଜ ଦେଇଛନ୍ତି । ୩୭ ବର୍ଷିୟ ରାମସ୍ୱାମୀ ଜଣେ ଭାରତୀୟ-ଆମେରିକୀୟ ଉଦ୍ୟୋଗପତି । ବିବେକ ରାମସ୍ୱାମୀ ଗତକାଲି ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Advertisment

ଏକ ଅନ୍ତର୍ଜାତୀୟ ଟିଭି ଚାନେଲରେ ପ୍ରାଇମ୍ ଟାଇମ୍ ସାକ୍ଷାତକାର ଦେଇ ସେ ନିଜ ରାଷ୍ଟ୍ରପତି ପ୍ରାର୍ଥିତ୍ୱ ଘୋଷଣା କରିବା ପରେ, ରାମସ୍ୱାମୀଙ୍କୁ ମିଳିଛି ଆମେରିକାବାସୀଙ୍କ ବିପୁଳ ସମର୍ଥନ । ତାଙ୍କ ପୂର୍ବରୁ ୫୧ ବର୍ଷିୟା ନିକି ହାଲି ମଧ୍ୟ ରିପବ୍ଲିକାନ୍ ପାର୍ଟିରୁ ତାଙ୍କ ପ୍ରାର୍ଥିତ୍ୱ ଘୋଷଣା କରିବା ସହ ଆନୁଷ୍ଠାନିକ ଭାବେ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି ।

ନିକି ସାଉଥ୍ କାରୋଲିନାରୁ ଦୁଇ ଦୁଇ ଥର ଗଭର୍ଣ୍ଣର ରହିବା ସହ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମଧ୍ୟ ରହିଥିଲେ। ୫୧ ବର୍ଷିୟ ହାଲି ଆମେରିକାର ଦକ୍ଷିଣ କାରୋଲିନାରୁ ଦୁଇ ଥର ଗଭର୍ଣ୍ଣର ହେବା ସହ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ରହିସାରିଛନ୍ତି।

Advertisment

ରିପବ୍ଲିକାନ ପାର୍ଟି ହେଉଛି ମୁଖ୍ୟତଃ ଗୋରା ଲୋକଙ୍କ ପ୍ରାଧାନ୍ୟ ଥିବା ଦଳ। ପୁନଶ୍ଚ ଏହି ଦଳରେ ମହିଳାମାନଙ୍କର କୌଣସି ଅସ୍ତିତ୍ବ ନ ଥିଲା। ନିକି ହାଲି ୨୦୧୦ ମସିହାରେ ସାଉଥ୍ କରୋଲିନାର ଗଭର୍ଣ୍ଣର ଭାବେ ନିର୍ବାଚିତ ହୋଇ ଏହି ପରମ୍ପରାକୁ ଭାଙ୍ଗିଦେବାରେ ସଫଳ ହୋଇଥିଲେ। ସେ ୩୮ ବର୍ଷ ବୟସରେ ଦଳର ପ୍ରଥମ ମହିଳା ରାଜ୍ୟପାଳ ଏବଂ ପ୍ରଥମ ଅଣ-ଗୋରା ରାଜ୍ୟପାଳ ଭାବେ ନିର୍ବାଚିତ ହୋଇଥିଲେ। ତା’ଛଡ଼ା ସେ ଥିଲେ ସର୍ବକନିଷ୍ଠ ରାଜ୍ୟପାଳ ଏବଂ ପ୍ରେସିଡେନ୍ସିଆଲ କ୍ୟାବିନେଟ୍‌ର ଅନ୍ତର୍ଭୁକ୍ତ ହୋଇଥିବା ପ୍ରଥମ ଭାରତୀୟ-ଆମେରିକୀୟ।

୨୦୧୦ ମସିହାରେ ହାଲି ଅଳ୍ପ ବ୍ୟବଧାନରେ ରାଜ୍ୟପାଳ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରେ ତିନିଗୁଣା ବ୍ୟବଧାନରେ ବିଜୟୀ ହୋଇଥିଲେ। ରାଜ୍ୟପାଳ ହେବାର ପ୍ରଥମ ବର୍ଷ ସେ ବେଆଇନ ଆପ୍ରବାସନ ବିରୋଧୀ ଏକ ବିଲ୍‌ରେ ସ୍ବାକ୍ଷର କରିଥିଲେ। ୨୦୧୪ରେ ସେ ପୁନଃନିର୍ବାଚିତ ହେବା ପରେ ଗରିବ ଜିଲ୍ଲାଗୁଡ଼ିକରେ ଶିକ୍ଷାର ବିକାଶ ପାଇଁ ଅଧିକ ପାଣ୍ଠିର ବ୍ୟବସ୍ଥା କରିଥିଲେ। ୨୦୧୬ରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିକିଙ୍କୁ ଜାତିସଂଘରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଲେ। ଏହି ପ୍ରସ୍ତାବ ସିନେଟରେ ୯୬-୪ ଭଳି ବିପୁଳ ଭୋଟରେ ଗୃହୀତ ହେଲା।

୨୦୧୮ ଶେଷ ଯାଏ ପ୍ରାୟ ଦୁଇବର୍ଷ ସେ ଏହି ପଦରେ ରହିବା ପରେ ଇସ୍ତଫା ଦେଇଥିଲେ। ଜାତିସଂଘରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ତେବେ ଟ୍ରମ୍ପଙ୍କ ଆପ୍ରବାସନ ନୀତିକୁ ସେ ବିରୋଧ କରୁଥିଲେ। ଟ୍ରମ୍ପଙ୍କ ପ୍ରୋତ୍ସାହନରେ ଆମେରିକା ସଂସଦ ଭବନ ଉପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣକୁ ସେ ନିନ୍ଦା କରିଥିଲେ।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe