Advertisment

ଆମେରିକା ରାଷ୍ଟ୍ରପତି ରେସ୍‌ରୁ ଓହରିଲେ ରାମସ୍ୱାମୀ

ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ୱାମୀ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି।

Vivek _Ramaswamy

Vivek _Ramaswamy

Advertisment

ଆମରିକାର ରାଷ୍ଟ୍ରପତି ଦୌଡୁରୁ ଓହରିଲେ ଭାରତୀୟ ବଂଶଦ୍ଭୋବ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ୱାମୀ। ଆମେରିକାରେ ହେବାକୁ ଥିବା ୨୦୨୪ ରାଷ୍ଟ୍ରପତି ନିର୍ବାଚନରୁ ସେ ହଟିଥିବା ନେଇ ଘୋଷଣା କରିଛନ୍ତି।

Advertisment

ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ୱାମୀ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ୩୮ ବର୍ଷିୟ ଉଦ୍ୟୋଗୀ ବିବେକ ରାମସ୍ୱାମୀ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଆୟୋବା କକସ୍ ହାରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।

ରାମସ୍ୱାମୀ କହିଛନ୍ତି, ବର୍ତ୍ତମାନ ମୋ ପାଇଁ କୌଣସି ଉପାୟ ବାକି ନାହିଁ। ଜାନୁଆରୀ ୧୫ରେ, ରିପବ୍ଲିକାନ ପାର୍ଟିର ପ୍ରାର୍ଥୀତ୍ୱ ପାଇଁ ପ୍ରଥମ କକ୍‌ସ ଆୟୋଜିତ ହୋଇଥିଲା। ଆଇଓଏରେ ଏହି କକ୍‌ସ ଅନୁଷ୍ଠିତ ହୋଇଥିଲା ଏବଂ ଡୋନାଲ୍ଡ ଟ୍ରମ୍ପ ଏହାକୁ ଜିତିଥିଲେ।

Advertisment

ରାମସ୍ୱାମୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଛନ୍ତି କରି ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦିଓ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଏ ତା'ହେଲେ ସେ ତାଙ୍କୁ ସମର୍ଥନ କରିବେ। ୨୦୨୪ ନିର୍ବାଚନ ପୂର୍ବରୁ ଆଇଓଏରେ ହୋଇଥିବା ପ୍ରଥମ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରତିଯୋଗିତାରେ ସୋମବାର ଟ୍ରମ୍ପ ଏକ ବଡ଼ ବିଜୟ ହାସଲ କରିଥିଲେ।

ପୂର୍ବରୁ ବିବେକ ରାମସ୍ୱାମୀ କହିଥିଲେ, 'ଯଦି ସେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ ସେ ଅବୈଧ ପ୍ରବାସୀମାନଙ୍କୁ ନିଜ ଦେଶକୁ ପଠାଇଦେବେ। ସେ ଖୋଲାଖୋଲି ଭାବେ କହିଥିଲେ ଯେ ଆମେରିକାରେ ବେଆଇନ ଭାବେ ରହୁଥିବା କାହାକୁ ଛଡ଼ା ଯିବ ନାହିଁ କି କୌଣସି ବିନମ୍ରତା ଦେଖାଯିବ ନାହିଁ। ସେମାନଙ୍କୁ ନିଜ ଦେଶକୁ ପଠାଯିବ। ଆମେ ଏହି ବେଆଇନ ପ୍ରବାସୀମାନଙ୍କୁ ବରଦାସ୍ତ କରିବୁ ନାହିଁ। ଏଥିସହ ସେମାନଙ୍କ ପିଲାମାନଙ୍କର ନାଗରିକତ୍ୱ ପ୍ରତ୍ୟାହାର କରିବୁ।'

ସୂଚନା ମୁତାବକ, ବିବେକ ରାମସ୍ୱାମୀ ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନରୁ ଓହରିଯିବା ପରେ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ କେବଳ ନିକ୍କି ହାଲି ଏବଂ ରୋନ ଡିସାଣ୍ଟିସ ଏହି ଦୌଡ଼ରେ ରହିଛନ୍ତି। ବିବେକ ରାମସ୍ୱାମୀ ଏହି ତିନି ଜଣଙ୍କ ପଛରେ ଥିଲେ। 

Vivek Ramaswamy US Presidential Race Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe