Advertisment

ଆଜରବୈଜାନ ବିମାନ ଦୁର୍ଘଟଣା; କ୍ଷମା ମାଗିଲେ ପୁଟିନ

ୟୁକ୍ରେନ ଉପରେ ଆକ୍ରମଣବେଳେ ଭୁଲବଶତଃ ରୁଷ ସେନାଙ୍କ ଟାର୍ଗେଟକୁ ଆସିଯାଇଥିଲା ଆଜରବୈଜାନର ବିମାନ। କ୍ଷମା ମାଗିଲେ ରାଷ୍ଟ୍ରପତି ପୁଟିନ।

author-image
Debadatta Aryashrestha
Azerbaijan Plane Crash

Azerbaijan Plane Crash

କାଜାଖସ୍ତାନର ଅକତାଉ ସହର ନିକଟରେ ଆଜରବୈଜାନର ବିମାନ ଦୁର୍ଘଟଣା ପାଇଁ କ୍ଷମା ମାଗିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ବୁଧବାର ଘଟିଥିବା ଏହି ବିମାନ ଦୁର୍ଘଟଣାରେ ୩୮ ଜଣ ପ୍ରାଣ ହରାଇଥିଲେ। ୟୁକ୍ରେନକୁ ଟାର୍ଗେଟ କରୁଥିବାବେଳେ ଭୁଲବଶତଃ ରୁଷ ସେନାଙ୍କ ଟାର୍ଗେଟକୁ ଏହି ବିମାନ ଆସିଯିବାରୁ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପାଇଁ ଆଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କୁ କ୍ଷମା ମାଗିଛନ୍ତି ରୁଷ୍ ରାଷ୍ଟ୍ରପତି ପୁଟିନ।

Advertisment

ଆଜରବୈଜାନର ବିମାନ J2-8243 ଆଜରବୈଜାନର ରାଜଧାନୀ ବାକୁରୁ ରୁଷର ଗ୍ରୋଜନି ଆଡକୁ ଉଡାଣ ଭରିଥିଲା। ତେବେ ପାଗ ଅନୁକୂଳ ନଥିବାରୁ କାଜାଖସ୍ତାନର ଅକତାଉ ସହର ଆଡ଼କୁ ବୁଲି ଲ୍ୟାଣ୍ଡିଂ କରିବା ସମୟରେ ପ୍ଲେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୩୮ ଜଣ ପ୍ରାଣ ହରାଇଥିବାବେଳେ ୨୯ ଜଣ ବଞ୍ଚିଯାଇଥିଲେ।

ତେବେ ଶନିବାର ରୁଷର କ୍ରେମଲିନ ପକ୍ଷରୁ ଏକ ଆଧିକାରୀକ ବିବୃତି ଜାରି କରି କୁହାଯାଇଛି ଯେ, ୟୁକ୍ରେନ ବୁଧବାର କରିଥିବା ଡ୍ରୋନ ଆକ୍ରମଣର ଜବାବ ଦେଉଥିଲା ରୁଷ ସେନା। ଏହି ସମୟରେ ଭୁଲ ବଶତଃ ଆଜରବୈଜାନର ଏହି ବିମାନଟି ଟାର୍ଗେଟକୁ ଆସିଯାଇଥିଲା। ଏଥିପାଇଁ ଆଜି ରାଷ୍ଟ୍ରପତି ପୁଟିନ ଆଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି।

Advertisment

ଏହା ପୂର୍ବରୁ ଶୁକ୍ରବାର ୟୁଏସ୍ ଅଧିକାରୀ ଓ ଜଣେ ଆଜରବୈଜାନ ମନ୍ତ୍ରୀ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ନୁହେଁ, ବରଂ କୌଣସି ବାହ୍ୟ ଆକ୍ରମଣ ଫଳରେ ବିମାନ ଦୁର୍ଘଟଣା ଘଟିଥିବା କହିଥିଲେ। ଆଜରବୈଜାନ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ କରାଯାଇଥିଲା। ଏଥି ସହିତ, ୟୁକ୍ରେନ ସରକାରଙ୍କ ଅନେକ ନେତା ଏହି ଦୁର୍ଘଟଣା ପାଇଁ ରୁଷକୁ ଦାୟୀ କରିଥିଲେ। ଅନ୍ୟପଟେ ରାଷ୍ଟ୍ରପତି ପୁଟିନଙ୍କ କ୍ଷମା ପ୍ରାର୍ଥନା ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ କରିଛି।

Russia-Ukraine War Vladimir Putin Azerbaijan Plane Crash