Advertisment

ଜି-୨୦ ପାଇଁ ଭାରତ ଆସିବେନି ପୁଟିନ, ଜାଣନ୍ତୁ କାରଣ

ବ୍ରିକ୍ସ ସମ୍ମିଳନୀରେ ପୁଟିନ ଇନ ପର୍ସନ ଯୋଗଦେଇ ନଥିଲେ ହେଁ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ। ତାଙ୍କ ବଦଳରେ ରୁଷର ବୈଦେଶିକ ମନ୍ତ୍ରୀ ସେରଗେୟ ଲାଭରୋଭ ଦକ୍ଷିଣ ଆଫ୍ରିକା ଯାଇଥିଲେ।

Putin

Putin

Advertisment

ଭାରତର ରାଜଧାନୀ ଦିଲ୍ଲୀରେ ଆସନ୍ତା ମାସରେ ଜି-୨୦ର ମୁଖ୍ୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ଅନେକ ଦେଶର ମୁଖିଆମାନେ ସାମିଲ ହେବେ। କିନ୍ତୁ ଜି-୨୦ ବୈଠକରେ ଯୋଗ ଦେବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିବେ ନାହିଁ।

Advertisment

ଭାରତରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପୁଟିନ ଇନ ପର୍ସନ ଯୋଗ ଦେବାର କୌଣସି ଯୋଜନା ନଥିବା ଆଜି କ୍ରେମଲିନ ପକ୍ଷରୁ କୁହାଯାଇଛି। ତେବେ ଏହା ପଛର ନିର୍ଦ୍ଦିଷ୍ଟ କାରଣ କ’ଣ ସେକଥା କ୍ରେମଲିନ ସ୍ପଷ୍ଟ କରିନି।

ମିଡିଆ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ସହ ରୁଷ ଯୁଦ୍ଧ କରୁଥିବାରୁ ଅର୍ନ୍ତଜାତୀୟ ଅପରାଧୀ କୋର୍ଟ(ଆଇସିସି) ରାଷ୍ଟ୍ରପତି ପୁଟିନଙ୍କ ନାଁରେ ଗିରଫ ପରୱାନା ଜାରି କରିଛି। ତେଣୁ ବିଦେଶ ରାଷ୍ଟ୍ର ଗସ୍ତରେ ଆସିଲେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। ତେଣୁ ସେ ଭାରତ ଆସିବେ ନାହିଁ।

Advertisment

ନିକଟରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପୁଟିନ ଯୋଗ ଦେଇନଥିଲେ। ତାଙ୍କ ବଦଳରେ ସେଠାରେ ରୁଷର ପ୍ରତିନିଧିତ୍ୱ ଦେଶର ବୈଦେଶିକ ମନ୍ତ୍ରୀ କରିଥିଲେ।

କ୍ରେମଲିନ ମୁଖପାତ୍ର ଡିମିରୀ ପେସକୋଭ କହିଛନ୍ତି, ପୁଟିନଙ୍କ ଅଂଶଗ୍ରହଣ ଯୋଜନା ପରବର୍ତ୍ତୀ ସମୟରେ ପ୍ରସ୍ତୁତ ହେବ। ଏବେ ଏହାର କୌଣସି ଯୋଜନା ନଥିବା ସେ କହିଛନ୍ତି।

ବ୍ରିକ୍ସ ସମ୍ମିଳନୀରେ ପୁଟିନ ଇନ ପର୍ସନ ଯୋଗଦେଇ ନଥିଲେ ହେଁ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ। ତାଙ୍କ ବଦଳରେ ରୁଷର ବୈଦେଶିକ ମନ୍ତ୍ରୀ ସେରଗେୟ ଲାଭରୋଭ ଦକ୍ଷିଣ ଆଫ୍ରିକା ଯାଇଥିଲେ।

ଭାରତ ଜି-୨୦ର ଅଧ୍ୟକ୍ଷତା କରୁଥିବା ବେଳେ ଏହାର ମୁଖ୍ୟ ସମ୍ମିଳନୀରେ ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ୨୯ଟି ଦେଶର ମୁଖିଆଙ୍କ ସହ ୟୁରୋପ ୟୁନିୟନର ଅଧିକାରୀ, ନିମନ୍ତ୍ରିତ ଦେଶଗୁଡ଼ିକର ମୁଖ୍ୟ ଓ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ମଧ୍ୟ ଜି-୨୦ ସମ୍ମିଳନୀରେ ସାମିଲ ହେବେ।

Russia Vladimir Putin G20 Meet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe