Advertisment

ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ହୃଦ୍‌ଘାତ

୭୧ ବର୍ଷୀୟ ଏହି ନେତା ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଚର୍ଚ୍ଚା ହେଉଛି ।

author-image
Madhupriya Mistry
ଅଦ୍ୟତନ ହୋଇଛି
Vladimir Putin

Vladimir Putin

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୃଦ୍‌ଘାତ। ସେ ନିଜ ବେଡରୁମ୍‌ରେ ଶୋଇଥିବା ବେଳେ ହଠାତ୍‌ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ କ୍ରେମଲିନର ଏକ ହସ୍ପିଟାଲକୁ ନିଆଯାଇଛି। ୭୧ ବର୍ଷୀୟ ଏହି ନେତା ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଚର୍ଚ୍ଚା ହେଉଛି । କ୍ରେମଲିନରେ ତାଙ୍କ ଚିକିତ୍ସା ପାଇଁ ତିଆରି ହୋଇଛି ସ୍ୱତନ୍ତ୍ର ହସ୍ପିଟାଲ। ତେବେ କ୍ରେମଲିନ୍ ପକ୍ଷରୁ ପୁଟିନଙ୍କ ହୃଦଘାତ ବାବଦରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।

Advertisment

ରୁଷ ଗଣମାଧ୍ୟମର ଏକ ରିପୋର୍ଟ ଦାବି କରିଛି, ରବିବାର ରାତି ପ୍ରାୟ ୯ଟା ବେଳେ ତାଙ୍କ ସୁରକ୍ଷା ଅଧିକାରୀମାନେ ପୁଟିନଙ୍କ ରୁମ୍‌ରେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ। ଏହାପରେ ଦୁଇଜଣ ସୁରକ୍ଷା କର୍ମୀ ତୁରନ୍ତ ରାଷ୍ଟ୍ରପତିଙ୍କ ରୁମ ଭିତରକୁ ଯାଇଥିଲେ। ରୁମ୍‌ ଭିତରେ ପୁଟିନ ନିଜ ବେଡ୍‌ରୁ ତଳେ ପଡିଯାଇଥିବା ବେଳେ ତାଙ୍କ ଖାଦ୍ୟ ଥାଳି ମଧ୍ୟ ତଳେ ପଡି ଯାଇଥିବା ଦେଖିବାକୁ ପାଇଥିଲେ ସୁରକ୍ଷାକର୍ମୀ। ଏହାପରେ ତୁରନ୍ତ ତାଙ୍କୁ ମେଡିକାଲ ଇକ୍ୟୁପମେଣ୍ଟ ଥିବା ଏମରଜେନ୍ସି ରୁମ୍‌କୁ ନିଆଯାଇଥିଲା। ସୂଚନା ମୁତାବକ, ପୁଟିନଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି।

ରୁଷର ଟେଲିଗ୍ରାମ ଚ୍ୟାନେଲର ଖବର ମୁତାବକ, ରୁଷ ରାଷ୍ଟ୍ରପତିଙ୍କ ହୃଦ୍‌ଘାତ ହୋଇଛି। ୭୧ ବର୍ଷୀୟ ପୁଟିନଙ୍କ ନିଜ ଫିଟ୍‌ନେସକୁ ନେଇ କୌଣସି ବେଖାତିର କରନ୍ତି ନାହିଁ। ନିଜକୁ ଦିନ ସାରା ଆକ୍ଟିଭ ଓ ଫିଟ୍ ରଖିବା ପାଇଁ ପୁଟିନ ପ୍ରତିଦିନ ଜିମ୍‌ରେ ବ୍ୟାୟାମ କରନ୍ତି। ଏହାବ୍ୟତୀତ ପୁଟିନ ସୁଇମିଂ କରିବାକୁ ମଧ୍ୟ ଭଲପାଆନ୍ତି।

Advertisment

Russia Vladimir Putin