Advertisment

୨୦୨୪ ନିର୍ବାଚନ ପାଇଁ ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଲେ ପୁଟିନ

ନୂଆଦିଲ୍ଲୀ ଓ ମକ୍ସୋ ମଧ୍ୟରେ ଥିବା ପାରମ୍ପରିକ ଓ ପୁରୁଣା ସମ୍ପର୍କ ସର୍ବଦା ବଜାୟ ରହିବ ବୋଲି ଆଶା କରିଛନ୍ତି ପୁଟିନ।

Putin and Modi

Putin and Modi

Advertisment

ଆସନ୍ତା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତା କାମନା କରିବା ସହ ଶୁଭେଚ୍ଛା ଜଣାଇଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହାସହ ନୂଆଦିଲ୍ଲୀ ଓ ମକ୍ସୋ ମଧ୍ୟରେ ଥିବା ପାରମ୍ପରିକ ଓ ପୁରୁଣା ସମ୍ପର୍କ ସର୍ବଦା ବଜାୟ ରହିବ ବୋଲି ସେ ଆଶା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ପୁଟିନ ଏହା କହିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୁଷ ଆସିବାକୁ ନିମନ୍ତ୍ରଣ କରିଛନ୍ତି।

Advertisment

ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ରୁଷ ଗସ୍ତରେ ଅଛନ୍ତି। ଜୟଶଙ୍କରଙ୍କ ସହ ସାକ୍ଷାତ ସମୟରେ ପୁଟିନ ୟୁକ୍ରେନ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପିଏମ ମୋଦିଙ୍କ ସହ ଅନେକ ଥର ଆଲୋଚନା କରିବା ସହ ଉପଦେଶ ପାଇଥିବା କହିଛନ୍ତି। ବିଶ୍ୱରେ ଯାହା ହେଉନା କାହିଁକି ଭାରତ ସହ ଆମ ସଂପର୍କ କିନ୍ତୁ ବୃଦ୍ଧି ପାଇଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦି ରୁଷ ଆସିଲେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି।

ଏହି ଦେଖାସାକ୍ଷାତ ସମୟରେ ପୁଟିରେ ଭାରତରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଥିବାରୁ ଭାରତରେ ରାଜନୈତିକ ଗତିବିଧି ବଢ଼ିଛି। ଏହି ଅବସରରେ ସେ ପିଏମ ମୋଦିଙ୍କ ସଫଳତା କାମନା କରିଛନ୍ତି।

Advertisment
2024 General Election PM Modi Vladimir Putin S Jaishankar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe